ଏସ୍ସିଏସ୍ଟି ହାଇସ୍କୁଲରେ ଆରମ୍ଭ ହେବ ‘ସ୍କିଲ୍ ଲିଟରାସି’

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହଯୋଗରେ ବିଭାଗୀୟ ହାଇସ୍କୁଲ ଗୁଡ଼ିକରେ ଆରମ୍ଭ ହେବ ‘ସ୍କିଲ୍ ଲିଟରାସି’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମୌଳିକ ଆଭିମୁଖ୍ୟ ପରିବର୍ତ୍ତନ ପାଇଁ ଆବଶ୍ୟକୀୟ ଦିଗ୍ଦର୍ଶନ ପ୍ରଦାନ କରାଯିବ । ଏନେଇ ଆଜି ସର୍ଗିଫୁଲ୍-୨୦୧୯ ଉଦ୍ୟାପନୀ ଉତ୍ସବରେ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।
ଲିଟରାସି କାର୍ଯ୍ୟକ୍ରମ ମାଧ୍ୟମରେ ନିକଟବର୍ତ୍ତୀ ଆଇଟିଆଇ ଓ ପଲିଟେକ୍ନିକ୍ ସହିତ ସହଭାଗିତାରେ ହାଇସ୍କୁଲଗୁଡ଼ିକ ଦିଗ୍ଦର୍ଶନ ଦେବେ । ଆଇଟିଆଇ ଓ ପଲିଟେକ୍ନିକ୍ର ଶିକ୍ଷକମାନେ ଏବଂ ରୋଲ୍ ମଡେଲ୍ମାନେ ଛାତ୍ରଛାତ୍ରୀଙ୍କ କ୍ୟାରିୟର କାଉନ୍ସେଲିଂ କରିବେ । ଏସ୍ସି, ଏସ୍ଟି ବର୍ଗର ଛାତ୍ରଛାତ୍ରୀମାନେ ଆଇଟିଆଇ ଓ ପଲିଟେକ୍ନିକ୍କୁ ଏକ ଉଜ୍ଜ୍ୱଳ କ୍ୟାରିୟର ଭାବରେ ଚୟନ କରିବେ । ଏଥିପାଇଁ ସଚେତନତା ସୃଷ୍ଟି କରାଯିବ ।
ଉଦ୍ୟାପନୀ ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନ ଚୋପ୍ରା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ, ଏସ୍ସିଏସ୍ଟି ଆର୍ଟିଆଇର ନିଦେ୍ର୍ଧଶକ ତଥା ସ୍ୱତନ୍ତ୍ର ସଚିବ ପ୍ରଫେସର ଡ. ଅଖିଳ ବିହାରୀ ଓତା ଉପସ୍ଥିତ ଥିଲେ ।
ଏହି ଅବସରରେ ୯୧ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର କରାଯାଇଥିଲା । ଛାତ୍ରୀ ବିଭାଗରେ ଭଲିବଲ ପ୍ରତିଯୋଗିତାରେ କଳାହାଣ୍ଡି ଜୋନ୍ ଚାମ୍ପିୟନ ଓ କେନ୍ଦୁଝର ଜୋନ୍ ରନର୍ସପ୍ ପୁରସ୍କାର ପାଇଥିଲେ । ସେହିପରି ଛାତ୍ର ବିଭାଗରେ କଳାହାଣ୍ଡି ଜୋନ୍ ଚାମ୍ପିୟନ୍ ଓ କନ୍ଧମାଳ ଜୋନ୍ ରନର୍ସଅପ୍ ହୋଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମ ଏମ୍ଇସି ଲୋକସାହି ସ୍କୁଲ ପ୍ରଥମ, ସରକାରୀ ବାଳିକା ବିଦ୍ୟାଳୟ କପିଳାସ ଦ୍ୱିତୀୟ, ପୁରୀ ଜିଲ୍ଲାର ଆଶ୍ରମ ସ୍କୁଲ ତୃତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ସାଂସ୍କୃତିକ ଦଳ(ଜନଜାତି) ବିଭାଗରେ ରାୟଗଡ଼ା ଭାକୁରଗୁଡ଼ା ଆଶ୍ରମ ସ୍କୁଲ ପ୍ରଥମ, ନୂଆପଡ଼ାର ଫରସରା ଆଶ୍ରମ ସ୍କୁଲ ଦ୍ୱିତୀୟ ଓ ନବରଙ୍ଗପୁରର ସରକାରୀ ବାଳିକା ବିଦ୍ୟାଳୟ (ଏସ୍ଏସ୍ଡି) ତୃତୀୟ ପରୁସ୍କାର ପାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons