ଏଣିକି ସବୁ ସହରାଞ୍ଚଳରେ ଅନ୍ଲାଇନ୍ରେ ସମ୍ପତ୍ତି ଟିକସ ପୈଠ

Get real time updates directly on you device, subscribe now.

ଏଣିକି ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗୃହ (ହୋଲ୍ଡିଂ) ଟିକସ ପୈଠ ପାଇଁ ଆଉ ମୁ୍ୟନିସିପାଲିଟି କିମ୍ବା ଏନ୍ଏସି ଅଫିସରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନି । ଯେ କୌଣସି ସ୍ଥାନରେ ରହି ଆରାମରେ ଅନ୍ଲାଇନରେ ଦାଖଲ କରି ହେବ ସମ୍ପତ୍ତି (ହୋଲ୍ଡିଂ) ଟିକସ । ରାଜ୍ୟର ସମସ୍ତ ପୌରାଞ୍ଚଳ ପାଇଁ ଆଜିଠୁ ଅନଲାଇନ୍ ସମ୍ପତ୍ତି ଟିକସ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହାକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଲି ସେତିକି ନୁହେଁ, ପୌର ରାଜସ୍ୱ ବୃଦ୍ଧି ପାଇଁ ଅମୃତ ଯୋଜନାରେ ସାମିଲ ଥିବା ୯ଟି ଯାକ ପୌରାଞ୍ଚଳକୁ ନେଇ ଅଭିନବ ଢଙ୍ଗରେ ମୁ୍ୟନିସିପାଲ୍ ପ୍ରିମିୟର ଲିଗ୍ (ଏମ୍ପିଏଲ୍) ଆରମ୍ଭ ହୋଇଛି । ଏହି ୯ ସହରର ଟିକସ ଅଧିକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବ । ଟିକସ ସଂଗ୍ରହରେ ଶ୍ରେÂ ପ୍ରଦର୍ଶନ କଲେ ପୁରସ୍କୃତ କରାଯିବ ।
ଲୋକସେବା ଭବନର ନୂତନ କନଭେନସନ ସେଣ୍ଟରରେ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବାରୁ ନଗର ଉନ୍ନୟନ ବିଭାଗକୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୫ ‘ଟି’ର ଉଦେ୍ଧଶ୍ୟକୁ ଏହି କାର୍ଯ୍ୟକ୍ରମ ପୂରଣ କରୁଛି । ଲୋକଙ୍କ ପାଖରେ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରାଯାଉଛି । ଅନ୍ଲାଇନରେ ସମ୍ପତ୍ତି କର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦ୍ୱାରା ସହରବାସୀ ଘରେ ବସି କିମ୍ବା ଯେ କୌଣସି ସ୍ଥାନରୁ ନିଜ ସମ୍ପତ୍ତି ଟିକସ ପୈଠ କରିପାରିବେ । ଏଭଳି ବ୍ୟବସ୍ଥା ଆରମ୍ଭ କରି ନଗର ଉନ୍ନୟନ ବିଭାଗ ଅତି ଉତ୍ତମ ପଦକ୍ଷେପ ନେଇଛି । ସହରାଞ୍ଚଳରେ ବାସ କରୁଥିବା ଲୋକେ ଏହା ଦ୍ୱାରା ବେଶ୍ ଉପକୃତ ହେବେ ।
ଏହି ଅବସରରେ ମୁ୍ୟନିସିପାଲ ପ୍ରିମିୟର ଲିଗ୍ ପାଇଁ ଉଦ୍ଧିଷ୍ଟ ଟ୍ରଫିକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଲେ, ପୌର ସଂସ୍ଥାର ରାଜସ୍ୱ ବଢ଼ିଲେ ଲୋକଙ୍କୁ ଆହୁରି ଭଲ ସେବା ଓ ସୁବିଧା ମିଳିପାରିବ । ଏହା ସହ ସହରବାସୀଙ୍କ ଜୀବନ ଶୈଳୀର ଅଭିବୃଦ୍ଧି ଘଟିବ । ପୌର ସଂସ୍ଥାର ରାଜସ୍ୱ ବୃଦ୍ଧି ପାଇଁ ମୁ୍ୟନିସିପାଲ ପ୍ରିମିୟର ଲିଗ୍ ଭଳି କାର୍ଯ୍ୟକ୍ରମ ଦେଶରେ ପ୍ରଥମ । ଏହି ପରିବର୍ତ୍ତନକାରୀ କାର୍ଯ୍ୟକ୍ରମ ବିଭିନ୍ନ ପୌର ସଂସ୍ଥା ମଧ୍ୟରେ ରାଜସ୍ୱ ସଂଗ୍ର୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିବ । ଏହା ସହରାଞ୍ଚଳରେ ଲୋକଙ୍କ ଜୀବନକୁ ଅଧିକ ଉନ୍ନତ କରିବାରେ ସହାୟକ ହେବ ।
ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥିଭାଥନାନ୍, ୫-ଟି ସଚିବ ଭି.କେ.ପାଣ୍ଡିଆନ, ପୌର ପ୍ରଶାସନ ନିଦେ୍ର୍ଧଶକ ସଂଗ୍ରାମଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ୯ଟି ପୌର ସଂସ୍ଥାର ବରିÂ ଅଧିକାରୀ ଓ ଟିକସ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଅନଲାଇନ୍ ଟିକସ ପୈଠ ଓ ମୁ୍ୟନିସିପାଲ ପ୍ରିମିୟର ଲିଗ୍ ସମ୍ପର୍କିତ ଦୁଇଟି ଭିଡିଓ ସ୍କ୍ରିନ୍ରେ ପ୍ରଦର୍ଶିତ ହୋଇଥିଲା ।
ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ ପାଇଁ ଷଗ୍ଧଗ୍ଧକ୍ଟ୍ରଗ୍ଦ://ମସଗ୍ଧସଚ୍ଛରଦ୍ଭଗ୍ଦରrଙ୍ଖସମରଗ୍ଦ.ଭଷଙ୍କଭବଦ୍ଭରଗ୍ଦଙ୍ଗବr.ଜ୍ଞର ୱେବସାଇଟରେ ହୋଲ୍ଡିଂ ଟିକସ ଦାଖଲ କରି ହେବ । ରାଜ୍ୟର ବାକି ୧୧୩ଟି ପୌର ସଂସ୍ଥା ପାଇଁ ଙ୍ଗଙ୍ଗଙ୍ଗ.ଙ୍କକ୍ଷଭକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ୱେବସାଇଟରେ ହୋଲ୍ଡିଂ ଟିକସ ଦାଖଲ କରିହେବ ।
ଅମୃତ ଯୋଜନାରେ ସାମିଲ ୫ ମହାନଗର ନିଗମ ସମେତ ଭଦ୍ରକ, ବାଲେଶ୍ୱର, ପୁରୀ, ବାରିପଦା ପୌର ସଂସ୍ଥାକୁ ନେଇ ମୁ୍ୟନିସିପାଲ୍ ପ୍ରିମିୟର ଲିଗ୍ ଆୟୋଜନ କରାଯାଇଛି । ଏହି ୯ଟି ଯାକ ସହରାଞ୍ଚଳ ଟିକସ ଅଧିକାରୀଙ୍କ ମଧ୍ୟରେ ଫେବ୍ରୁଆରୀ ପହିଲାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ହେବ । ସହରାଞ୍ଚଳରେ ଅନ୍ଲାଇନ୍ରେ ସମ୍ପତ୍ତି ଟିକସ ପୈଠ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons