ଏଥର ଓଡ଼ିଶା ବିରୋଧରେ ଉଠିଲା ସ୍ୱର

Get real time updates directly on you device, subscribe now.

ଗୁଣପୁର: ‘ବଂଶଧାରା ଜଳ ଉପରେ ଆମର ୫୦ ଭାଗ ହକ୍ ରହିଛି । ଏହି ଜଳକୁ ଆମେ ବ୍ୟବହାର କରି ନେରେଡି ବ୍ୟାରେଜ ପାଇଁ ଆନ୍ଧ୍ରକୁ ଜବାବ୍ ଦେବା । ଉପରମୁଣ୍ଡରେ ଏକାଧିକ ପ୍ରକଳ୍ପ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା । ଆମ ହକ୍କୁ ଆମେ ଛାଡିବା ନାହିଁ । ଓଡିଶା ସରକାରଙ୍କ ଦ୍ୱାରା ଆମେ ସବୁବେଳେ ପ୍ରତାରିତ ହୋଇଛେ । ଯାହାର ଫଳସ୍ୱରୂପ ଆନ୍ଧ୍ର ସବୁବେଳେ ଆମ ହକ୍ ଉପରେ ନାଲିଆଖି ଦେଖାଉଛି । ଏବେ ଆଉ ଛାଡିବାର ନାହିଁ । ଦୁର୍ବାର ଆନେ୍ଦାଳନ କରାଯିବ ।’ ଏଭଳି ଚେତାବନୀ ଦେଇ ଆନେ୍ଦାଳନ ପାଇଁ ସଜବାଜ ହୋଇଛନ୍ତି ଗୁଣପୁରବାସୀ ।
ସ୍ଥାନୀୟ ଭେଙ୍କଟେଶ୍ୱର ମନ୍ଦିରରେ ଆଜି ସହରର ବିଭିନ୍ନ ବର୍ଗର ଲୋକ ଏକାଠି ହୋଇ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ବଂଶଧାରା ଟ୍ରିବୁ୍ୟନାଲଙ୍କ ଚୂଡାନ୍ତ ରାୟ ପରେ ପୁଣି ଗୁଣପୁର, କାଶୀନଗର ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଥମେ ଗୋଟା ବ୍ୟାରେଜ, ତା’ପରେ କାଟରାଗଡା ସାଇଡ ୱେର କେନାଲ ଏବଂ ଏବେ ନେରେଡି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଆନ୍ଧ୍ରକୁ ସବୁଜ ସଙ୍କେତ ମିଳିଛି । ଅନ୍ୟପକ୍ଷରେ ବଂଶଧାରା ଉପରମୁଣ୍ଡରେ ଓଡିଶା ସରକାରଙ୍କ ଦ୍ୱାରା ସର୍ଭେ ହୋଇ ରହିଥିବା ଏକାଧିକ ପ୍ରକଳ୍ପ କାମ ନାଲିଫିତା ତଳେ ବନ୍ଧା ପଡ଼ିଛି । ଯଦ୍ୱାରା ଓଡିଶା ଭାଗରେ ଥିବା ୫୦ ଭାଗ ଜଳ ଅର୍ଥାତ୍ ୫୭.୩ ଟିଏମସି ବ୍ୟବହାରରେ ନଲାଗି ସମୁଦ୍ରରେ ମିଶୁଛି ବୋଲି ବୈଠକରେ ବୁଦ୍ଧିଜୀବୀମାନେ ମତ ଦେଇଥିଲେ । ସେମାନେ କହିଥିଲେ ଯେ, କେତେବଳେ ପାଣି ଡଙ୍ଗର ପ୍ରକଳ୍ପର ଆଶା ଦେଖାଯାଇଛି ଆଉ କେତେବେଳେ ବଂଶଧାରା-ଋଷିକୂଲ୍ୟା ସଂଯୋଗୀକରଣ ଯୋଜନା ପାଇଁ ଶୁଭ ଦେଇ ସରକାର ଭୁଲି ଯାଉଛନ୍ତି । ପୁଣି କେବେ ଉପରମୁଣ୍ଡରେ ପ୍ରକଳ୍ପ କରିବାକୁ ଘୋଷଣା କରିଛନ୍ତି । କୌଣସି ଗୋଟିଏ ହେଲେ ଫଳପ୍ରଦ ହୋଇନି । କୋର୍ଟ ଏବଂ କେନ୍ଦ୍ର ନିକଟରେ ଓଡିଶାର ଦାୟିତ୍ୱହୀନତା ଏବଂ ଦୁର୍ବଳ ଉପସ୍ଥାପନା ପାଇଁ ବହୁମୂଲ୍ୟ ଦେବାକୁ ପଡୁଛି । ଆଇନଗତ ଲଢେଇରେ ଆମକୁ ପ୍ରତାରିତ ହେବାକୁ ପଡୁଛି । ପ୍ରତିବାଦରେ ଆନେ୍ଦାଳନ ପାଇଁ ଆଜି ଖସଡା ପ୍ରସ୍ତୁତ କରାଯାଇଛି । ଓକିଲ ସଂଘ ନେତୃତ୍ୱରେ ଅଞ୍ଚଳବାସୀ ଆନେ୍ଦାଳନକୁ ଓଲ୍ଲାଇବେ । ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ ପରେ ରିଲେ ଅନସନ ଓ ଆମରଣ ଅନସନ କରିବାକୁ ବୈଠକରେ ସ୍ଥିର କରାଯାଇଛି । ସ୍ମାରକପତ୍ର ପ୍ରସ୍ତୁତ ସମୟରେ ଓକିଲ ସଂଘ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ବରିÂ ଆଇନଜୀବୀ ଉମାଚରଣ ପଟ୍ଟନାୟକ, କୃଷ୍ଣ ସେନାପତି, ସଂଘ ସମ୍ପାଦକ ଇନ୍ଦ୍ରାକ୍ଷୀ ଦାସ, ସମାଜସେବୀ ଅକ୍ଷୟ ଦାସ, ଉମା ଦାସ, ମିଲି ପାଢି, ରାଜନେତା ସାନ ଗୌଡ, ୱାଇ. ଗଣପତି, ଏସ. ବାବା ପ୍ରସାଦ, ଶ୍ରୀନିବାସ ସ୍ୱାଇଁ, ମିଲର୍ସ ସଂଘ ପକ୍ଷରୁ ଲାଡି ଶ୍ରୀଧର, ସୁମନ ପାତ୍ର, ଲାଡି ଈଶ୍ୱର ରାଓ, ରମେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons