ଏଟିଏମ୍ ଉଠାଣ ଦେୟମୁକ୍ତ

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ ସାରା ଦେଶ ଲକ୍ଡାଉନ୍ରେ ଥିବା ବେଳେ ବହୁ ଟିକସ ତଥା ନିୟାମକ ଅନୁପାଳନ ନିୟମକୁ କୋହଳ କରିଛନ୍ତି କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏ ସମ୍ପର୍କିତ ଘୋଷଣା କରିଛନ୍ତି ।
ଦେଶର ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ଅର୍ଥମନ୍ତ୍ରୀ ସୀତାରମଣ ଆୟକର ରିଟର୍ଣ୍ଣ (ଆଇଟିଆର୍) ଦାଖଲ, ଜିଏସ୍ଟି ରିଟର୍ଣ୍ଣ ଫାଇଲିଂ ଆଦିର ଅବଧିକୁ ଜୁନ୍ ୩୦ ଯାଏଁ ବଢ଼ାଇ ଦେଇଛନ୍ତି । ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ପାନ୍-ଆଧାର ଲିଙ୍କ୍ ଅବଧିକୁ ମଧ୍ୟ ବଢ଼ାଇ ଦେଇଛନ୍ତି ସରକାର । ଏପରିକି ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସର୍ବନିମ୍ନ ବାଲାନ୍ସ ତଥା ଏଟିଏମ୍ ଉଠାଣ ଦେୟକୁ ୩ ମାସ ହଟାଇ ଦେଇଛନ୍ତି ।
ଦେଶରେ ବର୍ତ୍ତମାନ କୌଣସି ଆର୍ଥିକ ଏମର୍ଜେନ୍ସିର ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କରି ସୀତାରମଣ କହିଛନ୍ତି, ଭାରତୀୟ ଅର୍ଥନୀତିକୁ କରୋନା ଭୂତାଣୁ ସଂକ୍ରମଣର ପ୍ରଭାବରୁ ରକ୍ଷା କରିବା ଉଦେ୍ଧଶ୍ୟରେ ତାଙ୍କ ନେତୃତ୍ୱରେ ଏକ ଅର୍ଥନୈତିକ ଟାସ୍କଫୋର୍ସ ଗଠନ କରାଯାଇଛି । ଖୁବ୍ଶୀଘ୍ର ଟାସ୍କଫୋର୍ସ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିବ ।
ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ବିଭିନ୍ନ ପ୍ରମୁଖ ନିଷ୍ପତ୍ତି ହେଲା:
ଆର୍ଥିକ ସେବା

  • ଡେବିଟ୍ କାର୍ଡଧାରୀ ଆଗାମୀ ୩ ମାସ ପର୍ଯ୍ୟନ୍ତ ବିନା କୌଣସି ଅତିରିକ୍ତ ଦେୟରେ ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଇପାରିବେ । ଜରୁରୀ ନଗଦ ଚାହୁଁଥିବା ଗ୍ରାହକଙ୍କୁ ବୋଝ ନ ଲଦିବା ସହ ବ୍ୟାଙ୍କ ଶାଖାରେ ଭିଡ଼ କମାଇବା ଉଦେ୍ଧଶ୍ୟରେ ସରକାର ଏ ନିଷ୍ପତ୍ତି ନେଇଛନ୍ତି ।
  • ସେହିପରି ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ପାଇଁ ଏହି ୩ ମାସ ମଧ୍ୟରେ ଗ୍ରାହକ କୌଣସି ଦେୟ (ତଣ୍ଡ) ଗଣିବେ ନାହିଁ । ନିକଟରେ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସକୁ ହଟାଇ ଦେଇଛି ।
  • ବାଣିଜି୍ୟକ କାରବାର ପାଇଁ ଡିଜିଟାଲ ଦେୟକୁ ମଧ୍ୟ କମାଇ ଦିଆଯାଇଛି ।
    ଆୟକର
  • ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଅବଧିକୁ ୨୦୨୦ ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ୨୦୧୮-୧୯ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଶେଷଦିନ ଥିଲା ।
  • ଆଧାର-ପାନ୍ ଲିଙ୍କ ଅବଧିକୁ ୨୦୨୦ ମାର୍ଚ୍ଚ ୩୧ରୁ ବଢ଼ାଇ ଜୁନ୍ ୩୦ କରିଦିଆଯାଇଛି ।
  • ‘ବିବାଦ ସେ ବିଶ୍ୱାସ’ ସ୍କିମ୍ ଜରିଆରେ ୨୦୨୦ ଜୁନ୍ ସୁଦ୍ଧା ପେମେଣ୍ଟ କରୁଥିବା ବ୍ୟକ୍ତିବିଶେଷଙ୍କୁ ୧୦ଧ ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ ନାହିଁ ।
  • ବିଭିନ୍ନ ଆଇନ ଅଧୀନରେ ଟିକସଦାତା ଓ କର୍ତ୍ତୃପକ୍ଷ ପାଇଁ ମାର୍ଚ୍ଚ ୨୦ରୁ ଜୁନ୍ ୨୯ ଯାଏଁ ରହିଥିବା ଅବଧିଗୁଡ଼ିକୁ ଜୁନ୍ ୩୦ ଯାଏଁ ସମ୍ପ୍ରସାରଣ କରାଯାଇଛି ।
  • ମାର୍ଚ୍ଚ ୨୦ରୁ ଜୁନ୍ ୩୦ ମଧ୍ୟରେ ଦାଖଲ ହେବାକୁ ଥିବା ବିଳମ୍ବିତ ଆଗୁଆ ଟିକସ, ନିୟମିତ ଟିକସ, ଟିଡିଏସ୍, ଟିସିଏସ୍ ଆଦି ଉପରେ ସୁଧହାରକୁ ୧୨ଧରୁ ୯ଧକୁ କମାଇ ଦିଆଯାଇଛି । ଏ ଅବଧିରେ ଏସବୁରେ ବିଳମ୍ବିତ ପ୍ରଦାନ ପାଇଁ କୌଣସି ବିଳମ୍ବିତ ଫି’ ମଧ୍ୟ ଲାଗୁ ହେବନାହିଁ ।
    ଜିଏସ୍ଟି/ପରୋକ୍ଷ ଟିକସ
  • ୫ କୋଟିରୁ କମ୍ ଟଙ୍କାର ବାର୍ଷିକ କାରବାର କରୁଥିବା ବ୍ୟବସାୟୀମାନେ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସ ପାଇଁ ଜିଏସ୍ଟି ରିଟର୍ଣ୍ଣ (ଜିଏସ୍ଟିଆର୍-୩ବି)କୁ ଜୁନ୍ ଶେଷ ସପ୍ତାହ ସୁଦ୍ଧା ଦାଖଲ କରିପାରିବେ । ଏଥିପାଇଁ ସେମାନଙ୍କୁ କୌଣସି ସୁଧ, ବିଳମ୍ବିତ ଫି’ ଓ ଜରିମାନା ଦେବାକୁ ପଡ଼ିବ ନାହିଁ ।
  • ୫ କୋଟି ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର କାରବାର କରୁଥିବା ବ୍ୟବସାୟୀ ଓ ଡିଲର ମଧ୍ୟ ନିଜର ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସର ଜିଏସ୍ଟି ରିଟର୍ଣ୍ଣକୁ ଜୁନ୍ ଶେଷ ସପ୍ତାହ ସୁଦ୍ଧା ଦାଖଲ କରିପାରିବେ । କିନ୍ତୁ ଧାର୍ଯ୍ୟ ଅବଧିର ୧୫ ଦିନ ପରେ ସେମାନଙ୍କୁ ବାର୍ଷିକ ୯% ସୁଧ ଦେବାକୁ ପଡ଼ିବ । ପୂର୍ବରୁ ଏହି ସୁଧ ପରିମାଣ ୧୮% ରହିଥିଲା ।
  • ଜିଏସ୍ଟି କମ୍ପୋଜିସନ୍ ସ୍କିମ୍ ବିକଳ୍ପ ଚୟନ ଅବଧିକୁ ଜୁନ୍ ଶେଷ ସପ୍ତାହ ଯାଏଁ ସମ୍ପ୍ରସାରଣ କରାଯାଇଛି । ଏପରିକି କମ୍ପୋଜିସନ୍ ସ୍କିମ୍ର ଡିଲରମାନେ ଜାନୁଆରୀ-ମାର୍ଚ୍ଚ ତ୍ରୟମାସର ପେମେଣ୍ଟକୁ ଜୁନ୍ ଶେଷ ସପ୍ତାହ ସୁଦ୍ଧା ସମ୍ପ୍ରସାରଣ କରାଯାଇଛି ।
  • ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ବାର୍ଷିକ ଜିଏସ୍ଟି ଦାଖଲ ଅବଧିକୁ ୨୦୨୦ ମାର୍ଚ୍ଚ ୩୧ରୁ ଜୁନ୍ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
    ବହିଃଶୁଳ୍କ
  • ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ଉଦେ୍ଧଶ୍ୟରେ ୨୦୨୦ ଜୁନ୍ ୩୦ ଯାଏଁ ୨୪ ଘଣ୍ଟିଆ ବହିଃଶୁଳ୍କ କ୍ଲିୟରାନ୍ସ ଚାଲୁ ରହିବ ।
  • ବହିଃଶୁଳ୍କ ଆଇନ ଅଧୀନରେ ମାର୍ଚ୍ଚ ୨୦ରୁ ଜୁନ୍ ୨୯ ମଧ୍ୟରେ ଅନୁପାଳନ ପାଇଁ ଜାରି ହୋଇଥିବା ବିଜ୍ଞପ୍ତି, ଅନୁମୋଦନ ଆଦେଶ, ଆବେଦନ, ରିପୋର୍ଟ ଆଦିକୁ ଜୁନ୍ ୩୦ ଯାଏଁ ସମ୍ପ୍ରସାରଣ କରାଯାଇଛି ।
    କର୍ପୋରେଟ ଜଗତ
  • ଏମ୍ସିଏ୨୧ ରେଜିଷ୍ଟ୍ରି ଆଧାରରେ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ର ପ୍ରତିବନ୍ଧ ଅବଧିରେ ବିଳମ୍ବିତ ଫାଇଲିଂ ପାଇଁ କମ୍ପାନିଗୁଡ଼ିକୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ।
  • କର୍ପୋରେଟ୍ ଜଗତରେ ଥିବା ବାଧ୍ୟତାମୂଳକ ବୋର୍ଡ ବୈଠକକୁ ଆଗାମୀ ୨ ତ୍ରୟମାସ ନିମନ୍ତେ ୬୦ ଦିନ ସମ୍ପ୍ରସାରଣ କରାଯାଇଛି ।
  • ନୂଆ ଭାବେ ଗଠନ ହୋଇଥିବା କମ୍ପାନିଗୁଡ଼ିକ ପାଇଁ ବ୍ୟବସାୟ ଆରମ୍ଭ ଘୋଷଣା ଦାଖଲ ପାଇଁ ଅତିରିକ୍ତ ୬ ମାସ ସମୟ ଦିଆଯାଇଛି ।
  • କମ୍ପାନିର ନିଦେ୍ର୍ଧଶକ ପାଇଁ ଭାରତରେ ଅତିକମ୍ରେ ୧୮୨ ଦିନ ରହଣି ନିୟମ ଅନୁପାଳନକୁ ବର୍ତ୍ତମାନ ସମୟରେ ଉଲ୍ଲଂଘନ ବୋଲି ବିଚାର କରାଯିବ ନାହିଁ ।
    ଦେବାଳିଆ କୋଡ୍
  • ଦେବାଳିଆ କାର୍ଯ୍ୟାନୁÂାନ ପାଇଁ ଏବେ ଖିଲାପ ସୀମାକୁ ୧ ଲକ୍ଷ ଟଙ୍କା ରଖାଯାଇଛି । କିନ୍ତୁ ବର୍ତ୍ତମାନର ସମୟରେ କ୍ଷୁଦ୍ର ଶିଳ୍ପଙ୍କୁ ଦେବାଳିଆ କାର୍ଯ୍ୟାନୁÂାନରୁ ରକ୍ଷା କରିବା ପାଇଁ ଏହି ସୀମାକୁ ୧ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି ।
  • ଯଦି ଏପ୍ରିଲ ପରେ ମଧ୍ୟ ଏଭଳି ସ୍ଥିତି ଜାରି ରହିବ, ତେବେ ଦେବାଳିଆ କୋଡ୍ର ଧାରା ୭, ୯କୁ ୬ ମାସ ପାଇଁ ରଦ୍ଧ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons