ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଏକକ ପ୍ରଶ୍ନପତ୍ରରେ ଦେଖା ଦେଇଥିବା ତ୍ରୁଟି ସମ୍ପର୍କରେ ତଦନ୍ତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତଦନ୍ତ ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବ ଚିତ୍ରା ଅରୁମୁଗମ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ଆସନ୍ତା ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ ମନ୍ତ୍ରୀ ଏହି କମିଟିକୁ ନିଦେ୍ର୍ଧଶ ଦେଇଛନ୍ତି ।
ଏକକ ପରୀକ୍ଷାରେ ଦେଖା ଦେଇଥିବା ତ୍ରୁଟିବିଚୁ୍ୟତି ସମ୍ପର୍କରେ ଆଜି ଅପରାହ୍ଣରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁÂିତ ହୋଇଥିଲା । ପ୍ରଶ୍ନପତ୍ର ତ୍ରୁଟି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ ଓପେପାର ପ୍ରକଳ୍ପ ନିଦେ୍ର୍ଧଶକଙ୍କ ତଥ୍ୟ ପ୍ରକାଶ କରିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ପ୍ରଶ୍ନପତ୍ର ବଣ୍ଟନରେ ସାମାନ୍ୟ ତ୍ରୁଟି ହୋଇଥିଲା । ପରବର୍ତ୍ତୀ ଦିନଗୁଡ଼ିକରେ ଏହି ତ୍ରୁଟିକୁ ସୁଧାର ଦିଆଯାଇଛି । ସବୁ ବିଦ୍ୟାଳୟରେ ୩ କୋଟି ୯ ଲକ୍ଷ ୬୪ ହଜାର ୬୧୩ ପ୍ରଶ୍ନପତ୍ର ବିତରଣ କରାଯାଇଛି । ମାତ୍ର ଆବଶ୍ୟକତାଠାରୁ ୧୪ଧ କମ୍ ଥିବାରୁ ସମସ୍ତେ ପ୍ରଶ୍ନ ପାଇଲେନି । ଏହି ଆଲୋଚନାରେ ସ୍ୱତନ୍ତ୍ର ସଚିବ ବିଶ୍ୱନାଥ ପ୍ରଧାନ, ଏସ୍ଇଆର୍ଟିର ନିଦେ୍ର୍ଧଶକ ଗଙ୍ଗାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ସରକାର ଗୋଟିଏ ସମୟରେ ଗୋଟିଏ ପ୍ରକାର ପ୍ରଶ୍ନପତ୍ରରେ ୧ମରୁ ୮ମ ଶ୍ରେଣୀ ପିଲାଙ୍କ ଷ୍ମାଣାସିକ ପରୀକ୍ଷା କରିବାକୁ ହଠାତ୍ ନିଦେ୍ର୍ଧଶ ଦେଲେ । କିନ୍ତୁ ନିଦେ୍ର୍ଧଶରେ ସରକାର ନିଜେ ହିଁ ଫସିଗଲେ । ରାଜ୍ୟରେ ଥିବା ଅନେକ ସ୍କୁଲକୁ ଆବଶ୍ୟକ ସଂଖ୍ୟାରେ ପ୍ରଶ୍ନପତ୍ର ପହଞ୍ଚାଇ ପାରିଲେନି । ଯେଉଁଥିପାଇଁ ବାଧ୍ୟ ହୋଇ ଶିକ୍ଷକମାନେ କଳାପଟାରେ ପ୍ରଶ୍ନ ଲେଖିଲେ । ଆଉ କେଉଁଠି ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ରର ଜେରକ୍ସ କପି ବଣ୍ଟା ହେଲା । ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ଏପଟେ ଅଭିଭାବକମାନେ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି । କ’ଣ ପାଇଁ ସରକାର ଏମିତି କଲେ? କାହିଁକି ଠିକ୍ରେ ସବୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଯୋଗାଇପାରିଲେନି? ଏଭଳି ଅନେକ ପ୍ରଶ୍ନ ଏବେ ଅଭିଭାବକମାନେ ସରକାରଙ୍କୁ ପଚାରିଛନ୍ତି ।


Comments are closed, but trackbacks and pingbacks are open.