ଉର୍ଜ୍ଜା ଭିଜନ ହାସଲ ପଦକ୍ଷେପକୁ ରିପୋର୍ଟ ପୁଷ୍ଟି କରିଛି: ଧର୍ମେନ୍ଦ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତୀୟ ଉର୍ଜ୍ଜା ଏଜେନ୍ସି (ଆଇଇଏ) ଦ୍ୱାରା ପ୍ରସ୍ତୁତ ଭାରତର ଉର୍ଜ୍ଜା ନୀତି ରିପୋର୍ଟର ସମୀକ୍ଷା ଶୁକ୍ରବାର ଶୁଭାରମ୍ଭ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ, ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ସିଇଓ ଅମିତାଭ କାନ୍ତ ଓ ଆଇଇଏ କାର୍ଯ୍ୟକାରୀ ନିଦେ୍ର୍ଧଶକ ଡ. ଫତେହ ବିରୋଲ ଏହି ରିପୋର୍ଟ ସମୀକ୍ଷା ଆରମ୍ଭ କରିଛନ୍ତି ।
ଭାରତର ଉର୍ଜ୍ଜା କ୍ଷେତ୍ର ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିବାରୁ ଏ ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ଡ. ବିରୋଲ ଓ ତାଙ୍କ ଟିମ୍କୁ ଧନ୍ୟବାଦ ଦେଇଛନ୍ତି । ରିପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉର୍ଜ୍ଜା ଭିଜନ ହାସଲ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପୁଷ୍ଟି କରାଯାଇଛି । ଉର୍ଜ୍ଜା ପହଞ୍ଚିବା, ଉର୍ଜ୍ଜାର ଦୀର୍ଘ ଅବଧି ଧରି ପ୍ରୟୋଗ ଓ ସୁରକ୍ଷା ଉର୍ଜ୍ଜା ଭିଜନର ମୁଖ୍ୟ ବିଷୟ ରହିଛି । ଉର୍ଜ୍ଜା ନ୍ୟାୟ ଏହି ଭିଜନର କେନ୍ଦ୍ରରେ ରହିଛି ବୋଲି ସେ କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ଭାରତ ଏବେ ବିଶ୍ୱର ତୃତୀୟ ବୃହତ ଉର୍ଜ୍ଜା ଉପଭୋକ୍ତା ରାଷ୍ଟ୍ର । ଦେଶ ଏବେ ନିଜର ଉର୍ଜ୍ଜା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି । ସରକାରଙ୍କ ଉର୍ଜ୍ଜା ନୀତି ସ୍ପଷ୍ଟ କରୁଛି ଯେ ଭାରତ ଦାୟିତ୍ୱବୋଧର ସହ ଦୀର୍ଘ ଅବଧି ବ୍ୟବହାରକୁ ଆଖି ଆଗରେ ରଖି ଏହି ଉର୍ଜ୍ଜା ପରିବର୍ତ୍ତନ ପାଇଁ ପ୍ରତିବଦ୍ଧ । ସେ କହିଛନ୍ତି, ୨୦୧୫ରେ ଭାରତ ସରକାର ଯେଉଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ, ତାହା ସ୍ଥାୟୀ ଉର୍ଜ୍ଜା ପ୍ରତି ଭାରତର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି । ଏକ ବିକାଶଶୀଳ ଦେଶ ଭାବେ ବର୍ଦ୍ଧିତ ଊର୍ଜା ଚାହିଦା ପୂରଣ କରିବା ଆମ ପାଇଁ ସବୁଠୁ ବଡ଼ ଆହ୍ୱାନ । ଭାରତୀୟଙ୍କ ଉର୍ଜ୍ଜା ବ୍ୟବହାର ହାର ଗ୍ଲୋବାଲ ହାରଠାରୁ କମ୍ ରହିଛି । ଭାରତ ଗତ କିଛି ବର୍ଷ ଧରି ଆଧୁନିକ ଉର୍ଜ୍ଜାକୁ ସାର୍ବଜନୀନ ଭାବେ ପହଞ୍ଚାଇବା ଦିଗରେ ଖୁବ୍ ପ୍ରଗତି କରିଛି । ରିପୋର୍ଟରେ ଏ କ୍ଷେତ୍ରରେ ହୋଇଥିବା ପ୍ରଗତିର ସମୀକ୍ଷା କରାଯାଇ ତା’କୁ ଉପଯୁକ୍ତ ସ୍ଥାନ ଦିଆଯାଇଛି । ଏମିତିକି ଆଗାମୀ ଦିନରେ ଏ କ୍ଷେତ୍ର ପାଇଁ ଥିବା ମୁଖ୍ୟ ଆହ୍ୱାନଗୁଡ଼ିକୁ ମଧ୍ୟ ରିପୋର୍ଟରେ ସ୍ପଷ୍ଟ କରାଯାଇଥିବା ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons