
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୫-ଟି ଅଭିଯାନର ଅଂଶବିଶେଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଖଣି ନିଗମ (ଓଏମ୍ସି)ରେ ଦୁଇଟି ନୂଆ ଆଇଟି-ଏନାବଲ୍ଡ ମଡୁ୍ୟଲ୍ର ଶୁଭାରମ୍ଭ କରିଛନ୍ତି । ଏହି ଦୁଇଟି ନୂଆ ଆଇଟି ସିଷ୍ଟମକୁ କାର୍ଯ୍ୟକାରୀ କରି ଓଏମ୍ସି ଏହାର ବ୍ୟାବସାୟିକ ପ୍ରକ୍ରିୟାକୁ ମଜଭୁତ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ଖଣିରୁ ଲୁହାପଥରର ନିର୍ବିଘ୍ନ ଯୋଗାଣ ହେବ । ନିର୍ଦ୍ଧାରିତ ସମୟ ମଧ୍ୟରେ ଲୁହାପଥର ଏହାର ଠିକଣା ସ୍ଥାନରେ ପହଞ୍ଚିବ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଶୁଭାରମ୍ଭ ହୋଇଥିବା ‘ଗନ୍ଧମାର୍ଦ୍ଧନ ଆଇରନ୍ ଓର୍ ମାଇନ୍ସ ଟ୍ରାଫିକ୍ ଆଣ୍ଡ୍ ଓର୍ ଡେସ୍ପାଚ୍ ଅଟୋମେସନ୍ ପ୍ରୋଜେକ୍ଟ’ ଏକ ଟେକ୍ନୋଲୋଜିଭିତ୍ତିକ ସଲୁ୍ୟସନ୍, ଯାହା ଖଣିରୁ ଲୁହାପଥର ପ୍ରେରଣ ଲାଗି ନିରନ୍ତର ଟ୍ରାଫିକ୍ ପରିଚାଳନା କରିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ଲୁହାପଥର ଏହାର ଠିକଣା ସ୍ଥାନରେ ପହଞ୍ଚିବ । ଏହାଦ୍ୱାରା ବିକ୍ରି ବଢ଼ିବ, ସୁରକ୍ଷା ମାନକ ଏବଂ ସ୍ୱଚ୍ଛତା ସୁନିଶ୍ଚିତ ହେବ ।
ଅନ୍ୟତମ ଆଇଟି ମଡୁ୍ୟଲ ‘ଭେଣ୍ଡର ଇନ୍ଭଏସ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍’ ହେଉଛି ଓଏମ୍ସିର ଭେଣ୍ଡରମାନଙ୍କର ଇନ୍ଭଏସ୍ର ଏଣ୍ଡ୍-ଟୁ-ଏଣ୍ଡ୍ ପ୍ରୋସେସିଂ ପାଇଁ ଏକ ଡିଜିଟାଲ ପ୍ଲାଟ୍ଫର୍ମ । ଏହାଦ୍ୱାରା ଠିକ୍ ସମୟରେ ପେମେଣ୍ଟ ହୋଇପାରିବ ଏବଂ ପ୍ରକ୍ରିୟା ସ୍ୱଚ୍ଛ ରହିବ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ଏବଂ ସିଏସ୍ଆର୍ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଓଏମ୍ସିକୁ ପ୍ରଶଂସା କରିଛନ୍ତି ।
ଏହି ଅବସରରେ ଓଏମ୍ସି ପକ୍ଷରୁ ନୂଆ କରି ନିଯୁକ୍ତି ପାଇଥିବା ୧୦୦ ଜୁନିୟର ଏକ୍ଜିକୁ୍ୟଟିଭ୍ ଆସିଷ୍ଟାଣ୍ଟଙ୍କ ପାଇଁ ଲୋକସେବା ଭବନଠାରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନେକ ଉପଯୋଗୀ ପରାମର୍ଶ ଦେଇଛନ୍ତି । ସ୍ୱଚ୍ଛତା ଏବଂ ଟିମ୍ୱାର୍କ ସହ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଥିଲେ ଯେ, ୧୯୫୬ରୁ ଓଏମ୍ସି ରାଜ୍ୟର ବିକାଶ ଏବଂ ସିଏସ୍ଆର୍ କ୍ଷେତ୍ରରେ ଅଗ୍ରଣୀ ରହିଆସିଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଅନ୍ୟ ବରିÂ ଅଧିକାରୀମାନେ ଯୋଗ ଦେଇଥିଲେ ।
ଇସ୍ପାତ ଓ ଖଣି ବିଭାଗର ପ୍ରଧାନ ସଚିବ ତଥା ଓଏମ୍ସିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଏବଂ ଓଏମ୍ସିର ଏମ୍ଡି ବଲ୍ୱନ୍ତ ସିଂ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
୫ଟି ସଚିବ ଭି. କେ ପାଣ୍ଡିଆନ୍ ନୂଆ ନିଯୁକ୍ତି ପାଇଥିବା ଜୁନିୟର ଏକ୍ଜିକୁ୍ୟଟିଭ୍ ଆସିଷ୍ଟାଣ୍ଟମାନଙ୍କୁ ୫ଟି ଅଭିଯାନ ଉପରେ ଜ୍ଞାନ ପ୍ରଦାନ କରିଥିଲେ । ରାଜ୍ୟରେ ପରିବର୍ତ୍ତନ ଆଣିବାରେ ସେମାନେ କିପରି ୫ଟି ସିଦ୍ଧାନ୍ତକୁ ଅନୁସରଣ କରିବେ ତାହା ଉପରେ ଆଲୋକପାତ କରିଥିଲେ ।
ପ୍ରକାଶଯୋଗ୍ୟ, ଲୁହାପଥର ଉପôାଦନ ଏବଂ ରାଜସ୍ୱ ସଂଗ୍ରହରେ ଓଏମ୍ସି ଉଲ୍ଲେଖନୀୟ ପ୍ରଦର୍ଶନ କରିଆସୁଛି । ଆସନ୍ତା ୨ରୁ ୩ବର୍ଷରେ ଓଏମ୍ସି ଏହାର ଉପôାଦନ ଏବଂ ବିକ୍ରିକୁ ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖିଛି । ଆସନ୍ତା ବର୍ଷ ଏହା ୧୦୦ କୋଟି ଡଲାର(ପ୍ରାୟ ୭,୪୫୮ କୋଟି ଟଙ୍କା)ର ରାଜସ୍ୱ ଲକ୍ଷ୍ୟ ରଖିଛି ।
Comments are closed, but trackbacks and pingbacks are open.