ଏଣିକି ଉକ୍ରଳ, ରବୀନ୍ଦ୍ର ଓ ଭଞ୍ଜକଳା ମଣ୍ଡପ ଅନ୍ଲାଇନ୍ରେ ବୁକିଂ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଅଧୀନ ମଣ୍ଡପଗୁଡ଼ିକର ଅନ୍ଲାଇନ୍ ବୁକିଂ ନିମନ୍ତେ ଶୁକ୍ରବାର ବିଭାଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍ବିଆଇ) ମଧ୍ୟରେ ରାଜିନାମା ସ୍ୱାକ୍ଷର ହୋଇଯାଇଛି । ଏହାଦ୍ୱାରା ଉକ୍ରଳ, ରବୀନ୍ଦ୍ର ଓ ଭଞ୍ଜକଳା ମଣ୍ଡପ ଆଗକୁ ଅନ୍ଲାଇନ୍ ମାଧ୍ୟମରେ ବୁକିଂ ହେବ । ଏହା ନ୍ୟାସ୍ନାଲ୍ ଇନ୍ଫର୍ମେଟିକ୍ସ ସେଣ୍ଟର ୍(ଏନ୍ଆଇସି) ଦ୍ୱାରା ପରିଚାଳିତ ହେବ । ସେ ଏହାର ଡିଜାଇନ୍ ଏବଂ ଆପ୍ କରିବେ । ଆଗକୁ ଜୟଦେବ ବିହାର ନିକଟ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉକ୍ରଳ ରଙ୍ଗମଞ୍ଚକୁ ବି ସାମିଲ କରାଯିବ । କିଛି କାର୍ଯ୍ୟକ୍ରମ ଲାଗି ଦିଆଯାଉଥିଲେ ବି ବର୍ତ୍ତମାନ ତାକୁ ବିଭାଗର ନିଜ କାର୍ଯ୍ୟ ପାଇଁ ରଖାଯାଇଛି । ତେଣୁ ଆଗକୁ ତାହା ବି ଅନ୍ଲାଇନ୍ରେ ବୁକିଂ ହେବ । ଏଥିସହିତ ବିଭାଗୀୟ ୱେବସାଇଟ୍ରେ ସମସ୍ତ ତଥ୍ୟ ମିଳିବ ବୋଲି ସୂଚନା ଦିଆଯାଇଛି ।
ସଂସ୍କୃତି ଭବନରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ବିଭାଗ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଉଥିବା କହିଥିଲେ । ଏହି ରାଜିନାମା ପରେ ମଣ୍ଡପଗୁଡ଼ିକର ବୁକିଂ ଓ ଦେୟ ପ୍ରଦାନ ଅବାଧରେ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଆଗକୁ ଲୋକକଳା ଭବନ ପ୍ରତିÂା ହେବାକୁ ଯାଉଥିବାବେଳେ ତାକୁ ବି ଏହା ସହ ଯୋଡ଼ିବାକୁ ମନ୍ତ୍ରୀ ସୂଚନା ଦେଇଥିଲେ । ରାଜିନାମାରେ ସଂସ୍କୃତି ବିଭାଗ ପକ୍ଷରୁ ଯୁଗ୍ମ ଶାସନ ସଚିବ ତଥା ଯୁଗ୍ମ ନିଦେ୍ର୍ଧଶିକା ସଂଘମିତ୍ରା ଶତପଥୀ ଓ ଏସ୍ବିଆଇ ଏଜିଏମ୍ ପ୍ରଦୀପ ବିଶ୍ୱାଳ ସ୍ୱାକ୍ଷର କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଏସ୍ବିଆଇ ଜିଏମ୍ ବି.କେ. କୁଜୁର, ଡିଜିଏମ୍ ମୁକୁଲ ସାକ୍ସେନା, ଡେପୁଟି ମ୍ୟାନେଜର ବି. ଦାସ ଓ ଏନ୍ଆଇସିର ପଦାଧିକାରୀ ବିଭୁ ଦାସଙ୍କ ସମେତ ଉଭୟ ବ୍ୟାଙ୍କ ଓ ସଂସ୍କୃତି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଗତ ଜୁଲାଇ ୨୬ରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ବସି ୨ ମାସ ଭିତରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ନିଷ୍ପତ୍ତି ହୋଇଥିଲା । ଗତ ସେପ୍ଟେମ୍ବର ୩ରେ ବିଭାଗୀୟ ୱେବସାଇଟ୍ରେ ରବୀନ୍ଦ୍ର ଓ ଭଞ୍ଜକଳା ମଣ୍ଡପରେ ମାସକର କେଉଁ କେଉଁ ଦିନ ବୁକିଂ ହୋଇଛି ତା’ର ତାଲିକା ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons