ଏଆଇଏମଟିସି ପାଳିଲା କଳା ଦିବସ

Get real time updates directly on you device, subscribe now.

ବ୍ରହ୍ମପୁର: ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମ୍ଟିସି) ତରଫରୁ ସୋମବାର କଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଗଠନର ସ୍ଥାନୀୟ କର୍ମକର୍ତ୍ତା କଳା ବ୍ୟାଜ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଠାକୁ ଆସିଥିବା ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।
ତୈଳ ଦର ବୃଦ୍ଧି, ପରିବହନ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ଦିଗରେ ସରକାରଙ୍କ ଉଦାସୀନତାର ପ୍ରତିବାଦ କରାଯାଇ ଥିଲା । ସମସ୍ୟାର ତୁରନ୍ତ ସମାଧାନ ନହେଲେ ଦେଶବ୍ୟାପୀ ଚକା ଜାମ୍ ଆନେ୍ଦାଳନ କରାଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି । ପେଟ୍ରୋଲ୍ ଓ ଡିଜେଲ୍ ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ୍ସାଇଜ୍ ଡୁ୍ୟଟି ଓ ରାଜ୍ୟ ସରକାରଙ୍କ ଦ୍ୱାରା ଭାଟ୍ ହ୍ରାସ ସାଙ୍ଗକୁ ଦାମ୍ ସାରା ଦେଶରେ ଏକାଭଳି ରଖିବା ପାଇଁ ତୈଳ ଦରକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରିବା, ସାମ୍ପ୍ରତିକ ପରିସ୍ଥିତି ହେତୁ ଇଏମ୍ଆଇ ୬ ମାସ ପାଇଁ ସ୍ଥଗିତ ରଖିବା, ପ୍ରତି ୧୦୦ କିମି ସକାଶେ ଇ-ୱେ ବିଲ୍ ବୈଧତା ଅବଧିକୁ ଦିନକ ପାଇଁ ଧାର୍ଯ୍ୟ କରିବା, ପୁଲିସ- ଆର୍ଟିଓ- ଜିଏସ୍ଟି ଅଧିକାରୀଙ୍କ ଦ୍ୱାରା ଶୋଷଣ ରୋକିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇ ଥିଲା । ପ୍ରମୋଦ କୁମାର ଜେନା, ରଞ୍ଜିତ କୁମାର ପଣ୍ଡା, କାଳୀଚରଣ ସ୍ୱାଇଁ, ସୁବାସ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ମହାରଣା ଓ ବଳରାମ ଲେଙ୍କା ପ୍ରମୁଖ କର୍ମକର୍ତ୍ତା ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons