ପୁଣେ : ଏଲଗାର ପରିଷଦ ମାମଲାରେ ମହାରାଷ୍ଟ୍ର ରାଜ୍ୟ ଅଭିଯୋଜନ ୧୯ଅଭିଯୁକ୍ତଙ୍କ ନାଁ ୟୁଏପିଏ କୋର୍ଟକୁ ଗତକାଲି ପଠାଇଛନ୍ତି। ଏହି ଲୋକମାନଙ୍କ ବିରୁଦ୍ଧରେ ଆତଙ୍କୀ ଗତିବିଧିରେ ସାମିଲ ହେବା,ଦେଶ ବିରୁଦ୍ଧରେ ଯୁଦ୍ଧ କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର ରଚିବାର ମାମଲା ରୁଜୁ କରାଯାଇଛି। ଏହି ଅଭିଯୁକ୍ତଙ୍କ ମଧ୍ୟରେ ମାନବ ଅଧିକାରର ଓକିଲ,ଲେଖକ ଏବଂ ଶିକ୍ଷାବିତ୍ ସମେତ ୪କର୍ମୀ ସାମିଲ ଅଛନ୍ତି।
ଏମାନଙ୍କୁ ପ୍ରତିବନ୍ଧିତ ସଙ୍ଗଠନ ସିପିଆଇ(ମାଓବାଦୀ)ଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ କରାଯାଇଛି। ଏମାନଙ୍କ ବ୍ୟତୀତ ବାମପନ୍ଥୀ ବିଚାରଧାରା ଥିବା ସଙ୍ଗଠନ କବୀର କଳା ମଞ୍ଚର ୫ଜଣ ସଦସ୍ୟ ଏବଂ ୫ଜଣ ମାଓବାଦୀଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି କୁହାଯାଇଛି। କୋର୍ଟକୁ ପଠାଯାଇଥିବା ଡ୍ରାଫ୍ଟରେ କୁହାଯାଇଛି ଯେ ୧୯ଜଣ ଅଭିଯୁକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ରୋଡ ଶୋରେ ହତ୍ୟା କରିବାର ଷଡ଼ଯନ୍ତ୍ର ରଚିଥିଲେ ଠିକ୍ ସେହିଭଳି ଯେପରି ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା।
Comments are closed, but trackbacks and pingbacks are open.