ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ମାଡୁଛି କରୋନା । ପ୍ରଥମରୁ ଏହା କେବଳ ସଙ୍ଗରୋଧ କେନ୍ଦ୍ର ଓ ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିବାବେଳେ ଏବେ ଆକା୍ରନ୍ତଙ୍କ ତାଲିକାକୁ ଆସୁଛନ୍ତି ସ୍ଥାନୀୟ ଲୋକେ ଓ କରୋନା ଯୋଦ୍ଧା । ଶନିବାର ପୁଣି ୨୨ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ରୋଗୀ ସଂଖ୍ୟା ୬୮୦ ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ ହେଲା ଏମାନଙ୍କ ମଧ୍ୟରେ ମାତ୍ର ୨ଜଣ କ୍ୱାରେଣ୍ଟାଇନ୍ରେ ରହିଥିବା ବେଳେ ଅନ୍ୟ ୨୦ଜଣ ସ୍ଥାନୀୟ । ପୁଣି ସଂକ୍ରମିତଙ୍କ ମଧ୍ୟରେ ୧୧ଜଣ କରୋନା ଯୋଦ୍ଧା ରହିଥିବା ଜିଲ୍ଲା ପ୍ରଶାସନ ଟ୍ୱିଟ୍ କରି ଜଣାଇଛି । ଛତ୍ରପୁର ପୁଲିସ ଏସ୍ଡିପିଓ ଏବଂ ଛତ୍ରପୁର ଥାନା ଆଇଆଇସି ସଂକ୍ରମିତ ହୋଇଥିବା ଜଣାଯାଇଛି । ଟ୍ୱିଟ୍ରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ କରୋନା ଯୋଦ୍ଧା ରୂପେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଦୁଇ ଅଧିକାରୀ ସଂକ୍ରମିତ ହୋଇଥିବା ପ୍ରକାଶ କରିଛନ୍ତି । ଏସ୍ଡିପିଓ ଓ ଆଇଆଇସି ସଂକ୍ରମିତ ହୋଇଥିବା ଟ୍ୱିଟ୍ କରାଯାଇଥିବାବେଳେ ଅନ୍ୟ ସଂକ୍ରମିତ କରୋନା ଯୋଦ୍ଧାଙ୍କ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇନାହିଁ । ପ୍ରଶାସନର ଟ୍ୱିଟ୍ ଅନୁସାରେ ଅନୁସାରେ ଚିହ୍ନଟ ହୋଇଥିବା ୨୨ଜଣଙ୍କ ମଧ୍ୟରେ ଜଣେ ସୁରଟ ଫେରନ୍ତା ବୁଗୁଡ଼ାରେ ସରକାରୀ କ୍ୱାରେଣ୍ଟାଇନ୍ରେ ରହିଥିବା ବେଳେ ପାତ୍ରପୁର ଅଞ୍ଚଳର ଜଣେ ଯୁବକ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିଲେ । ୧୧ଜଣ କରୋନା ଯୋଦ୍ଧା ଏବଂ ଅନ୍ୟ ୯ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିବାରୁ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ଛତ୍ରପୁରରୁ ୪ଜଣ, ପାତ୍ରପୁରରୁ ୨ଜଣ, ଚିକିଟିରୁ ଜଣେ ଓ ଭଞ୍ଜନଗରରୁ ଜଣେ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୨୦ଜଣ କରୋନା ଯୋଦ୍ଧା ଓ ସ୍ଥାନୀୟ ବାସିନ୍ଦା ପଜିଟିଭ୍ ହୋଇଥିବାରୁ ଏବେ ଚିନ୍ତାଜନକ ହୋଇଛି । ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ସେ ଉପରେ ମଧ୍ୟ ନଜର ରଖିଛି ଜିଲ୍ଲା ପ୍ରଶାସନ ।
ଛତ୍ରପୁର ଏନଏସି ଅଞ୍ଚଳରେ ପୁଲିସର ଦୁଇ ବରିÂ ଅଧିକାରୀଙ୍କ କରୋନା ଭୂତାଣୁ ଚିହ୍ନଟ ହେବା ପ୍ରଥମ ଘଟଣା । ସଂକ୍ରମିତ ଦୁଇ ଅଧିକାରୀ ଛତ୍ରପୁର ଆଇଆଇସି ଓ ଏସ୍ଡିପିଓଙ୍କ ତୁରନ୍ତ ଆରୋଗ୍ୟ କାମନା କରିଛନ୍ତି ଏସ୍ପି ରଏ । ଦୁଇ ଜଣ ଅଧିକାରୀ ଗୃହ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ କୁହାଯାଇଥିବା ଏସ୍ପି କହିଛନ୍ତି । ଆଜିଠାରୁ ସେମାନେ ନିଜ ଘରେ ସଙ୍ଗରୋଧରେ ରହିବେ । ଆଇଆଇଆଇସିଙ୍କ ନିକଟରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଥାନାରେ ଚାକିରୀ କରୁଥିବା ବୟସ୍କ କର୍ମଚାରୀଙ୍କୁ ଘରକୁ ଯିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିବା ଏସ୍ପି କହିଛନ୍ତି । ଥାନା କର୍ମଚାରୀ ଓ ଏସଡିପିଓ କାର୍ଯ୍ୟାଳୟ କର୍ମଚାରୀଙ୍କ କ୍ଷେତ୍ରରେ ଲକ୍ଷଣ ଦେଖାଦେଲେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲିଏସ୍ପି କହିଛନ୍ତି । ଥାନାକୁ ସାନିଟାଇଜ କରାଯିବ । ସତର୍କତାମୂଳକ ପଦକ୍ଷେପ ଆହୁରି ବ୍ୟାପକ କରାଯାଇ ଥାନାରେ ଲୋକଙ୍କ ଅଭିଯୋଗ ଶୁଣିବା ସମୟରେ ସାମାଜିକ ଦୂରତା ଅବଲମ୍ବନ ନିଶ୍ଚିତ କରାଯିବ । ଏସ୍ଡିପିଓଙ୍କ କାର୍ଯ୍ୟାଳୟ ସାନିଟାଇଜ ହେବ । ସଂକ୍ରମିତ ଦୁଇ ଅଧିକାରୀ କାହା ସଂସ୍ପର୍ଶରେ ଆସିଛନ୍ତି କୌଣସି ସୂଚନା ଦିଆଯାଇନାହିଁ ।ଦୁଇ ଅଧିକାରୀଙ୍କ କରୋନା ଭୂତାଣୁ ଚିହ୍ନଟ ହେବା ପରେ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । କର୍ମଚାରୀ ଓ ଅନ୍ୟ ଅଧିକାରୀ ଥାନା ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଆଇଆଇସି ଏବଂ ଏସ୍ଡିପିଓ ଗୃହ ସଙ୍ଗରୋଧରେ ରହିବା ପରେ ତାଙ୍କ ପରିବାର ସଦସ୍ୟଙ୍କ ପରୀକ୍ଷା ହେବ କି ନାହିଁ ଜଣାପଡ଼ିନାହିଁ । ଆଜି ସନ୍ଧ୍ୟାରେ ଛତ୍ରପୁର ଥାନା ସାନିଟାଇଜ୍ କରିଛି ଅଗ୍ନିଶମ ବିଭାଗ କର୍ମଚାରୀ ।
ଆଜି ରାଜ୍ୟରେ ୧୨୦ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ଏବେ ସୁସ୍ଥ ସଂଖ୍ୟା ୫୭୮ ହୋଇଛି । ଜିଲ୍ଲାରେ ୫ଜଣଙ୍କ ମୃତୁ୍ୟ ହୋଇସାରିଥିବା ବେଳେ ୯୭ ଜଣ କୋଭିଡ୍ ହସ୍ପିଟାଲ୍ ଓ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ଶନିବାର ଓ ରବିବାର ଗଞ୍ଜାମ ଜିଲ୍ଲାରେ ସଟ୍ ଡାଉନ୍ କରାଯାଇଛି । ଏହି ନିୟମକୁ ମାନି ଘରୁ ନବାହାରିକୁ ଟ୍ୱିଟ୍ କରି ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜୀବନ ଠାରୁ କିଛି ବଡ଼ ନୁହେଁ । ନିଜେ ସୁରକ୍ଷିତ ରୁହନ୍ତୁ ଓ ପରିବାରର ସୁରକ୍ଷା କରନ୍ତୁ । ବୟସ୍କ ବ୍ୟକ୍ତି, ଛୋଟ ପିଲା ଓ ଗର୍ଭବତୀମାନଙ୍କ ଅଧିକ ଯତ୍ନ ନିଅନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ପରାମର୍ଶ ଦିଆଯାଇଛି ।
Comments are closed, but trackbacks and pingbacks are open.