ଭୁବନେଶ୍ୱର : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପୁଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପୁଲିସ ପଦକ ପ୍ରଦାନ କରିଛନ୍ତି।
ଅଗ୍ନିଶମ ବିଭାଗର ୭ ଜଣ କର୍ମଚାରୀ ଓ ଅଧିକାରୀ, ହୋମଗାର୍ଡ ଓ ସିଭିଲ ଡିଫେନ୍ସର ୪ ଜଣ କର୍ମଚାରୀ ଓ ଅଧିକାରୀ, ପୋଲିସ ବିଭାଗର ୧୨ ଜଣ କର୍ମଚାରୀ ଓ ଅଧିକାରୀ ଏବଂ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି।
Comments are closed, but trackbacks and pingbacks are open.