ଏପ୍ରିଲ ୧୫ ଯାଏଁ ବଢିଲା କରୋନା କଟକଣା

Get real time updates directly on you device, subscribe now.

ଭୁବନେଶ୍ବର : କରୋନା ଭୟ । ଓଡିଶାରେ ଏପ୍ରିଲ ୧୫ ଯାଏଁ ବଢିଲା କଟକଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ରାଜ୍ୟବାସୀଙ୍କୁ ସହଯୋଗ କରିବା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଆବଶ୍ୟକ ପଡିଲେ ଏହି ଅବଧିକୁ ଆହୁରି ଅଧିକ ବଢାଯିବ ।
ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଭୟର ବାତାବରଣ ଖେଳିଯାଇଛି । ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବ ଏହି ରୋଗୀ ପ୍ରାୟ ୫୩ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ବରରୁ ଫେରିଥିଲେ। ସମ୍ପୃକ୍ତ ଯୁବକଙ୍କ ପରିବାର ଲୋକଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।
୧୨୯ ଜଣ ତାଙ୍କ ସହ ଯାତ୍ରା କରିଥିଲେ। ଏହି ୧୨୯ ଜଣ ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ସେହି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶାର ୫୩ ଜଣ ରହିଛନ୍ତି। ଏବଂ ୭୬ ଜଣ ହେଉଛନ୍ତି ଟ୍ରେନ ଯାତ୍ରୀ। ଏମାନଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ଏବେ ନଜର ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons