ଏଲି ଆଭ୍ରମ୍ଙ୍କ ବିଟ୍ରୁଟ୍ ଗର୍ଲ ଅବତାର

Get real time updates directly on you device, subscribe now.

ସୋସିଆଲ ମିଡିଆରେ ନିଜର ବୋଲ୍ଡ ଫଟୋକୁ ସେୟାର କରିବା ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଏଲି ଆଭ୍ରମ୍ । ନିକଟରେ ସେ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଥିବା ଏକ ନିଆରା ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଫଟୋରେ ଏଲିଙ୍କୁ ବିକିନି ପିନ୍ଧି ଦେହସାରା ବିଟ୍ରୁଟ୍ ବୋଳି ହୋଇଥିବାର ଦେଖାଯାଉଛି । ଲକ୍ଡାଉନ୍ରେ ସ୍ପା ବନ୍ଦ ଥିବାରୁ ସେ ଏଭଳି ମସାଜ୍ର ମଜା ନେଇଥିବା କହିଛନ୍ତି ।
ଏଲିଙ୍କ ଅନୁସାରେ ଫଟୋରେ ସେ ବିଟ୍ରୁଟ୍ର ଦୋକାନ ପାଲଟି ଯାଇଛନ୍ତି । ତାଙ୍କ ଘରେ କାମ କରୁଥିବା ଝିଅ ଉଷା ତାଙ୍କୁ ଏହି ଆଇଡିଆ ଦେଇଥିଲା । ସେ ବିଟ୍ରୁଟ୍କୁ ମୁହଁରୁ ଆରମ୍ଭ କରି ପୂରା ଶରୀରରେ ଲଗାଇଥିଲେ । କିଛି ସମୟ ପରେ ତାଙ୍କର ଅବସ୍ଥାକୁ ଦେଖି ଉଷା ତାଙ୍କୁ ଏଲିଅନ୍ କହି ଚିଡ଼ାଇଥିଲା । ସୂଚନାଥାଉ କି, ରିଅଲିଟି ଟିଭି ସୋ’ ‘ବିଗ୍ବସ୍ ସିଜନ୍-୭’ ମାଧ୍ୟମରେ ଅନେକ ଲୋକପ୍ରିୟତା ହାସଲ କରିଥିଲେ ଅଭିନେତ୍ରୀ ଏଲି ଆଭ୍ରମ୍ । ଏହାଛଡ଼ା ସେ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons