ନୂଆଦିଲ୍ଲୀ: ସାରା ବିଶ୍ୱରେ ତଥା ଭାରତରେ ହତ୍ୟାକାଣ୍ଡ କମିଛି । କିନ୍ତୁ ପ୍ରେମଜନିତ ହତ୍ୟାକାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ସଦ୍ୟ ପ୍ରକାଶିତ ଏନ୍ସିଆର୍ବି ରିପୋର୍ଟରୁ ଏହା ଜଣାପଡ଼ିଛି । ୨୦୦୧ରୁ ୨୦୧୭ ମଧ୍ୟରେ ଦେଶରେ ଘଟିଥିବା ସମସ୍ତ ହତ୍ୟାକାଣ୍ଡ ମଧ୍ୟରୁ ପ୍ରେମ ବା ପରକୀୟା ପ୍ରୀତି ଅଧିକାଂଶ ହତ୍ୟା ପଛର କାରଣ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଅଛି ।
୨୦୦୧ରେ ୩୬,୨୦୨ଟି ହତ୍ୟାକାଣ୍ଡ ଘଟିଥିଲା । କିନ୍ତୁ ୨୦୧୭ ବେଳକୁ ଏହି ସଂଖ୍ୟା ୨୮,୬୫୩କୁ ହ୍ରାସ ଘଟିଛି । ଅର୍ଥାତ୍ ୨୦୦୧ ତୁଳନାରେ ୨୦୧୭ରେ ହତ୍ୟା ମାମଲାରେ ୨୧ଧ ହ୍ରାସ ଘଟିଛି । କିନ୍ତୁ ଇତିମଧ୍ୟରେ ପ୍ରେମଜନିତ ହତ୍ୟା କାଣ୍ଡ ୨୮ଧ ବଢ଼ିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବ୍ୟକ୍ତିଗତ କାରଣ ଏବଂ ସମ୍ପତ୍ତିଜନିତ କଳହ କାରଣରୁ ଯଥାକ୍ରମେ ୪.୩ଧ ଏବଂ ୧୨ଧ ହତ୍ୟାକାଣ୍ଡ ହ୍ରାସ ଘଟିଛି । ୨୦୦୧ରୁ ୨୦୧୭ ମଧ୍ୟରେ ବ୍ୟକ୍ତିଗତ କାରଣରୁ ମୋଟ ୬୭,୭୭୪ଟି ଏବଂ ସମ୍ପତ୍ତି ଜନିତ ବିବାଦ କାରଣରୁ ମୋଟ ୫୧,୫୫୪ଟି ହତ୍ୟାାକଣ୍ଡ ଘଟିଥିବା ବେଳେ ପ୍ରେମ ବା ପରକୀୟ ପ୍ରୀତି ଯୋଗୁ ମୋଟ ୪୪,୪୧୨ଟି ହତ୍ୟାକାଣ୍ଡ ଘଟିଛି । ଏଭଳି ଭାବେ ଦେଶରେ ହତ୍ୟାର ତୃତୀୟ ବୃହତ କାରଣ ରୂପେ ଉଭା ହୋଇଛି ‘ପ୍ରେମ’ ।
ରାଜ୍ୟ ଅନୁଯାୟୀ ଦେଖିବାକୁ ଗଲେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଏବଂ ପଞ୍ଜାବରେ ଘଟିଥିବା ହତ୍ୟାକାଣ୍ଡ ମଧ୍ୟରୁ ସର୍ବାଧିକ ହତ୍ୟା ପ୍ରେମଜନିତ କାରଣରୁ ହୋଇଛି । ଆନ୍ଧ୍ରପ୍ରଦେଶରେ ଘଟିଥିବା ସମସ୍ତ ହତ୍ୟାକାଣ୍ଡ ମଧ୍ୟରୁ ସର୍ବାଧିକ ୩୮୪ ଜଣଙ୍କୁ ପ୍ରେମ କାରଣରୁ ହତ୍ୟା କରାଯାଇଥିବା ବେଳେ ମହାରାଷ୍ଟ୍ର, ଗୁଜରାଟ ଏବଂ ପଞ୍ଜାବରେ ଯଥାକ୍ରମେ ୨୭୭, ୧୫୬ ଏବଂ ୯୮ ଜଣଙ୍କ ହତ୍ୟା ପଛର କାରଣ ରହିଛି ପ୍ରେମ । ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ସର୍ବାଧିକ ୩୯୫ ଜଣ ପ୍ରେମଜନିତ ହତ୍ୟାକାଣ୍ଡର ଶିକାର ହୋଇଥିବା ଜଣାପଡ଼ିଛି । ଏଠାରେ ବ୍ୟକ୍ତିଗତ କାରଣରୁ ୫୫୩ ଜଣଙ୍କର ହତ୍ୟା କରାଯାଇଛି । ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ଝାଡଖଣ୍ଡ ଏବଂ ଆସାମ ଭଳି ରାଜ୍ୟମାନଙ୍କରେ ମଧ୍ୟ ପ୍ରେମଜନିତ ହତ୍ୟା ଘଟଣା ଯଥେଷ୍ଟ ଅଧିକ ରହିଛି ।
Comments are closed, but trackbacks and pingbacks are open.