ଭୁବନେଶ୍ବର: ସରକାର ମୋଟର ଯାନ ଚଳାଚଳ ଆଇନ ଉଲଂଘନକାରୀଙ୍କ ପାଇଁ ଫାଇନ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କଲେ ସେପଟେ ପୋଲିସ ମହାନିର୍ଦ୍ଦେଶ କହିଛନ୍ତି ଯେ ଏଣିକି ଟୋଲଗେଟ ଗୁଡ଼ିକରେ ବ୍ରିଦ ଆନାଲାଇଜର ରହିବ। ମଦ ଚଳାଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯିବ। ଆଜିଠାରୁ ହିଁ ଲାଗୁ ହେବ ଏହି ନିୟମ।
ଦୁର୍ଘଟଣା ପଛରେ ପ୍ରମୁଖ କାରଣ ମଦ । ଯେତେବେଳେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଇଛି ସେହି ସମୟରେ ରାଜ୍ୟ ପୋଲିସ ମଦୁଆ ଡ୍ରାଇଭରଙ୍କ ପାଇଁ ଫାଶ ବସାଇଛି। ଏହି ଫାଶ ବସିବ ରାଜ୍ୟରେ କାମ କରୁଥିବା ଟୋଲ ଗେଟ୍ ଗୁଡ଼ିକରେ। ସେଠାରେ ସାମାନ୍ୟ ସନ୍ଦେହ ହେଲେ ପୋଲିସ ଡ୍ରାଇଭରଙ୍କୁ ବ୍ରିଦ୍ ଆନାଲାଇଜର ପାଇଁ ଡାକିବେ। ଆଉ ଯଦି ଶହେ ମିଲି ରକ୍ତରେ ୩୦ ଗ୍ରାମରୁ ଅଧିକ ଆଲୋକହଲ ମିଳିଲା, ତାହେଲେ ତୁରନ୍ତ ଗିରଫ କରାଯିବ। ଦରକାର ପଡ଼ିଲେ ଗାଡ଼ିକି ବି ସିଜ୍ କରାଯିବ। ତେବେ ଯାତ୍ରୀବାହୀ ଗାଡ଼ି ହୋଇଥିଲେ ପାସେଞ୍ଜରଙ୍କୁ ପଠାଇବା ଲାଗି ବ୍ୟବସ୍ଥା ହେବ। ଜଷ୍ଟିସ ରାଧାକ୍ରିଷ୍ଣନ କମିଶନଙ୍କ ନିର୍ଦ୍ଦେଶକ କ୍ରମେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।
ମଦୁଆ ଡ୍ରାଇଭର ସାବାଡ଼ ହେବେ। ଆଉ ମଦ ପିଇ ଗାଡ଼ିରେ ବସିବେନି। ତେବେ କିଛି ଡ୍ରାଇଭରଙ୍କର ଏନେଇ ଆପତ୍ତି। ସେମାନଙ୍କ କହିବା କଥା ମଦୁଆ ଡ୍ରାଇଭରଙ୍କୁ ସିନା ଧରିବେ କିନ୍ତୁ ଯେଉଁମାନେ ଗଞ୍ଜେଇ ଖାଉଛନ୍ତି କିମ୍ବା ଅନ୍ୟ ନିଶାଦ୍ରବ୍ୟ ପକେଇ ଗାଡ଼ିକୁ ନିୟନ୍ତ୍ରଣ ବାହାରେ ଚଲାଉଛନ୍ତି ସେମାନଙ୍କ ପାଇଁ କଣ କରାଯିବ। ସେଥିପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ଦାବି ହୋଇଛି।
ନିୟମ ଏବେ କଡ଼ାକ଼ଡ଼ି । ଏବେ ରାସ୍ତାରେ ଉତ୍ପାତିଆଙ୍କୁ ଆଉ ଦେଖିବାକୁ ମିଳୁନି। ଏଭଳି କଡ଼ା ଚେକିଂ ଜାରି ରଖିବା ଲାଗି ଲୋକେ କିନ୍ତୁ ଦାବି କରୁଛନ୍ତି ।
Comments are closed, but trackbacks and pingbacks are open.