ବରଗଡ଼,(ବି.ବି.ନୁ୍ୟଜ୍): ଛେନା ଛିଡ଼ଉଛୁଁ । ଖିର୍ସା ବନଉଛୁ । ପନିର ବନେଇକରି ଖାଉଛୁ । ତଥାପି ନାଇଁ ସର୍ବାର୍ । ଛୁଆପିଲାକେ ଭଲ ଦୁଇମୁଠା ଖାଏବାର ପିଇବାରକେ ଦେବାର୍ ଲାଗି ଲାଗବାଡ଼ି କରି ଗାଈ ରଖିଛୁ । ଦୁହିବେଲାର ଗୁରସ ସୋସାଇଟି ଜରିଆନୁ ଓମ୍ଫେଡ୍କେ ବିକିକରି ଭଲ ଦୁଇ ପଇସା ପାଉଛୁଁ ଆରୁ ଲାଗ୍ବାଡ଼ି ଭି ସୁଝୁଛୁଁ । ହେଲେ ଇ କରୋନା, ଲକ୍ଡାଉନ୍, ସଟ୍ଡାଉନ୍ ସବୁକିଛି ବିଗ୍ଡେଇ ଦେଲାନ । ଲକ୍ଡାଉନ ଲାଗି ଫି’ଦିନ ଉଠୁଥିବାର ଗୁରସ ଦିନେ ଛଡ଼ା ଦିନେ ଉଠ୍ଲା ବେଲ୍କେ ଇହାଦେ ଫେର ଆସିଥିବାର ସଟ୍ଡାଉନ ୩/୪ ଦିନ ଗେପ୍ କରିଦେଇଛେ । ତ ଏତ୍କି ଗୁରସ ଆମେ କାଣା କରମୁ । ହୋଟେଲ, ଚା’ ଦୁକାନ ସାଙ୍ଗେ ମିଠା ଦୁକାନ୍ ଏନ୍ତାକି ବିହାବଡ଼ୁ ଭି ବନ୍ଦ ହେଇଯାଇଛେ । ତଥାପି ଆମେ ଚଲିଯାଉଥିଲା ବେଲ୍କେ ଓମ୍ଫେଡ୍ ନାଇଁ ନେଲା ପରେ କ୍ଷତି ଦ୍ୱିଗୁଣିତ ହେଇଯାଉଛେ । ବାରମ୍ବାର ଦାବି ଆପତ୍ତି କଲା ଉତାରୁ ବି ଓମ୍ଫେଡ୍ କିଛି ପଦକ୍ଷେପ ନାଇଁ ନେବାର୍ ଲାଗି ବାଧ୍ୟ ହେଇକରି ରୋଡ୍ ଉପ୍ରେ ଢ଼ାଲି ଦେଇଛୁଁ ବୋଲି କଳାପାଣି ଗାଁର ମହାଦେବ ମହାପାତ୍ର, ଅମୃତ ପ୍ରଧାନଙ୍କ ସମେତ ସମସ୍ତ ଦୁଗ୍ଧଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି ।
ଅଭିଯୋଗ ଅନୁସାରେ କଳାପାଣିରେ ୧୫୦ରୁ ଅଧିକ ଦୁଗ୍ଧଚାଷୀ ଥିବା ବେଳେ ଦିନକୁ ୩୦୦ ଲିଟର କ୍ଷୀର ବିକ୍ରି କରିଥାନ୍ତି । ସୁକୁଟାପାଲି ସୋସାଇଟି ଜରିଆରେ ଓମ୍ଫେଡ୍ ହିଁ ସମସ୍ତ କ୍ଷୀର କିଣି ଆସୁଛି । ତେବେ ଲକ୍ଡାଉନ୍ ପାଇଁ ଆଜିକୁ ୪ ମାସ ହେଲା ଦୈନିକ କ୍ଷୀର ଉଠାଣ ବଦଳରେ ଦିନେ ଛାଡ଼ି ଦିନେ ଉଠାଉଥିବା ବେଳେ ଆଜିକୁ ୪ ଦିନ ହେଲା ସଟ୍ଡାଉନ୍ ପାଇଁ ଟୋପେ ବି କ୍ଷୀର ଉଠୁନାହିଁ । ଅଭିଯୋଗ ପାଇଁ ଗଲା ବେଳକୁ ସୁକଟାପାଲି ଦୁଗ୍ଧ ଉନ୍ନୟନ ସୋସାଇଟି ବନ୍ଦ ହୋଇଥିବା ବେଳେ ଓମ୍ଫେଡ୍ ସଂସ୍ଥାର କେହି କିଛି ନଶୁଣିବାରୁ ଶେଷରେ ବିରକ୍ତ ହୋଇ ଚାଷୀମାନେ ଆଜି ୫୩ନଂ ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପ୍ରତିବାଦ ସ୍ୱରୂପ ଆଜିର ଉତ୍ପାଦିତ ସମସ୍ତ କ୍ଷୀରକୁ ରାସ୍ତା ଉପରେ ହିଁ ଢ଼ାଳି ଦେଇଥିଲେ । ଏହା ସତ୍ତେ୍ୱ ମଧ୍ୟ ଚାଷୀର ଦୁଃଖ ଶୁଣିବାକୁ କେହି ନାହାନ୍ତି । ଏପରିକି ପ୍ରଶାସନ ମଧ୍ୟ ହସ୍ତକ୍ଷେପ କରୁ ନଥିବାରୁ ଦୁଗ୍ଧଚାଷୀ ଆଜି ବିପଦରେ ପଡ଼ିଛନ୍ତି । ଉତ୍ପାଦିତ କ୍ଷୀର ନବିକିଲେ ଗୋ-ଖାଦ୍ୟ କିପରି ଯୋଗାଡ଼ କରିପାରିବୁ, କରିଥିବା ଗାଈ କିଣା ଋଣ କିପରି ସୁଝିବୁ, ପରିବାରର ଗୁଜୁରାଣ କେମିତି ତୁଳାଇବୁ ବୋଲି ଚାଷୀଙ୍କ ପ୍ରଶ୍ନ ଓ ଅଭିଯୋଗ ସଚେତନଙ୍କୁ ମଧ୍ୟ ଆନେ୍ଦାଳିତ କରିଛି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୁବାସ ପ୍ରଧାନ, ନେପାଳ ପ୍ରଧାନ, ବିବେକା ପ୍ରଧାନ, ପିଏଚ୍.ବାବି, ସଂସାର ପ୍ରଧାନଙ୍କ ସମେତ କଳାପାଣିର ବହୁ ଦୁଗ୍ଧ ଚାଷୀ ଯୋଗଦେଇ ପ୍ରଶାସନ ଓ ସରକାର ହସ୍ତକ୍ଷେପ କରି ଦୁଗ୍ଧ କିଣିବା ପାଇଁ ଓମ୍ଫେଡ୍କୁ ନିଦେ୍ର୍ଧଶ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି । ଏନେଇ ଓମ୍ଫେଡ୍ କର୍ତ୍ତୃପକ୍ଷଙ୍କୁ ପଚାରିବା ପରେ ବର୍ତ୍ତମାନ ସବୁକିଛି ବନ୍ଦ ଥିବାରୁ କମି ଯାଇଥିବା ଚାହିଦାକୁ ଆଖି ଆଗରେ ରଖି ଦୁଗ୍ଧ ସଂଗ୍ରହ ହାରକୁ କମାଇ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.