ଏସ୍ସିଓ ମଞ୍ଚରେ ଭାରତର ବଡ କୂଟନୈତିକ ବିଜୟ

Get real time updates directly on you device, subscribe now.

ବିସ୍କେକ୍: ଭାରତର ଆତଙ୍କବାଦ ବିରୋଧୀ ଅଭିଯାନକୁ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍ସିଓ)ର ସବୁ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଛନ୍ତି । ଏସ୍ସିଓ ଶିଖର ବୈଠକ ପରେ ପ୍ରକାଶିତ ଘୋଷଣାପତ୍ରରେ ଆତଙ୍କବାଦର ମିଳିତ ମୁକାବିଲା କରିବାକୁ ସବୁ ରାଷ୍ଟ୍ର ସହମ୍ମତ ହୋଇଛନ୍ତି । ୩୧ ପୃଷ୍ଠାର ଏହି ଘୋଷଣାପତ୍ରରେ କୁହାଯାଇଛି କି ସୀମାପାର ଆତଙ୍କବାଦ ସବୁ ଦେଶ ପାଇଁ ଚିନ୍ତାର ବିଷୟ । ଆତଙ୍କବାଦକୁ ପ୍ରୋତ୍ସ ।ହନ ଦେବା ଓ ସହାୟତା କରିବା ବିଶ୍ୱ ପାଇଁ ବିପଦ । ଏହାଦ୍ୱାରା ନିଶାଦ୍ରବ୍ୟର ଚୋରା କାରବାର, ମାନବ ଚାଲାଣ, ସାଇବର ଅପରାଧ ବଢ଼ିବ । ସେହିଭଳି ଆର୍ଥିକ ବିକାଶ ଓ ଜଳବାୟୁ ପରିବର୍ତ୍ତନରେ ଅଣାଯାଉଥିବା ସଂସ୍କାରକୁ ମଧ୍ୟ ଝଟ୍କା ଲାଗିବ । ତେଣୁ ସବୁ ସଦସ୍ୟ ରାଷ୍ଟ୍ର ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ପଡିବ ବୋଲି ଏଥିରେ କୁହାଯାଇଛି ।
ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦକୁ ପ୍ରୋତ୍ସ ।ହନ ଦେଉଥିବା ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି । ପାକିସ୍ତାନର ନାମ ନନେଇ ମୋଦି କହିଛନ୍ତି ଯେଉଁଦେଶମାନେ ଆତଙ୍କବାଦକୁ ପୃଷ୍ଠପୋଷକ କରିଛନ୍ତି ଓ ପ୍ରୋତ୍ସ ।ହନ ଦେଉଛନ୍ତି ସେମାନକୁ ଏଥିପାଇଁ ଦାୟୀ କରାଯିବା ଉଚିତ । ଏକ ଆତଙ୍କବାଦ ମୁକ୍ତ ସମାଜ ପ୍ରତିଷ୍ଠା ହେବା ଭାରତ ଚାହେଁ ବୋଲି ମୋଦି ପ୍ରକାଶ କରିଛନ୍ତି । ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବା ଓ ପାରସ୍ପରିକ ସହଯୋଗକୁ ମଜଭୁତ କରିବା ଏସ୍ସିଓର ଲକ୍ଷ୍ୟ ବୋଲି ମୋଦି ବଣ୍ଣ ର୍ନା କରିଛନ୍ତି । ସେ କହିଛନ୍ତି ଆତଙ୍କବାଦର ମୁକାବିଲା କରିବାକୁ ଏକ ବିଶ୍ୱସ୍ତରୀୟ ସମ୍ମେଳନର ଆବଶ୍ୟକତା ରହିଛି । ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେଲେ ସବୁ ଦେଶ ରୁଗ୍ଣ ମାନସିକାରୁ ଊଦ୍ଧ୍ୱର୍କୁ ଉଠି ଏକାଠି ହେବାକୁ ପଡିବ । ଯେଉଁ ଦେଶ ଆତଙ୍କବାଦୀଙ୍କୁ ପୃଷ୍ଠପୋଷକତା କରୁଛି ଓ ସହାୟତା କରୁଛି ତାକୁ ଏଥିପାଇଁ ଦାୟୀ କରିବାକୁ ହେବ । ଏସ୍ସିଓର ସବୁ ସଦସ୍ୟ ରାଷ୍ଟ୍ର ଆତଙ୍କବାଦ ବିରୋଧରେ ରିଜିଓନାଲ ଆଣ୍ଟି-ଟେରରିଷ୍ଟ ଷ୍ଟ୍ରକଚର (ଆରଏଟିଏସ୍) ଅଧୀନରେ ମିଳିମିଶି କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମୋଦି କହିଛନ୍ତି ଗତ ରବିବାର ଶ୍ରୀଲଙ୍କା ଗସ୍ତ ସମୟରେ ସେ ଆତଙ୍କବାଦର ଶିକାର ସେଣ୍ଟ ଆନ୍ଥୋନୀ ଚର୍ଚ୍ଚ ପରିଦର୍ଶନ କରିଥିଲେ । ସେଠାରେ ସେ ଆତଙ୍କବାଦର କୁତ୍ସ ିିତ ଚେହେରା ସାମ୍ନାରେ ଦେଖିବାକୁ ପାଇଥିଲେ । ଏହି ଅବସରରେ ମୋଦି ଏସ୍ସିଓ ସଦସ୍ୟ ରାଷ୍ଟ୍ର ମ୍ମରେ ସହଯୋଗ ବୃଦ୍ଧି ନେଇ ଇଂରାଜୀ ଶବ୍ଦ ‘ହେଲ୍ଥ’ର ଏକ ସ୍ୱରୂପ ପ୍ରକାଶ କରିଥିଲେ । ଏହାକୁ ବୁଝାଇବାକୁ ଯାଇ ସେ କହିଥିଲେ ଏଚ୍- ହେଲ୍ଥ କେୟାର (ସ୍ୱାସ୍ଥ୍ୟସେବା), ଇ-ଇକୋନୋମିକ (ଆର୍ଥିକ), ଏ-ଅଲଟରନେଟ ଏନର୍ଜି (ବିକଳ୍ପ ଶକ୍ତି), ଏଲ୍-ଲିଟରେଚର ଆଫ କଲଚର (ସାହିତ୍ୟ ଓ ସଂସ୍କୃତି), ଟି-ଟେରରିଜମ ଫ୍ରି ସୋସାଇଟି (ଆତଙ୍କବାଦ ମୁକ୍ତ ସମାଜ) ଓ ଏଚ୍-ହ୍ୟୁମାନିଟାରିଆନ କୋ-ଅପରେସନ (ମାନବୀୟ ସହଯୋଗ) ।
ସେହିଭଳି ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଭାରତ-କିର୍ଗିଜସ୍ତାନ ବ୍ୟବସାୟିକ ଫୋରମ୍ ବୈଠକରେ ସାମିଲ ହୋଇଥିଲେ । ବୈଠକରେ ଉଦ୍ବୋଧନ ଦେଇ ସେ କହିଥିଲେ ଆର୍ôଥକ ଅଭିବୃଦ୍ଧି ଓ ବୈଷୟିକ ଜ୍ଞାନକୌଶଳର ବିକାଶ ଯୋଗୁ ଭାରତ ବିଶ୍ୱରେ ଦ୍ରୁତଗତିରେ ଆଗକୁ ବଢ଼ିବାରେ ଲାଗିଛି । ଭାରତର ଅର୍ଥନୀତି ୫ ଟ୍ରିଲିୟନ ଡଲାରରେ ପହଞ୍ôଚବା କ୍ଷେତ୍ରରେ ଦେଶର ଯୁବଶକ୍ତି ଓ ଅନ୍ୱେଷକ (ଇନୋଭେଟର) ପ୍ରମୁଖ ଭୂମିକା ଗ୍ରହଣ କରିଛି । ଦୁଇଦେଶ ମ୍ମରେ ବ୍ୟବସାୟିକ ସହଯୋଗ ବୃଦ୍ଧି ଓ ବାଣିଜ୍ୟ କାରବାର ନେଇ ରହିଥିବା ସମସ୍ୟା ଦୂର କରିବା ଉପରେ ମୋଦି ଜୋର୍ ଦେଇଥିଲେ । ଦୁଇଦିନିଆ ଏସ୍ସିଓ ସମ୍ମିଳନୀରେ ଯୋଗଦେବା ଲାଗି ମୋଦି ଗୁରୁବାର ବିସ୍କେକରେ ଆସି ପହଞ୍ôଚଛନ୍ତି । ଏସ୍ସିଓ ହେଉଛି ଚୀନ୍ ନେତୃତ୍ୱରେ ଗଠିତ ୮ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ଆର୍ଥିକ ତଥା ସାମରିକ ବ୍ଲକ । ୨୦୧୭ରେ ଭାରତ ଓ ପାକିସ୍ତାନକୁ ଏଥିରେ ସାମିଲ କରାଯାଇଛି । ଏସ୍ସିଓ ଶିଖର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ପ୍ରମୁଖ ନେତାଙ୍କୁ ଭେଟି ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଛନ୍ତି । କିନ୍ତୁ ବୈଠକରେ ଯୋଗଦେଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ମୋଦି ଭେଟି ନଥିଲେ । ତେବେ ଆଜି ସନ୍ଧ୍ୟାରେ ଲିଡର୍ସ ଲାଉଞ୍ଜରେ ଉଭୟ ମୋଦି ଓ ଇମ୍ରାନ ପରସ୍ପରକୁ ଭେଟିବା ସହ ଆଲୋଚନା କରିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons