ଏନ୍ଆଇଟି ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ କ୍ଲାସ ରୁମ୍

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ଏନ୍ଆଇଟିରେ ପ୍ରସ୍ତୁତ ହୋଇଛି ଡିଜିଟାଲ କ୍ଲାସରୁମ୍ । ସମଗ୍ର ଭାରତରେ ଥିବା ୩୧ଟି ଏନ୍ଆଇଟି ମଧ୍ୟରୁ ରାଉରକେଲା ଏନ୍ଆଇଟିରେ ଏହା ହେଉଛି ପ୍ରଥମ ଓ ଉଚ୍ଚ ମାନର କ୍ଲାସ ରୁମ୍ । ଯେଉଁଥିରେ ଏକା ଥରେ ୨୩ଟି କ୍ଲାସ ରୁମ୍ ଯୋଡି ହେବା ସହିତ ଏକାା ଥରକେ ହଜାର ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରି ପାରିବେ । କରେନା ପାଇଁ କ୍ଲାସ କେବେ ଆରମ୍ଭ ହେବ ତାହା ସ୍ଥିର ହୋଇନି । ଏପରି ସ୍ଥଳେ ଦେଶ ଓ ବିଦେଶରେ ଥିବା ପିଲାମାନେ ଏହି ଡିଜିଟାଲ କ୍ଲାସ ମାଧ୍ୟମରେ ନିଜର ପାଠ ପଢ଼ି ପାରିବେ । ସମୟ ସୁବିଧା ଦେଖି ଦିଆଯାଇଥିବା ଲିଙ୍କ ଡାଉନ୍ଲୋଡ କରି ପରେ ପାଂ ପଢ଼ିପାରିବେ । ଜୁଲାଇ ୨୦ ତାରିଖରୁ ଏନ୍ଆଇଟିରେ ପାଠ ପଢ଼ା ଆରମ୍ଭ ହେବାର ଅଛି । ଯଦି ସେ ସମୟରେ ପିଲା କ୍ୟାମ୍ପସ୍କୁ ନଫେରନ୍ତି , ତାହାହେଲେ ଅନ୍ଲାଇନ୍ରେ ପାଠ ପଢ଼ି ପାରିବେ ବୋଲି ଏନ୍ଆଇଟି ନିଦେ୍ର୍ଧଶକ ଅନିମେଶ ବିଶ୍ୱାସ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons