ଓଏପିଏଫ୍ ଯବାନ ମୃତ, ୨ ଗୁରୁତର

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଟାଉନଥାନା ନରଣପୁର-ହରିଚନ୍ଦନପୁର ରାସ୍ତା ହରିଡ଼ାଗୋଠ ନିକଟରେ ସ୍କୁଟି ସହ ଅଟୋ ଧକ୍କା ହେବା ଫଳରେ ସ୍କୁଟିରେ ଥିବା ଓଡିଶା ଅଗ୍ଜିଲାରୀ ପୁଲିସ ଫୋର୍ସର ଜଣେ ଯବାନଙ୍କ ମୃତୁ୍ୟ ଘଟିଛି । ମୃତ ଓପିଏଫ୍ ଯବାନ ପଣ୍ଡାପଡା ଥାନା ବଡ ପିଛୁଳା ଗ୍ରାମର ଶରତ ନାଏକ(୩୨) ବୋଲି ଜଣାପଡିଛି । ଅଟୋରେ ଥିବା ୨ଜଣ ଆହତ ହୋଇଛନ୍ତି ।
ସୋମବାର ପୂର୍ବାହ୍ନରେ ଓଏପିଏଫ ଯବାନ ଶରତ ଓଡି୦୯ଏଫ ୮୪୮୧ ନମ୍ବର ବିଶିଷ୍ଟ ଏକ ସ୍କୁଟିରେ ନରଣପୁର ଆଡୁ ପଣ୍ଡାପଡା ଆଡକୁ ଯାଉଥିଲେ । ଏହି ସମୟରେ ସାମନା ପଟରୁ ଦ୍ରୁତ ବେଗରେ ଆସୁଥିବା ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହେବାରୁ ସ୍କୁଟି ସହ ସେଠାରେ ଛିଟିକି ପଡିଥିଲେ । ତାଙ୍କ ମୁଣ୍ଡ ଏବଂ ଶରୀରରେ ପ୍ରବଳ ଆଘାତ ଲାଗିଥିବାବେଳେ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିଲା । ଅଟୋରେ ବସିଥିବା ପଣ୍ଡାପଡା ଥାନା ବଲାଣିପଶି ଗ୍ରାମର ତ୍ରୀବେଣୀ ନାଏକ ନାମକ ଜଣେ ବୃଦ୍ଧ ଏବଂ ଗଙ୍ଗାଧର ନାଏକ ନାମକ ଜଣେ ଯୁବକ ମଧ୍ୟ ତଳକୁ ଛିଟିକି ପଡି ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଅଣାଯାଇଥିବାବେଳେ ଡାକ୍ତର ସେଠାରେ ଶରତଙ୍କୁ ମୃତ ଘୋଷଣା କରିଛନ୍ତି ଏବଂ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବର ପାଇ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ କରାଇ ତଦନ୍ତ ଆରମ୍ଭ କରିଛି । ଟାଉନଥାନାରେ ଏ ସମ୍ବନ୍ଧୀୟ ଏକ ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ, ଶରତ ଗତବର୍ଷ ବିବାହ କରିଥିଲେ । ତାଙ୍କ ମୃତୁ୍ୟରେ ପରିବାର ଲୋକ ତଥା ଗ୍ରାମବାସୀ ଦୁଃଖରେ ଭାଙ୍ଗିପଡିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons