ଉର୍ଜ୍ଜା କ୍ଷେତ୍ରକୁ ଆଗକୁ ନେବ ଭାରତ-ଆମେରିକା ସମ୍ପର୍କ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହେଉଛି । ଆଗାମୀ ଦିନରେ ଏହା ଉର୍ଜ୍ଜା କ୍ଷେତ୍ରକୁ ନୂଆ ଶିଖରକୁ ନେବ । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଏଭଳି ମନ୍ତବ୍ୟ ଦେଇଛନ୍ତି ।
ନୂଆଦିଲ୍ଲୀରେ ଆୟୋଜିତ ‘ଇଣ୍ଡିଆ-ୟୁଏସ୍ ବିଜନେସ୍ ଷ୍ଟୋରୀ: ଅପର୍ଚୁନିଟି, ଇନୋଭେସନ ଆଣ୍ଡ ଏଣ୍ଟରପ୍ରିନୁ୍ୟରସିପ୍’ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ବୈଠକରେ ଉର୍ଜ୍ଜା ସ୍ତମ୍ଭକୁ ଗୁରୁତ୍ୱ ଦିଆଯାଇଛି । ଏହାସହ ଦ୍ୱିପାକ୍ଷିକ ରଣନୈତିକ ସମ୍ପର୍କକୁ ଅଧିକ ମଜବୁତ ପାଇଁ ପଦକ୍ଷେପ ନିଆଯାଇଛି । ଭାରତ-ଆମେରିକା ରଣନୈତିକ ଉର୍ଜ୍ଜା ସହଯୋଗ କାରଣରୁ ଗତ ୩ ବର୍ଷରେ ଉର୍ଜ୍ଜା କ୍ଷେତ୍ରରେ ବିକାଶର ପ୍ରଭାବ ଦେଖିବାକୁ ମିଳିଛି । ଏହାଛଡ଼ା ଏ ଅବଧିରେ ଦେଶର ହାଇଡ୍ରୋକାର୍ବନ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ପରିଲକ୍ଷିତ ହୋଇଛି । ଏହା ହିଁ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ବିକାଶର ସମ୍ପର୍କକୁ ପ୍ରତିଫଳିତ କରୁଛି ।
ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ କହିଛନ୍ତି, ସୋମବାର ଆମେରିକାର ଉର୍ଜ୍ଜା ସଚିବ ଡାନ୍ ବ୍ରୌଲିଟି ସହ ଅନୁÂିତ ସମୀକ୍ଷା ବୈଠକରେ ଭାରତ-ଆମେରିକା କ୍ରିୟାନ୍ୱିତ ରଣନୈତିକ ଉର୍ଜ୍ଜା ସହଯୋଗକୁ ନୂଆ ସ୍ତରକୁ ନେବା ପାଇଁ ନିଷ୍ପତ୍ତି ହୋଇଛି । ଭାରତ ଓ ଆମେରିକା ସମ୍ପର୍କ ଦ୍ୱାରା ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ମଧ୍ୟ ସହଜ ହେବ । ସେହିଭଳି ଗତକାଲି ଆଇଓସିଏଲ ଓ ଏକ୍ସନ ମୋବିଲ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି, ଯାହାକି ଭାରତୀୟ ବଜାରରେ ଏଲ୍ଏନ୍ଜି ଉପଲବ୍ଧତା ବଢ଼ାଇବ ।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଭାରତର ଉର୍ଜ୍ଜା କ୍ଷେତ୍ର ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ଉଦ୍ୟମରତ । ଧର୍ମେନ୍ଦ୍ର କହିଛନ୍ତି, ବିଶ୍ୱର ଦ୍ରୁତ ବିକାଶଶୀଳ ଅର୍ଥନୀତି ମଧ୍ୟରେ ଭାରତ ଅନ୍ୟତମ । ୨୦୩୫ ସୁଦ୍ଧା ଦେଶର ଉର୍ଜ୍ଜା ବ୍ୟବହାର ବାର୍ଷିକ ୪.୨ଧ ହାରରେ ବଢ଼ିବ । କେନ୍ଦ୍ର ସରକାର ସୁରକ୍ଷିତ ପଦ୍ଧତିରେ ସୌର ଉର୍ଜ୍ଜା ଓ ବିକଳ୍ପ ଉର୍ଜ୍ଜାର ସନ୍ଧାନ ଦିଗରେ କାର୍ଯ୍ୟ କରୁଛୁ ଓ ଏଥିପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଗୋଟିଏ ଦେଶ, ଗୋଟିଏ ଗ୍ୟାସ୍ ଗ୍ରୀଡ୍’ ଦୂରଦୃଷ୍ଟି ଭାରତରେ ଗ୍ୟାସ୍ ଭିତ୍ତିଭୂମି ସମ୍ପ୍ରସାରଣକୁ ପ୍ରୋତ୍ସାହିତ କରୁଛି । ଦେଶର ଗ୍ୟାସ୍ ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ପାଇପଲାଇନ, ସିଟି ଗ୍ୟାସ୍ ବିତରଣ ଓ ଏଲ୍ଏନ୍ଜି ଟର୍ମିନାଲ କାର୍ଯ୍ୟ ପାଇଁ ୬୦ ବିଲିୟନ ଡଲାର ପୁଞ୍ଜିନିବେଶ ପାଇଁ ଆକଳନ କରାଯାଇଛି । ଏହାବ୍ୟତୀତ ସିଜିଡି ବା ସିଟି ଗ୍ୟାସ୍ ବିତରଣ ନେଟୱର୍କ ସମ୍ପ୍ରସାରଣରେ ଦ୍ରୁତ ଅଗ୍ରଗତି ଦେଖିବାକୁ ମିଳୁଛି । ଦେଶର ଜନସଂଖ୍ୟାର ପ୍ରାୟ ୭୦ଧ ଅଞ୍ଚଳରେ ଏହି ନେଟ୍ୱର୍କ ଉପଲବ୍ଧ କରାଯାଉଥିବା ବେଳେ ଖୁବ୍ଶୀଘ୍ର କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ ସିଜିଡି ନେଟ୍ୱର୍କ ସମ୍ପ୍ରସାରଣ କରାଯିବ । ଅପରପକ୍ଷରେ ୨୦୨୪ ସୁଦ୍ଧା ସମଗ୍ର ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ ଏହି କ୍ଷେତ୍ରକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଆମେରିକା-ଭାରତ ଦ୍ୱିପାକ୍ଷିକ ସହଯୋଗ ଦ୍ୱାରା ସ୍ୱଚ୍ଛ ଉର୍ଜ୍ଜା ବିକାଶରେ ଅଭିବୃଦ୍ଧି ଘଟିଛି । ଆମେରିକା ସହଯୋଗ ଦ୍ୱାରା ୨୦୩୦ ସୁଦ୍ଧା ଦେଶର ଇସ୍ପାତ ଉପôାଦନ କ୍ଷମତାକୁ ୧୪୦ ନିୟୁତ ଟନ୍ରୁ ୩୦୦ ନିୟୁତ ଟନ୍କୁ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି । କୋକିଂ କୋଲ୍ କ୍ଷେତ୍ରରେ ମଧ୍ୟ ଆମେରିକା ସହ ଦୀର୍ଘମିଆଦୀ ସହଯୋଗ ପାଇଁ ଆଲୋଚନା ହେଉଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଭାରତର ଉର୍ଜ୍ଜା ତଥା ତୈଳ ଓ ଗ୍ୟାସ୍ କ୍ଷେତ୍ର ବିକାଶରେ ସାମିଲ ହେବାକୁ ଏ ଅବସରରେ ଶ୍ରୀ ପ୍ରଧାନ ଆମେରିକାକୁ ନିମନ୍ତ୍ରଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons