ଭୁବନେଶ୍ଵର : ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ । ତା ପରେ ଆରମ୍ଭ ହେଲା ଲକଡାଉନ । ଓଡ଼ିଆ ଛାତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ୭ ଜଣ ଫସିରହିଥିଲେ ହୋଟେଲରେ। ହୋଟେଲରେ ରେଷ୍ଟୁରାଣ୍ଟ ନଥିଲା। ଲକଡାଉନ ଥିବାରୁ କୌଣସି ଖାଦ୍ୟ ମିଳୁନଥିଲା। ଶେଷରେ ଦୀପ୍ତର୍ମୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲଦାର ସୌମ୍ୟ ଶ୍ରୀ ପାଣିଗ୍ରାହୀଙ୍କୁ ଅନୁରୋଧ କରିଥିଲେ । ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଭଦ୍ରକ ଏସପିଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ । ଆଉ ଏସପି ଙ୍କ ହସ୍ଥକ୍ଷେପ ପରେ ସେମାନଙ୍କୁ ଖାଦ୍ୟ ସହ ରୋଷେଇ ସାମଗ୍ରୀ ଓ ଗ୍ରସେରି ମିଳିଛି ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ର ବାସୁଦେବପୁର ବ୍ଲକ ଗୁଆଗାଁ ର ଦୀପ୍ତିମୟୀ ଷେଣ୍ଢ ଏମ ଫାର୍ମା ର ଛାତ୍ରୀ। ଇଣ୍ଟରଭ୍ୟୁ ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ପାନଭେଲ ର ମୁମ୍ବରା ରୋଡ଼ ର ଧନସର ବସ ଷ୍ଟପ ନିକଟ ହୋଟେଲ ଜୋଏସ ରେ ରହିଥିଲେ। ସେହି ସମୟରେ ଲକଡାଉନ ଘୋଷଣା ହୋଇଥିଲା । ସେହି ହୋଟେଲରେ ଦିଲ୍ଲୀ, ନେପାଳ ଓ ଅନ୍ୟ ରାଜ୍ୟର ୭ ଜଣ ରହିଥିଲେ ମଧ୍ୟ ଖାଇବା ପାଇଁ କୌଣସି ସୁବିଧା ନଥିଲା। ଶେଷରେ ଦୀପ୍ତିମୟୀ ଭଦ୍ରକ ଏସପି ରାଜେଶ ପଣ୍ଡିତଙ୍କୁ ଫୋନ ଯୋଗେ ସହଯୋଗ ମାଗିଥିଲେ ।
ଭଦ୍ରକ ଏସପି ମୁମ୍ବାଇ ରୋଡ ର ସ୍ଥାନୀୟ ଏସପିଙ୍କ ସହ ଯୋଗାଯୋଗ କରିଥିଲେ। ଶେଷରେ ସ୍ଥାନୀୟ ପୋଲିସ କର୍ମଚାରୀ ସେଠାକୁ ଯାଇ ରୋଷେଇ ପାଇଁ ଗ୍ୟାସ ସିଲିଣ୍ଡର , ଗ୍ୟାସ ଚୁଲା ସହ ରାସନ ସାମଗ୍ରୀ ଓ ପନିପରିବା ଦେଇଛନ୍ତି । ଏମିତି ସ୍ଥିତି ରେ ଓଡ଼ିଆ ଛାତ୍ରୀ ଙ୍କ ଅନୁରୋଧ ପରେ ଭଦ୍ରକ ଏସପି ଓ ପ୍ରଶାସନ ପାଇଁ ହୋଟେଲରେ ଥିବା ବିଭିନ୍ନ ରାଜ୍ୟର ଅନ୍ୟ ଲୋକେ ମଧ୍ୟ ସାହାଯ୍ୟ ପାଇଛନ୍ତି ।


Comments are closed, but trackbacks and pingbacks are open.