ଏସିଆ ବୁକ୍ ଅଫ୍ ରେକର୍ଡରେ ଶ୍ରୀୟଙ୍କ

Get real time updates directly on you device, subscribe now.

ଜୟପୁର: ମାତ୍ର ୮ ବର୍ଷ ବୟସରେ ଏସିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର । ତାଙ୍କ ନାଁ ଶ୍ରୀୟଙ୍କ ପାଢି । ମାତ୍ର ୨ ମିନିଟ୍ ୩୦ ସେକେଣ୍ଡରେ ୧୫୭ଟି ଦେଶର କରେନ୍ସି ବା ମୁଦ୍ରାର ନାଁ କହି ସେ ଏଭଳି ସଫଳତାର ଅଧିକାରୀ ହୋଇପାରିଛନ୍ତି । ଏହା ପୂର୍ବରୁ ଶ୍ରୀୟଙ୍କ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସମେତ ଅନେକ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରି ସାରିଛନ୍ତି । ତାଙ୍କର ଏଭଳି ସଫଳତା କେବଳ କୋରାପୁଟ ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ।
ଜୟପୁର ଜୟନଗର ଅଞ୍ଚଳର ଅକ୍ଷୟ କୁମାର ପାଢି ଓ ସ୍ୱପ୍ନା ହୋତାଙ୍କ ପୁଅ ଶ୍ରୀୟଙ୍କ । ତୁଳସୀ ଦୁଇପତ୍ରରୁ ବାସିଲା ଭଳି ଶୈଶବରୁ ତାଙ୍କ ଭିତରେ ପ୍ରତିଭା ବାରି ହୋଇପଡିଛି । ଯେ କୌଣସି ଦେଶର ମୁଦ୍ରାର ନାଁ ହେଉ ଅବା ଯେ କୌଣସି ରାଜ୍ୟର ଲୋକନୃତ୍ୟ । ଫଟାଫଟ୍ ଉତ୍ତର ଦେବାରେ ମାହିର ଶ୍ରୀୟଙ୍କ । ଏକାଥରକେ ୧୫୭ଟି ଦେଶର ମୁଦ୍ରାର ନାଁ ଖୁବ୍ ସହଜରେ ସେ କହି ପାରୁଛନ୍ତି । ତାହା ପୁଣି ମାତ୍ର ୨ ମିନିଟ୍ ୩୦ ସେକେଣ୍ଡରେ । ସେହିପରି ମାତ୍ର ୩୪ ସେକେଣ୍ଡ ମଧ୍ୟରେ ଆମ ଦେଶର ଯେ କୌଣସି ରାଜ୍ୟର ଲୋକନୃତ୍ୟର ନାଁ ପଚାରିଲେ ଉତ୍ତର ଦେଇପାରୁଛନ୍ତି ।
ଶ୍ରୀୟଙ୍କଙ୍କ ଏହି ସଫଳତା ପଛରେ ତାଙ୍କ ମା’ ସ୍ୱପ୍ନାଙ୍କ ଯଥେଷ୍ଟ ଅବଦାନ ରହିଥିବା ଜଣାପଡିଛି । ସ୍ୱପ୍ନା ପେଶାରେ ଜଣେ ଶିକ୍ଷୟିତ୍ରୀ । ପୁଅ ପାଖରେ ଏକ ଭିନ୍ନ ପ୍ରତିଭା ରହିଥିବା ସେ ପରଖିଥିଲେ । ମାତ୍ର ୨ ମାସ ପାଇଁ ଏସବୁ ଅଭ୍ୟାସ କରାଇଥିଲେ । ଯେଉଁ ବୟସରେ ପିଲାମାନେ ଛୋଟ ଛୋଟ ଜିନିଷକୁ ମନେ ରଖିପାରନ୍ତି ନାହିଁ, ସେହି ବୟସରେ ଶ୍ରୀୟଙ୍କ ଏସିଆ ବୁକ୍ ଅଫ୍ ରେକର୍ଡ କରିବା ଛୋଟିଆ କଥା ନୁହେଁ । ଆଗକୁ ଆହୁରି କମ୍ ସମୟ ମଧ୍ୟରେ ଅଧିକ ଦେଶର କରେନ୍ସିର ନାଁ ମନେ ରଖି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ଲକ୍ଷ୍ୟରେ ଶ୍ରୀୟଙ୍କ ରହିଥିବା ପରିବାର ଲୋକେ କହିଛନ୍ତି । ଅନ୍ୟପକ୍ଷରେ ଶ୍ରୀୟଙ୍କଙ୍କ ଆଶା ରହିଛି, ଭବିଷ୍ୟତରେ ଜଣେ ଡାକ୍ତର ହେବେ । ରୋଗୀଙ୍କ ସେବା କରିବେ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons