କଟକ: କଟକ ଏସସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ । ଏହି ଯୋଜନାକୁ ରୂପ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଜଣ ଖ୍ୟାତନାମା ଡାକ୍ତରଙ୍କର ଏକ ଉପଦେଷ୍ଟା ଟିମ୍ ନିଯୁକ୍ତ କରିଛନ୍ତି । ଏହି ଟିମ୍ ରେ ଅଛନ୍ତି ୭ଜଣ ପଦ୍ମ ପୁରସ୍କାର ପ୍ରାପ୍ତ ଡାକ୍ତର।
ଏହି ଟିମରେ ଅଛନ୍ତି ବିଶିଷ୍ଟ ଡାକ୍ତର ରମାକାନ୍ତ ପଣ୍ଡା, ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର କେ. ଶ୍ରୀନାଥ ରେଡ୍ଡୀ, ପ୍ରଫେସର ଡାକ୍ତର ସୁବ୍ରତ ଆଚାର୍ୟ୍ୟ, ପ୍ରଫେସର ଡାକ୍ତର ମୁକୁଟ ମିଞ୍ଜ, ପ୍ରଫେସର ଡାକ୍ତର ଦିଗମ୍ବର ବେହେରା, ଡାକ୍ତର ରାଜନ ବାଦୁଏ, ଡାକ୍ତର ଜଗତ ନରୁଲା, ଡାକ୍ତର G.A.N ରାଓ ଏବଂ ପ୍ରଫେସର ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର । ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ନେଇ ଘୋଷଣା କରିଥିଲେ । ତେବେ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ଅଧିକ ଆଲେ।ଚନା କରିଛନ୍ତି ଆମ ପ୍ରତିନିଧି ଦେବୀ ପ୍ରସାଦ ମହାନ୍ତି ।
Comments are closed, but trackbacks and pingbacks are open.