ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଇଣ୍ଡୋନେସିଆର ଜାକର୍ତ୍ତା ସହରରେ ଅନୁଷ୍ଠିତ ଏସିଆ ରଗ୍ବୀ ସେଭେନ୍ସ ଟ୍ରଫିରେ ଭାରତୀୟ ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ ସହ ରୌପ୍ୟ ପଦକ ହାସଲ କରିଛି ।
ଜିବିକେ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଅକୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଲିଗ୍ ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ସହ ଭାରତୀୟ ମହିଳା ଦଳ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା । ଲିଗ୍ରେ ଶ୍ରେଷ୍ଠ ୩ଟି ସ୍ଥାନରେ ରହିଥିବା ଭାରତ, ଫିଲିପାଇନ୍ସ ଓ ଇଣ୍ଡୋନେସିଆ ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ । ରାଉଣ୍ଡ ରବିନ ଫର୍ମାଟ୍ରେ ୩ଟି ଯାକ ଦଳ ପରସ୍ପରକୁ ଭେଟିଥିଲେ । ଭାରତ ପ୍ରଥ ମ୍ୟାଚ୍ରେ ଫିଲିପାଇନ୍ସ ଠାରୁ ପରାଜିତ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ରେ ଇଣ୍ଡୋନେସିଆକୁ ହରାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ଫିଲିପାଇନ୍ସ ୨ଟି ଯାକ ମ୍ୟାଚ୍ ବିଜୟ ସହ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା ।
ପୂର୍ବରୁ ମହିଳା ଦଳ ଚାଇନିଜ ତାଇପେକୁ ୩୪-୦ ଓ ଗୁଆମକୁ ୨୯-୧୪ ପଏଣ୍ଟ ବ୍ୟବଧାନରେ ହରାଇ ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲା । ମହିଳା ଦଳରେ ଓଡ଼ିଶାରୁ ୪ଜଣ ଖେଳାଳି ସୁମିତ୍ରା ନାୟକ, ହୁପି ମାଝି, ଶୁଭଲକ୍ଷ୍ମୀ ବାରିକ ଓ ମୀରାରଣି ହେମ୍ବରମ୍ ସ୍ଥାନ ପାଇଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ପ୍ରଦର୍ଶନ ମଧ୍ୟ ବେଶ୍ ଉଚ୍ଚକୋଟୀର ରହିଥିଲା । ଭାରତୀୟ ପୁରୁଷ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ପଞ୍ଚମ ସ୍ଥାନ ଅଧିକାର କରିଥିଲା । ଲିଗ୍ ରାଉଣ୍ଡର ପ୍ରଥମ ମ୍ୟାଚ୍ରେ ବ୍ରୁନେଇକୁ ହରାଇଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ସିଙ୍ଗାପୁର ବିପକ୍ଷରେ ପରାଜିତ ହୋଇଥିଲା ।
Comments are closed, but trackbacks and pingbacks are open.