ଏସ୍ପ୍ଲାନେଡ୍ରେ ଆତଙ୍କୀ ହମ୍ଲା ମକ୍ଡ୍ରିଲ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରସୁଲଗଡ଼ ଛକରେ ଥିବା ଏସ୍ପ୍ଲାନେଡ୍ ମଲରେ ଆତଙ୍କବାଦୀମାନେ ପଶିଛନ୍ତି । ଏକେ ୪୭ ଓ ବୋମା ସଜ୍ଜିତ ହୋଇ ଆକ୍ରମଣ ଚଳାଇଛନ୍ତି । ଖବର ଦ୍ରୁତଗତିରେ ଖେଳିଗଲା । ଖବର ପାଇ କିଛି ସମୟ ମଧ୍ୟରେ ସେଠାରେ ପହଞ୍ଚିଥିଲେ ଆଣ୍ଟି ଟେରରିଷ୍ଟ୍ ସ୍କ୍ୱାଡ୍ । ମଲ୍ର ଚାରିଆଡେ଼ ଖେଦିଗଲେ । କିଛି କମାଣ୍ଡୋଙ୍କ ଗୁଳିରେ ଜଣେ ଆତଙ୍କବାଦୀ ଟଳିପଡ଼ିଲା । ଏହାପରେ ଅନ୍ୟ ଜଣେ ଆତଙ୍କୀକୁ କମାଣ୍ଡୋ କାବୁ କରିନେଲେ । ଏତେ ସୁଚିନ୍ତିତ ଉପାୟରେ ଅପରେସନ ହେଲା ଯେ କୋଲାଟୋରାଲ ଡ୍ୟାମେଜ୍ ଶୂନ । ମଲ୍ରେ ଭିତରେ ଥିବା ସମସ୍ତ ଗ୍ରାହକ ଓ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲା ।

ଆଜି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ର ଏହି କାର୍ଯ୍ୟାନୁÂାନ ଦେଖି ଅନେକ ସତ ବୋଲି ଭାବି ନେଇଥିଲେ । ତେବେ ଏହା ଥିଲା ଆତଙ୍କବାଦୀ ଦମନର ଏକ ନକଲ ଚଢଉ । ଯଦି ରାଜଧାନୀର ଜନଗହଳିପୂର୍ଣ୍ଣ ମଲରେ ଆତଙ୍କବାଦୀ ପ୍ରବେଶ କରନ୍ତି ତେବେ ସେମାନଙ୍କୁ କେମିତି ଏନ୍କାଉଣ୍ଟର କରାଯିବ ତାହାର ରିହର୍ସାଲ(ମକ୍ ଡ୍ରିଲ୍) । ଏହାକୁ ଦେଖିବାକୁ ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ମଧ୍ୟରେ ବେଶ୍ ଉକ୍ରଣ୍ଠା ସୃଷ୍ଟି ହୋଇଥିଲା ।
ସାମ୍ପ୍ରତିକ ପରିସ୍ଥିତିରେ ପାକିସ୍ତାନ ଭାରତ ମଧ୍ୟକୁ ଆତଙ୍କୀ ପଠାଇ ଅଘଟଣ ସୃଷ୍ଟି କରିବା ଯୋଜନା ଚଳାଇଛି । ଏଥିପାଇଁ ସାରା ଦେଶରେ ରେଡ୍ ଆଲର୍ଟ ଜାରି କରାଯାଇଛି । ସମୁଦ୍ରପଥରେ ଆତଙ୍କବାଦୀ ସ୍ଥଳପଥକୁ ଆସି ବଡ଼ ବଡ଼ ସହରରେ ଭୟାବହ କାଣ୍ଡ ଉପୁଜାଇବା ସମ୍ଭାବନା ରହିଛି । ଏହା ଉପରେ ଆମ ନିରାପତ୍ତା ବାହିନୀ କଡ଼ା ନଜର ରଖିଛନ୍ତି ।

ଏହାକୁ ଦୃ୍ଷ୍ଟିରେ ରଖି ରାଜଧାନୀର ବଡ଼ ମଲ ଏସପ୍ଲାନେଡ୍ରେ ରିହର୍ସାଲ କରିବାକୁ ବଛା ଯାଇଥିଲା । ଶୁକ୍ରବାର ପୂର୍ବାହ୍ଣରେ ହଠାତ୍ ଆରମ୍ଭ ହୋଇଥିଲା ମକ୍ଡ୍ରିଲ୍ । ସାଢେ଼ ୧୧ ଟା ବେଳେ ଦୁଇ ଜଣ ଆତଙ୍କବାଦୀଙ୍କ ଭଳି ମୁହଁରେ କଳା କପଡ଼ା ବାନ୍ଧି ମଲ୍ ଭିତରେ ବୋମା ବିସ୍ଫୋରଣ କରିଥିଲେ । ଫଳରେ ଧୂଆଁମୟ ହୋଇ ଯାଇଥିଲା ସାରା ମଲ୍ । ଏହା ଦେଖି ପ୍ରଥମେ କେହି ବୁଝି ପାରିନଥିଲେ । ବିସ୍ଫୋରଣ ଶବ୍ଦ ଶୁଣି ଲୋକେ ଏପଟ ସେପଟ ଧାଁ ଧପଡ଼ କରିଥିଲେ । ଯୋଜନା ମୁତାବକ ସଙ୍ଗେ ସଙ୍ଗେ ଏକ ବସ୍ରେ ମଲ୍ ପାଖରେ ପହଞ୍ଚି ଯାଇଥିଲେ ଆଣ୍ଟି ଟେରରିଷ୍ଟ୍ ସ୍କ୍ୱାଡ୍ । ସମୁଦାୟ ୪୦ ହେବ କମାଣ୍ଡୋ ହାତରେ ଧରିଥିଲେ ୯ ଏମ୍ଏମ୍ ମାଇକ୍ରୋ ୟୁଜେଡ୍ଆଇ, ୯ ଏମ୍ଏମ୍ ଏମ୍ପି-୫, ଏକେ-୪୭ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ତ’ଛଡା ବୋମା ନିଷ୍କ୍ରିୟକାରୀ ଟିମ୍, ଅଗ୍ନିଶମ, ଓଡ୍ରାଫ୍ ଟିମ୍ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ । ଆତଙ୍କବାଦୀମାନଙ୍କୁ ମାରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିର ବହୁଳ ବ୍ୟବହାର କରାଯାଇଥିଲା । କିଛି ସମୟ ମଧ୍ୟରେ କମାଣ୍ଡୋମାନେ ଜଣେ ଆତଙ୍କୀକୁ ନିପାତ କରି ଦେଇଥିଲେ । ଆଉ ଜଣେ ଆତଙ୍କୀକୁ କାବୁ କରି ନେଇ ଅପରେସନକୁ ସଫଳ କରିଥିଲେ । ସମସ୍ତ ଲୋକ ଓ କର୍ମଚାରୀଙ୍କ ସୁରକ୍ଷିତ ଥିବା ଜଣାଇ ଦିଆଯାଇଥିଲା । ଛାତ ଉପରେ ଆଉ ଉପର ମହଲାରେ ଫସିଥିବା ଲୋକଙ୍କୁ ହାଇଡ୍ରୋଲିକ୍ ଫ୍ଲାଟଫର୍ମ (ବ୍ରୋଣ୍ଟୋ ସ୍କାଏ ଲିଫ୍ଟ) ଦ୍ୱାରା ଉଦ୍ଧାର କରା ଯାଇଥିଲା । ଏହି ରିହର୍ସାଲ୍କୁ ବହୁ ବରିÂ ଅଧିକାରୀମାନେ ଉପସି୍ଥତ ରହି ତଦାରଖ କରୁଥିଲେ ।

ଏ ନେଇ ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ କହିଥିଲେ, ଆମ ମଝିରେ ମଝିରେ ବିଭିନ୍ନ ସ୍ଥାନରେ ଏମିତି ରିହର୍ସାଲ୍ କରିବୁ । ଯେଉଁସ୍ଥାନରେ ଆମେ ରିହର୍ସାଲ୍ କରିବୁ ସେଠାରେ ଥିବା ଲୋକେ ଏଥିରୁ କିଛି ଶିକ୍ଷାଲାଭ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons