ଏସବିଆଇ ଗ୍ରାହକଙ୍କ ପାଇଁ ଆସିଲା ଖୁସିର ଖବର

Get real time updates directly on you device, subscribe now.

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଏସବିଆଇରେ ଥିବା ସର୍ବନିମ୍ନ ଜମାରାଶି ନିୟମ ଉପରୁ ଉଠିଲା ପ୍ରତିବନ୍ଧକ। ଅର୍ଥାତ ସେଭିଙ୍ଗସ ଆକାଉଣ୍ଚ ଜିରୋ ବାଲାନ୍ସରେ ମଧ୍ୟ ରହିପାରିବ। ଏଣିକି ଗ୍ରାହକଙ୍କ ସେଭିଙ୍ଗସ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ରଖିବା ବାଧ୍ୟତାମୂଳକ ନୁହନ୍ତି।
ପୂର୍ବରୁ ମେଟ୍ରୋ ଅଞ୍ଚଳରେ ସେଭିଙ୍ଗ ଆକାଉଣ୍ଟ ଖୋଲିଥିବା ଲୋକମାନଙ୍କୁ ନିଜ ଆକାଉଣ୍ଟରେ ସର୍ବନିମ୍ନ ୩ ହଜାର, ସେମି ଅର୍ବାନ ଅଞ୍ଚଳରେ ୨ ହଜାର ଓ ଗ୍ରାମାଞ୍ଚଳରେ ୧ ହଜାର ଟଙ୍କା ରଖିବାକୁ ପଡ଼ୁଥିଲା। ଯେଉଁମାନେ ଏହି ସର୍ବନିମ୍ନ ଜମାକୁ ମେଣ୍ଟେନ କରିପାରୁ ନଥିଲେ। ସେମାନଙ୍କ ଠାରୁ ବ୍ୟାଙ୍କ ପରବର୍ତ୍ତୀ ଜମା ସମୟରେ ଫାଇନ ଆଦାୟ କରୁଥିଲା।
ଦେଶରେ ଥିବା ୪୪.୫୧ କୋଟି ସେଭିଙ୍ଗସ ଆକାଉଣ୍ଟଧାରୀଙ୍କ ପାଇଁ ଏହି ନିୟମ ଲାଗୁ ହେଉଥିଲେ। ଏଥିଯୋଗୁ ଅନେକ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ଏବେ ଏସବିଆଇ ଏହି ପ୍ରାବଧାନକୁ ଉଠାଇ ଦେଇଛି। ଯଦି କାହାର ବାଲାନ୍ସ ଜିରୋ ହୋଇଯାଏ, ତା’ହେଲେ ସେମାନଙ୍କୁ କୌଣସି ଅତିରିକ୍ତ ଫାଇନ ଦେବାକୁ ପଡ଼ିବ ନାହିଁ।
ପୂର୍ବରୁ ସେଭିଙ୍ଗସ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନ ରଖିଲେ ଏସବିଆଇ ୫ରୁ ୧୫ ଟଙ୍କା ମଧ୍ୟ ଫାଇନ ଓ ଟିକସ ଆଦାୟ କରୁଥିଲା। ଏସ୍‌ଏମଏସ୍‌ ପାଇଁ ପୂର୍ବରୁ ଲୋକମାନେ ଚାର୍ଜ ଦେଉଥିଲେ। ହେଲେ ଏହି ନିୟମକୁ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ହଠାଇ ଦେଇଛନ୍ତି।
ସେହିପରି ଏଣିକି ସବୁ ପ୍ରକାରର ସେଭିଙ୍ଗସ ଆକାଉଣ୍ଟଧାରୀଙ୍କୁ ନିଜର ଜମା ରାଶି ଉପରେ ବର୍ଷକୁ ୩% ସୁଧ ମିଳିବ। ପୂର୍ବରୁ ୧ ଲକ୍ଷ ଟଙ୍କା ଉପରେ ବାର୍ଷିକ ୩.୨୫% ସୁଧ ମିଳୁଥିଲା। ହେଲେ ଏବେ ଏହାକୁ ୩%କୁ ହ୍ରାସ କରିଦିଆଯାଇଛି।
ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି, “ଆମ ଗ୍ରାହକଙ୍କ ମୁହଁରେ ଏହି ନୂଆ ନିୟମ ହସ ଭରିଦେବ। ବ୍ୟାଙ୍କିଙ୍ଗ ଅଭିଜ୍ଞତାକୁ ବଢ଼ାଇବା ପାଇଁ ଆମେ ସର୍ବନିମ୍ନ ଜମା ରାଶି ପ୍ରାବଧାନକୁ ଉଠାଇ ଦେଇଛୁ। ଏହାଦ୍ୱାରା ଏସବିଆଇ ସହ ଅଧିକ ଲୋକ ଯୋଡ଼ି ହେବେ ଏବଂ ଆମ ଉପରେ ଅଧିକ ବିଶ୍ୱାସ କରିବେ।
ନୂଆ ନିୟମ ଦ୍ୱାରା ଗ୍ରାହକମାନେ ଅଧିକ ସଶକ୍ତ ହେବେ। ସାରା ଦେଶରେ ଷ୍ଟେଟ ବ୍ୟାଙ୍କର ପ୍ରାୟ ୨୪ ହଜାର ଶାଖା ରହିଛି। ଏହି ଶାଖାଗୁଡ଼ିକରେ ୪୪ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି। ଷ୍ଟେଟ ବ୍ୟାଙ୍କର ଏହି ପଦକ୍ଷେପ ପରେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଏହି ନୀତି ଅନୁସରଣ କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons