ରାଉରକେଲା,(ବି.ବି.ନୁ୍ୟଜ୍): ଜେଏନ୍ୟୁରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ରାଉରକେଲା ସ୍ଥିତ ଏନ୍ଆଇଟିର ଜୁନିୟର ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ । ଏନ୍ଆଇଟି ଲେଖାଥିବା ପ୍ଲାକାର୍ଡକୁ ଧରି ଛାତ୍ରଛାତ୍ରୀମାନେ ବସିଥିବା ବେଳେ ସିନିୟର ଛାତ୍ରମାନେ ଏହାକୁ ବିରୋଧ କରି ସେଠାରେ ପହଞ୍ଚି ଏନ୍ଆଇଟି ଲେଖାଥିବା ପ୍ଲାକାର୍ଡଗୁଡ଼ିକ ଛଡ଼ାଇ ନେଇଥିଲେ । ଫଳରେ ଏନ୍ଆଇଟି ମୁଖ୍ୟ ଗେଟ୍ ସମ୍ମୁଖରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ସେଠାରେ ବରିÂ ପୁଲିସ୍ ଅଧିକାରୀ ପହଞ୍ଚିଥିଲେ ।
ଜେଏନ୍ୟୁରେ ଗତ ଦୁଇ ଦିନ ତଳେ ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ଏହି ଆକ୍ରମଣକୁ ବିରୋଧ କରି ଏନ୍ଆଇଟିର ଜୁନିୟର ଛାତ୍ରଛାତ୍ରୀମାନେ ଶିକ୍ଷାନୁÂାନର ମୁଖ୍ୟ ଗେଟ୍ ବାହାରେ ଧାରଣାରେ ବସିଥିଲେ । ଏନ୍ଆଇଟି ରାଉରକେଲା ଲେଖାଥିବା ପ୍ଲାକାର୍ଡ ଧରି ଛାତ୍ରଛାତ୍ରୀମାନେ ବସିଥିବା ବେଳେ ସେଠାକୁ କେତେକ ସିନିୟର ଛାତ୍ର ଆସି କାହିଁକି ପ୍ଲାକାର୍ଡରେ ଏନ୍ଆଇଟି ଲେଖିଛ ବୋଲି ପଚାରିଥିଲେ । ଏହା ପରେ ଛାତ୍ରଛାତ୍ରୀଙ୍କ ହାତରୁ ପ୍ଲାକାର୍ଡଗୁଡ଼ିକ ଛଡ଼ାଇ ନେଇ ଚିରି ଦେଇଥିଲେ । ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ସେକ୍ଟର-୩ ଥାନା ପୁଲିସ୍ ସହ ବରିÂ ଅଧିକାରୀମାନେ ଉକ୍ତ ଗେଟ ସମ୍ମୁଖରେ ପହଞ୍ଚିଥିଲେ । ଏହା ପରେ ସମସ୍ତ ଛାତ୍ରଛାତ୍ରୀ ଏନ୍ଆଇଟି ଭିତରକୁ ପଳାଇ ଯାଇଥିଲେ ।


Comments are closed, but trackbacks and pingbacks are open.