ଏଟିଏମ୍‌ ମେସିନ୍‌ରେ ପରିସ୍ରା କଲେ କନେଷ୍ଟବଳ , ଭିଡ଼ିଓ ଭାଇରାଲ୍‌

Get real time updates directly on you device, subscribe now.

ବାରିପଦା: ଏଟିଏମ୍‌ କାଉଣ୍ଟର ଭିତରେ ଏଟିଏମ୍‌ ମେଶିନ୍‌ ଉପରେ ପରିସ୍ରା କଲେ ଜଣେ କନଷ୍ଟେବଳ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାରେ ଘଟିଛି। କନ୍‌ଷ୍ଟେବଳ ଜଣକ ନିଶାସକ୍ତ ଅବସ୍ଥାରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।
ବାରିପଦା ମ୍ୟୁନିସିପାଲିଟି ଅଫିସ୍‌ ପାଖରେ ରହିଛି ଏକ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟର। ଗତକାଲି ରାତିରେ କନ୍‌ଷ୍ଟେବଳ ସମୀର ସେଠୀ ନିଶାସକ୍ତ ଅବସ୍ଥାରେ ମୁକୁଳା ଦେହରେ ଏଟିଏମ୍‌ ଭିତରେ ପଶିଥିଲେ। ପରେ ଏଟିଏମ୍‌ ମେସିନ୍‌ ଉପରେ ପରିସ୍ରା କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଶ୍ରୀ ସେଠୀଙ୍କର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଭିଡିଓ ସୁଟିଂ କରି ହ୍ୱାଟ୍ସଆପ୍‌ରେ ଶେୟାର କରିଛନ୍ତି। ଯାହା ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲିଛି। ଶ୍ରୀ ସେଠୀ ଆଜି ମଧ୍ୟ ନିଶାସକ୍ତ ଅବସ୍ଥାରେ ବଜାରରେ ଘୂରି ବୁଲୁଛନ୍ତି। ପାଟ୍ରୋଲିଂ କରୁଥିବା ପୁଲିସ ତାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।
ସୂଚନାରୁ ପ୍ରକାଶ, ବିଶୃଙ୍ଖଳିତ ଆଚରଣ ପାଇଁ ଶ୍ରୀ ସେଠୀଙ୍କୁ ୬ ମାସ ତଳେ ସସ୍‌ପେଣ୍ଡ କରାଯାଇଥିଲା। ସେହିଦିନଠାରୁ ସେ ଫେରାର ଥିଲେ। ଜିଲ୍ଲା ପୁଲସ ତାଙ୍କର ପତ୍ତା ପାଉନଥିଲା। ଗତକାଲିର ଭିଡିଓ ସାମ୍ନାକୁ ଆସିବା ପରେ ଶ୍ରୀ ସେଠୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଆଜି ଏହି ଘଟଣା ସଂପର୍କରେ ମୟୁରଭଞ୍ଜ ରିଜର୍ଭ ପୁଲିସ୍‌ ଇନିସ୍‌ପେକ୍ଟରଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିନଥିଲେ। କିନ୍ତୁ ଏଭଳି କାର୍ୟକୁ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି।ଏ ଘଟଣାରେ ସଂପୃକ୍ତ କନେଷ୍ଟବଳଙ୍କ ଉପରେ କାର୍ୟାନୁଷ୍ଠାନ ନିଆଯିବ ବୋଲି ଆଜି ମୟୁରଭଞ୍ଜ ଏସ୍‌ପି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons