ଏସ୍ସିବି ଉପରେ ରାଜ୍ୟବାସୀଙ୍କର ଭରସା ଅଛି:ମନ୍ତ୍ରୀ

Get real time updates directly on you device, subscribe now.

କଟକ, (ବି.ବି.ବୁ୍ୟରୋ): ସମାଜରେ ଡାକ୍ତରୀ ସେବାର ସ୍ୱତନ୍ତ୍ରତା ରହିଛି । ଡାକ୍ତରମାନଙ୍କର ପ୍ରତ୍ୟକ୍ଷ ସେବାରେ ରୋଗୀ ତଥା ବିଭିନ୍ନ ବ୍ୟକ୍ତିବିଶେଷ ସିଧାସଳଖ ଉପକୃତ ହୋଇଥାଆନ୍ତି । ଗ୍ରାମାଞ୍ଚଳଠୁ ଦେଶ ବିଦେଶ ଯାଏ ଡାକ୍ତରମାନଙ୍କର ସବୁଠି ଖ୍ୟାତି ଥାଏ । ଏ ଦୃଷ୍ଟିରୁ ସାମାଜରେ ଡାକ୍ତରମାନଙ୍କର ସେବା ସମାଜରେ ଅତୁଳନୀୟ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ।
ଏସ୍ସିବି ମେଡିକାଲ କଲେଜର ୟୁଜି ଛାତ୍ର ସଂସଦ ପକ୍ଷରୁ ବାର୍ଷିକ ପତ୍ରିକା ସଂହିତାର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ ନବନିର୍ମିତ ଷ୍ଟଡି ରୁମ୍, ଡାକ୍ତରୀ ଛାତ୍ର ଏବଂ ଛାତ୍ରୀଙ୍କ ଲାଗି ପୃଥକ ବ୍ୟାୟମ ଶାଳା(ଜିମ୍) ଆଦି ୫ଟି ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ । ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଉତ୍ସବରେ ଡାକ୍ତରୀମାନଙ୍କୁ ସମ୍ବୋଧନ କରି କହିଥିଲେ, ଏସ୍ସିବି ଡାକ୍ତରଖାନା ପ୍ରତି ରାଜ୍ୟବାସୀଙ୍କର ବହୁ ଭରସା ଅଛି । ଏସ୍ସିବିରେ ଅଧ୍ୟୟନରତ ଆଜିର ଡାକ୍ତରୀ ଛାତ୍ର ଆସନ୍ତାକାଲି ଗାଁଗଣ୍ଡାରେ ଥିବା ଡାକ୍ତରଖାନାଠୁ ଦେଶର ବିଭିନ୍ନ ପ୍ରମୁଖ ଚିକିତ୍ସା ପ୍ରତିÂାନର ଭବିଷ୍ୟତ ହେବେ । ସେବା ଓ ତ୍ୟାଗ ମନୋଭାବ ରଖିବା କ୍ଷେତ୍ରରେ ମନ୍ତ୍ରୀ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସବରେ ପରାମର୍ଶ ଦେଇଥିଲେ । ମେଡିକାଲ କଲେଜ୍ ଏବଂ ହସ୍ପିଟାଲର ଯାହା କିଛି ସମସ୍ୟା ରହିଛି ତାହାର ସମାଧାନ ଦିଗରେ ତ୍ୱରିତ୍ୱ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କାର୍ଯ୍ୟକ୍ରମରେ ଦୃଢୋକ୍ତି ପ୍ରକାଶ କରିଥିଲେ । ଛାତ୍ର ସଂସଦ ପକ୍ଷରୁ କଲେଜ୍ ଅଡିଟୋରିୟମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ୍ସିବି ମେଡିକାଲ କଲେଜ୍ ଡିନ୍ ଏବଂ ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ମହାନ୍ତି, ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସି.ବି.କେ. ମହାନ୍ତି, ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ବନବିହାରୀ ମିଶ୍ର, ଚେୟ୍ୟାର ମ୍ୟାନ୍ କାଉନସିଲ୍ ଅଫ୍ ୱାଡେନ୍ ପ୍ରଫେସର ଜୟନ୍ତ ପଣ୍ଡା, ବାର୍ଷିକ ପତ୍ରିକା ସଂହିତାର ମୁଖ୍ୟ ସମ୍ପାଦକ ଡାକ୍ତର ଶ୍ରୀକାନ୍ତ ପଣ୍ଡା କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଛାତ୍ର ସଂସଦ କର୍ମକର୍ତ୍ତମାନଙ୍କର ବିଭିନ୍ନ କାର୍ଯ୍ୟଶୈଳୀ ଓ ଶୃଙ୍ଖଳାକୁ ପ୍ରଶଂସା କରିଥିଲେ । ଛାତ୍ର ସଂସଦର ସଭାପତି ଦୀପକ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରତୁ୍ୟଷ ସେନାପତି ବାର୍ଷିକ ବିବରଣୀ ପାଠ କରିଥିଲେ । ଏସ୍ସିବି ମେଡିକାଲ କଲେଜ୍ ଉ+ଳ ବିଶ୍ୱ ବିଦ୍ୟାଳୟ ଅଧିନରେ ରହିଛି । ସାମ୍ପ୍ରତିକ ସ୍ଥିତିରେ ମେଡିକାଲ କଲେଜ୍ର ପାଠ୍ୟ ଖସାଡ଼ା ନୀତି ଏବଂ ପରୀକ୍ଷା ଆଦି ପରିଚାଳନାଠାରୁ ଆରମ୍ଭ ଫଳ ପ୍ରକାଶନ ଆଦି ବିଭିନ୍ନ କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହେଉଛି । ଏ ଦୃଷ୍ଟିରୁ ଏସ୍ସିବି ମେଡିକାଲ କଲେଜ୍କୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ କରିବା ସହ ରାଜ୍ୟରେ ଏକ ସ୍ୱତନ୍ତ୍ର ମେଡିକାଲ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ଲାଗି ଛାତ୍ର ସଂସଦ ସଭାପତି ଶ୍ରୀ ସାମଲ ଉତ୍ସବରେ ମନ୍ତ୍ରୀଙ୍କ ନିକଟରେ ଦାବି ରଖିଥିଲେ । ସେହିପରି କଲେଜ୍ କ୍ୟାମ୍ପସକୁ ୱାଇଫାଇ ସେବାର ଉନ୍ନତିକରଣ, ବିପର୍ଯ୍ୟସ୍ତ ହୋଇପଡିଥିବା ଖେଳ ପଡ଼ିଆ ଉନ୍ନତିକରଣ ଆଦି କରିବା ଲାଗି ମଧ୍ୟ ଛାତ୍ର ସଂସଦ ପକ୍ଷରୁ ଦାବି କରାଯାଇଥିଲା । ପତ୍ରିକାର ସମ୍ପାଦକ ପ୍ରତୁ୍ୟଷ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଡାକ୍ତରଖାନା ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ବିରଞ୍ଚି ନାରାୟଣ ଦାସ, ନେଫ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଚିତ୍ତରଞ୍ଜନ କର, ପ୍ରଫେସର ଲୁସି ଦାସଙ୍କ ସମେତ ପୂର୍ତ୍ତ, ଜିଇଡି ବିଭାଗର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons