ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଉକ୍ରଳ ବିଶ୍ୱବିଦ୍ୟାଳୟ ଆମ ବିଶ୍ୱବିଦ୍ୟାଳୟ । ଏହାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆମକୁ କେହି ଡାକନ୍ତୁ ବୋଲି ଭାବିବା ଅନୁଚିତ । ଆମେ ସମସ୍ତେ ନିଜ ଆଡୁ ଆଗ୍ରହ ନେଇ ଆମ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିକୁ ସଫଳ କରିବା ପାଇଁ ଆଗେଇ ଆସିବା ଆବଶ୍ୟକ । ଆଜି ଏଭଳି କହିଛନ୍ତି, ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନେ । ନିଜ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିକୁ ସଫଳ କରିବା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେତା, ପ୍ରଶାସକ, ସାମ୍ବାଦିକ, ଶିଳ୍ପପତି, ଡାକ୍ତର, ଇଞ୍ଜିନିୟର ସମସ୍ତେ ଏକାଠି ହୋଇଛନ୍ତି ।
ଶନିବାର ଉକ୍ରଳ ବିଶ୍ୱବିଦ୍ୟାଳୟ ଏମ୍କେସିଜି ଅଡୋଟିରୟମ୍ରେ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ପ୍ରସ୍ତୁତି ବୈଠକ ଅନୁÂିତ ହୋଇଯାଇଛି । ଆସନ୍ତା ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ପାଳନ ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ୨୩ ତାରିଖ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ୨୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବା ପାଇଁ ସର୍ବସମ୍ମତି ହୋଇଛି । ୨୪ ତାରିଖରେ ପୂର୍ବତନ ଛାତ୍ରଛାତ୍ରୀଙ୍କ କାର୍ଯ୍ୟକ୍ରମ ରହିବ । ୨୫ତାରିଖରେ ଅଭିଭାବକ ଓ ୨୬ ତାରିଖରେ ପୂର୍ବତନ କର୍ମଚାରୀ ଏବଂ ଅଧ୍ୟାପକମାନଙ୍କ କାର୍ଯ୍ୟକ୍ରମ ରହିଛି । ୨୭ ତାରିଖ ପ୍ଲାଟିନମ୍ ଜୁବୁଲିର ଉଦ୍ୟାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେବା ପାଇଁ ଆପାତତଃ ଆଲୋଚନା ହୋଇଥିବା ବୈଠକରେ କୁହାଯାଇଛି ।
ଅପରପକ୍ଷେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ‘ପୂର୍ବତନ ଛାତ୍ରଛାତ୍ରୀ ପୁର୍ନମିଳନ ଦିବସ’କୁ ସଫଳ କରିବା ପାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କୁ ସଂଯୋଜକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ସେହିପରି ବିଶ୍ୱବିଦ୍ୟାଳୟର ଆଲୁମ୍ନି କାର୍ଯ୍ୟାଳୟକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରିଛନ୍ତି । ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫୁଲ୍ଲ ଘଡେ଼ଇ, ବରିÂ ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ସାଂସଦ ବୀରଭଦ୍ର ସିଂ, ପୂର୍ବତନ ବିଧାୟକ ପି୍ରୟଦର୍ଶୀ ମିଶ୍ର, ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ପିସିସି ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ସ୍ତମ୍ଭକାର ସୁଦର୍ଶନ ଦାସ, ବରିÂ ସାମ୍ବାଦିକ ରାଜାରାମ ଶତପଥୀ, ସନ୍ଦିପ ମିଶ୍ର, ଅରବିନ୍ଦ ଦାସ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ, ଛାତ୍ର ସଂସଦ ସଭାପତି ପୂର୍ବତନ ସଭାପତି ନିର୍ମଳ ପଣ୍ଡା, ହିମାଂଶୁ ଲେଙ୍କା, ସଂଗ୍ରାମ ଦାସ, ପ୍ରକାଶ ତ୍ରିପାଠୀ, ତନ୍ମୟ କୁମାର ସ୍ୱାଇଁ, ରାଜେଶରାଜ ସ୍ୱାଇଁ, ମହେଶ ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ଉକ୍ରଳ ବିଶ୍ୱବିଦ୍ୟାଳୟ ପୂର୍ବତନ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ୱେବସାଇଟ୍ ଙ୍କଗ୍ଧଳବକ୍ଷ.ଙ୍କଦ୍ଭସଙ୍ଖରrଗ୍ଦସଗ୍ଧଚ୍ଚ ଉନ୍ମୋଚିତ କରାଯାଇଛି । ଏହି ୱେବସାଇଟ୍ରେ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଅପଡେଟ୍ ଦିଆଯିବା ସହିତ ପଞ୍ଜିକରଣ କରିହେବ । ଅପରପକ୍ଷେ ଉକ୍ରଳ ବିଶ୍ୱବିଦ୍ୟାଳୟ ପୂର୍ବତନ ଛାତ୍ରଛାତ୍ରୀଙ୍କ ନାମରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ସ୍ମରଣିକା ପାଇଁ ମଧ୍ୟ ଲୋଖାମାନ ଆହ୍ୱାନ କରାଯାଇଛି । ବିଶ୍ୱବିଦ୍ୟାଳୟର କୁଳସଚିବ ଦୟାନିଧି ନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସମସ୍ତଙ୍କ ସହଯୋଗ କାମନା କରିଥିବା ବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ । ପିଜି କାଉନସିଲ୍ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ।
Comments are closed, but trackbacks and pingbacks are open.