ଏଟିଏମ୍ରେ ଟଙ୍କା ରଖ, ନହେଲେ ଜରିମାନା

Get real time updates directly on you device, subscribe now.

ନୂଆଦିଲ୍ଲୀ:ସମ୍ପ୍ରତି ଅନେକ ସ୍ଥାନରେ ଏଟିଏମ୍ଗୁଡିକ ନଗଦଶୂନ୍ୟ । ଅଧିକାଂଶ ଜାଗାରେ ‘ନୋ କ୍ୟାସ୍’ ବୋର୍ଡ ଦେଖି ନିରାଶ ହୋଇ ଫେରୁଛନ୍ତି ଗ୍ରାହକ । ଗୋଟିଏ ଏଟିଏମ୍ରୁ ଅନ୍ୟ ଏକ ଏଟିଏମ୍ ବୁଥ୍କୁ ଗଲେ ବି ସମାନ ଅବସ୍ଥା । ଏଭଳି ସ୍ଥିତିରେ ବ୍ୟାଙ୍କଗୁଡିକ ଉପରେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) । ଏଟିଏମ୍ରେ ଟଙ୍କା ନ ରଖିଲେ ପରିଣାମ ମହଙ୍ଗା ହେବ । ବ୍ୟାଙ୍କଗୁଡିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆର୍ବିଆଇ ଚେତାବନୀ ଦେଇଛି ।
ବ୍ୟାଙ୍କଗୁଡିକ ସେମାନଙ୍କ ଏଟିଏମ୍ଗୁଡିକୁ ୩ ଘଣ୍ଟାରୁ ଅଧିକ ସମୟ ନଗଦଶୂନ୍ୟ ରଖିପାରିବେ ନାହିଁ । ଯଦି ଏହା ହୁଏ ତା’ହେଲେ ବଡ଼ ଆକାରର ଜରିମାନା ଦେବାକୁ ହେବ । ଅଞ୍ଚଳ ଅନୁସାରେ ଜରିମାନା ଲଗାଯିବ ବୋଲି ଆର୍ବିଆଇ ପକ୍ଷରୁ କୁହାଯାଇଛି ।
ଏଟିଏମ୍ଗୁଡିକରେ ଏଭଳି ଅବ୍ୟବସ୍ଥା ଯୋଗୁ ଛୋଟ ଛୋଟ ସହର ତଥା ଗ୍ରାମାଞ୍ଚଳରେ ଲୋକମାନେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଉଧଟ ନଗଦ ସମସ୍ୟା ଦେଖାଦେଉଛି । ଏପରିକି ଅନେକ ଜାଗାରେ ଘଣ୍ଟା ଘଣ୍ଟା ନୁହେଁ ଦିନ ଦିନ ଧରି ଏହି ସମସ୍ୟା ଲାଗି ରହୁଛି । ଫଳରେ ବ୍ୟାଙ୍କ ଶାଖା, ଯେଉଁଠି ଏଟିଏମ୍ ରହୁଛି ସେଠାରେ ଲମ୍ବା ଧାଡି ଦେଖିବାକୁ ମିଳୁଛି । ଏଟିଏମ୍ ମେସିନ୍ରେ ଏକ ପ୍ରକାର ସେନ୍ସର ଥାଏ, ଯାହା ମାଧ୍ୟମରେ ବ୍ୟାଙ୍କଗୁଡିକ ଉକ୍ତ ଏଟିଏମ୍ରେ ପ୍ରକୃତରେ କେତେ ଟଙ୍କା ଅଛି ତାହା ଜାଣିପାରିଥାନ୍ତି । ଅନେକ କ୍ଷେତ୍ରରେ ଦେଖାଯାଏ, ଏଟିଏମ୍ରେ ଟଙ୍କା ନ ଥିବା ଜାଣି ମଧ୍ୟ ବ୍ୟାଙ୍କଗୁଡିକ ଟଙ୍କା ଭରନ୍ତି ନାହିଁ । ସେମାନଙ୍କ ଏହି ବେପରୁଆ ମନୋଭାବକୁ ନିନ୍ଦା କରିଛି ଆର୍ବିଆଇ । ଗ୍ରାମାଞ୍ଚଳରେ ଏଭଳି ସ୍ଥିତିରେ ଲୋକେ ବ୍ୟାଙ୍କ ପ୍ରତିନିଧିମାନଙ୍କ ନିକଟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏହି ଟ୍ରାଞ୍ଜାକ୍ସନ ପାଇଁ ମଧ୍ୟ ସେମାନଙ୍କୁ ବିଭିନ୍ନ ପ୍ରକାର ଶୁଳ୍କ ଦେବାକୁ ପଡିଥାଏ ।
ଇତି ମଧ୍ୟରେ ଆର୍ବିଆଇ ଏକ କମିଟି ଗଠନ କରିଛି, ଯାହାକି ଏଟିଏମ୍ ଇଣ୍ଟର୍ଚେଞ୍ଜ୍ ଫି’ର ସମୀକ୍ଷା କରିବ । ବର୍ତ୍ତମାନର ଢ଼ାଞ୍ଚାକୁ କମିଟି ଅନୁଧ୍ୟାନ କରି ଏଥିରେ ସଂଶୋଧନ ନେଇ ପ୍ରସ୍ତାବ ଦେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons