ଏସିଏଫ ସୌମ୍ୟରଞ୍ଜନ ମୃତୁ୍ୟ ଘଟଣା: ମୁହଁ ଖୋଲିଲେ ଗାଡି ଡ୍ରାଇଭର

Get real time updates directly on you device, subscribe now.

ଉଦଳା : ଦିନକୁ ଦିନ ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତୁ୍ୟ ମିଷ୍ଟ୍ରି ଅଡୁଆ ସୂତାରେ ଗୁଡାଇ ହେବା ସହିତ ପ୍ରତ୍ୟେକ ଦିନ ନୂଆ ନୂଆ ଷ୍ଟୋରୀ ସାମ୍ନାକୁ ଆସୁଛି ।ଏ ସବୁ ଭିତରେ ସାମ୍ନାକୁ ଆସିଛନ୍ତି ଗାଡି ଡ୍ରାଇଭର କାର୍ତ୍ତିକ ନାୟକ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ବଡ଼ଖଲାଡ଼ିର କାର୍ତ୍ତିକ ସେହି ଗାଡିର ଡ୍ରାଇଭର ଯିଏ କି ବିଦ୍ୟାଭାରତୀଙ୍କୁ ତାଙ୍କ ବଲାଙ୍ଗୀର ପାର୍ଟିରୁ ଆଣିବାକୁ ଯାଇଥିଲେ ।ଏପ୍ରିଲ୍ ୧୩ ତାରିଖ ଦିନ ଏହି ଡ୍ରାଇଭର ବିଦ୍ୟାଭାରତୀଙ୍କ ବାପା ଏବଂ ମା’ଙ୍କୁ ନେଇ ବଲାଙ୍ଗୀର ଯାଇଥିଲେ ।ସେଠାରୁ ବିଦ୍ୟାଭାରତୀ ଏବଂ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନଙ୍କୁ ସାଙ୍ଗରେ ନେଇ ଫେରିଥିଲେ ବିଦ୍ୟାଭାରତୀଙ୍କ ବାପଘର ଗୌଡ ଗାଁକୁ । ତେବେ ଗାଡି ଭିତରେ ସେଭଳି କୌଣସି କଥାବାର୍ତା ହୋଇ ନ ଥିବା ବେଳେ ସମସ୍ତେ ବେଶ୍ ଖୁସିଥିଲେ ବୋଲି କହିଛନ୍ତି ଡ୍ରାଇଭର ।ଅନ୍ୟପଟେ ଏପ୍ରିଲ୍ ୧୩ ରେ ବଲାଙ୍ଗୀରରୁ ଆସିବା ପରେ ଗୌଡଗାଁରେ ୬ ରୁ ୭ ଦିନ ରହିବା ପରେ ୨୨ ତାରିଖ ସୁଦଶାବ୍ରତର ପୂର୍ବ ଦିନ ପୁଣି ଉକ୍ତ ଡ୍ରାଇଭର ନିଜେ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କୁ ଗାଡିରେ ନେଇ ପାରଳାଖେମୁଣ୍ଡି ସ୍ଥିତ ତାଙ୍କ କ୍ୱାର୍ଟର୍ସକୁ ଯାଇଥିଲେ । ସେଠାରେ ଉଭୟଙ୍କୁ ଛାଡିଥିବା ବେଳେ ଉକ୍ତ ଦିନ ରାତିରେ ଏହି ଡ୍ରାଇଭରଙ୍କୁ କ୍ୱାର୍ଟର୍ସରେ ରହିଯିବାକୁ କହିଥିଲେ ସୌମ୍ୟ ।ହେଲେ ସୌମ୍ୟ ଏବଂ ବିଦ୍ୟାଭାରତୀ ପାରଳାଖେମୁଣ୍ଡି ଯିବା ସମୟରେ ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ଥିବା କହିଛନ୍ତି ଡ୍ରାଇଭର କାର୍ତ୍ତିକ ନାୟକ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons