ଭୁବନେଶ୍ୱର,(ବି.ବି.ବୁ୍ୟରୋ): ତାମିଲନାଡୁର କଟନକୁଲାଥୁରଠାରେ ଥିବା ଏସଆରଏମ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଏସଆରଏମଆଇଏସଟି)କୁ ବାର୍ଷିକ ସ୍ୱଚ୍ଛତା ର୍ୟାଙ୍କିଙ୍ଗ୍ ଆୱାର୍ଡ ମିଳିଛି । ଆବାସିକ ବିଶ୍ୱବିଦ୍ୟାଳୟ ବର୍ଗରେ ଏଆଇସିଟିଇ ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ଏଆଇସିଟିଇ ମୁଖ୍ୟକାର୍ଯ୍ୟାଳୟ ପରିସରରେ ଅନୁÂିତ କାର୍ଯ୍ୟକ୍ରମରେ ଏସଆରଏମଆଇଏସଟି ରେଜିଷ୍ଟ୍ରାର ଡ. ଏନ ସେଥୁରମଣ, ଡିନ୍-ଆଇକୁ୍ୟଏସି ପ୍ରଫେସର ଜି ଅଗଷ୍ଟାଇନ ମଣିରାଜ ପାଣ୍ଡିଆନ ଏବଂ ଦିଲ୍ଲୀ-ଏନସିଆର କ୍ୟାମ୍ପସର ଡେପୁଟି ରେଜିଷ୍ଟ୍ରାର ଡ. ଏସ ବିଶ୍ୱନାଥନ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ସ୍ୱଚ୍ଛ ଓ ସ୍ମାର୍ଟ କ୍ୟାମ୍ପସ ଆୱାର୍ଡ ବିଭାଗରେ ଏଆଇସିଟିଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏସଆରଏମଆଇଏସଟି ତୃତୀୟ ସ୍ଥାନରେ ରହିଥିଲା । ‘ୱାନ ଷ୍ଟୁଡେଣ୍ଟ ୱାନ ଟ୍ରି’ ଅଭିଯାନରେ ଅବଦାନ ପାଇଁ ଶିକ୍ଷାନୁÂାନ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ପାଇଛି । ଏହି ଅଭିଯାନରେ ୨୬ ଗ୍ରାମରେ ପାଖାପାଖି ୧ ଲକ୍ଷ ଚାରା ରୋପଣ କରାଯାଇଛି । ଏହାଛଡ଼ା ସ୍ୱଚ୍ଛତା କ୍ଷେତ୍ରରେ ଏସଆରଏମଆଇଏସଟି ଅନେକ ପଦକ୍ଷେପ ନେଇଛି । ଏହି ର୍ୟାଙ୍କିଙ୍ଗ୍ ପାଇଁ ଦେଶର ୬,୯୦୦ରୁ ଅଧିକ ଶିକ୍ଷାନୁÂାନ ଅଂଶଗ୍ରହଣ କରିଥିଲେ । କିନ୍ତୁ ଏସଆରଏମଆଇଏସଟିକୁ ୩ଟି ପୁରସ୍କାର ମିଳିଛି ।
Comments are closed, but trackbacks and pingbacks are open.