ପୁରୀ, (ବି.ବି.ନୁ୍ୟଜ୍): ଏବର୍ଷ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି । ଛତିଶା ନିଯୋଗ ସହ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣ କୁମାର ଏହି ସୂଚନା ଦେଇଛନ୍ତି । ଜୁନ୍ ୫ରେ ସ୍ନାନଯାତ୍ରା ହେବାକୁ ଥିବା ବେଳେ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି, ସକାଳ ୭ଟା ୩୦ରୁ ୯ଟା ୩୦ ଯାଏ ସ୍ନାନ ଯାତ୍ରା, ଛେରା ପହଁରା, ୧୧ଟାରୁ ୧୨ଟା ହାତୀ ବେଶ, ବାହୁଡ଼ା ପହଣ୍ଡି ସନ୍ଧ୍ୟା ୫ଟାରୁ ୮ଟା ମଧ୍ୟରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଯାଇଛି । କେତେ ସେବାୟତରେ କରାଯାଇପାରିବ ୨ ଦିନ ଭିତରେ ତାଲିକା ଦେବାକୁ ସେମାନଙ୍କୁ କୁହାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ତାଲିକା ପାଇବା ପରେ ୩୦ ରେ ପରିଚାଳନା କମିଟି ମିଟିଂ ହେବ ବୈଠକରେ ଆଲୋଚନା ହୋଇ ଚୂଡାନ୍ତ ହେବ । ଯାହାର ଯାହା ନୀତି ଅଛି, ସେହି ହିସାବରେ ଅନୁମତି ମିଳିବ ବୋଳି ସେ କହିଛନ୍ତି । ସେପଟେ ଆଜିଠୁ ଆରମ୍ଭ ହୋଇଛି ଶ୍ରୀଜୀଙ୍କ ସ୍ନାନଯାତ୍ରାରେ ନିୟୋଜିତ ସେବାୟତଙ୍କ କୋଭିଡ୍ ଟେଷ୍ଟ । ପ୍ରଥମ ଦିନରେ ୭୫ ଜଣ ଦଇତାପତି ସେବାୟତଙ୍କ ସ୍ୱାବ ନମୁନା ସଂଗ୍ରହ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏଥିପାଇଁ ବ୍ୟବସ୍ଥା ହୋଇଥିଲା । ଦୁଇଦିନ ଭିତରେ ସମୁଦାୟ ୧୫୦ ଜଣ ଦଇତାପତି ସେବାୟତଙ୍କ ସ୍ୱାବ ସଂଗ୍ରହ କରାଯିିବ । ଆସନ୍ତା ୨୯ ଓ ୩୦ ରେ ଗରାବଡୁ ସେବାୟତ ଏବଂ ପରେ ଅନ୍ୟ ୮ଟି ନିଯୋଗର ସେବାୟତଙ୍କ ଟେଷ୍ଟ କରାଯିବ । ସବୁନିଯୋଗର ପ୍ରାୟ ୫୦୦ ସେବାୟତଙ୍କ ଟେଷ୍ଟ ପରେ ସେମାନଙ୍କୁ ସଂଗରୋଧରେ ରଖାଯାଇ ସ୍ନାନଯାତ୍ରା କରାଯିବ । ସେପଟେ ସ୍ନାନଯାତ୍ରାରେ ବିଧି ମୁତାବକ ତିନି ରଥର ଚାରିଟି ଲେଖାଏଁ ନାହାକା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
Comments are closed, but trackbacks and pingbacks are open.