ଓଏମ୍ପି ନିକଟରେ ଅଭାବନୀୟ ଦୃଶ୍ୟ:ଦୁଇ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ମା’ ଫେରାର୍

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ଓଏମ୍ପି ନିକଟରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ନିର୍ଦୟ ମାଆ ତାଙ୍କର ଦୁଇ ଛୋଟ ପିଲାଙ୍କୁ ବିଚ୍ ରାସ୍ତାରେ ଛାଡ଼ିଦେଇ ଜଣେ ଯୁବକଙ୍କ ସହ ଫେରାର୍ ହୋଇଯାଇଛନ୍ତି । ରାସ୍ତାରେ ଅସହାୟ ଅବସ୍ଥାରେ ବସିଥିବା ଦୁଇ ଶିଶୁଙ୍କୁ ଉଦ୍ଧାର କରି ଜଣେ ବ୍ୟକ୍ତି ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରିଛନ୍ତି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଓଏମ୍ପି ସ୍ଥିତ ବ୍ରହ୍ମପୁର ବସ୍ତି ପାଖରେ ଜଣେ ୯ ବର୍ଷର ଝିଅ ଓ ଜଣେ ୫ ବର୍ଷର ପୁଅ ବସି କାନ୍ଦୁଥିବା ଅବସ୍ଥାରେ ସ୍ଥାନୀୟ ଅଞ୍ଚଳର ଟୁକୁନା ଦାସ ଦେଖିବାକୁ ପାଇଥିଲେ । ପିଲା ଦୁଇ ଜଣଙ୍କୁ ପଚାରବା ପରେ ସେମାନେ ଯେଉଁ କଥା କହିଥିଲେ ତାହା ଟୁକୁନାଙ୍କୁ ଚକିତ କରିଥିଲା । ପିଲାଙ୍କର ଘର ପୁରୀ ବାସେଳୀ ସାହି ଅଞ୍ଚଳରେ । ଆଜି ସକାଳୁ ତାଙ୍କ ମାଆ ଦୁହିଁଙ୍କୁ ସାଙ୍ଗରେ ନେଇ କଟକ ଓଏମ୍ପି ଆସିଥିଲେ । ସେଠାରେ ଆଗରୁ ଜଣେ ଯୁବକ ଅପେକ୍ଷା କରି ରହିଥିଲେ । ପିଲାଙ୍କ ସହିତ ମହିଳା ଜଣକ ଓଏମ୍ପିରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତାା ହୋଇଥିଲା । ପରେ ସେହି ଯୁବକ ଜଣକ ସଂପୃକ୍ତ ମହିଳାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇ ତାଙ୍କ ସହ ଯିବାକୁ ବାଧ୍ୟ କରିଥିଲା । କିଛି ସମୟ ପରେ ଯୁବକଙ୍କ ସହିତ ମହିଳା ଜଣକ ବାଇକ୍ରେ ବସି ପଳାଇଥିଲେ । ଏହି ସମୟରେ ଛୋଟ ପିଲା ଦୁଇ ଜଣ କାନ୍ଦିକାନ୍ଦି ବାଇକ୍ ପଛରେ କିଛି ବାଟ ଦୌଡ଼ିଥିଲେ ବି ମହିଳା ଜଣକ ପିଲାଙ୍କ କାନ୍ଦ ଶୁଣିନଥିଲେ । ପିଲା ଦୁହିଁଙ୍କଠାରୁ ଏ ସଂପର୍କରେ ଜାଣିବା ପରେ ଶ୍ରୀ ଦାସ ସେମାନଙ୍କୁ ସାଙ୍ଗରେ ନେଇ ଚାଉଳିଆଗଞ୍ଜ ଥାନାକୁ ଯାଇଥିଲେ । ସେଠାରେ ପୁଲିସ ସବୁ କଥା ଶୁଣିବା ପରେ ଘଟଣା ନେଇ ଚାଇଲ୍ଡ ଲାଇନ୍କୁ ସୂଚନା ଦିଆଯାଇଥିଲା । ଚାଇଲ୍ଡ ଲାଇନ୍ର କର୍ମକର୍ତ୍ତା ପହଞ୍ଚି ଶିଶୁ ଦୁଇ ଜଣଙ୍କୁ ସାଙ୍ଗରେ ନେଇ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ସମ୍ମୁଖରେ ହାଜର କରିଥିଲେ । କମିଟିର ନିଦେ୍ର୍ଧଶ ପରେ ଶିଶୁ ଦୁଇ ଜଣଙ୍କୁ ବସୁନ୍ଧରାରେ ରଖାଯାଇଛି । ଶିଶୁ ଦୁଇ ଜଣ ଦେଇଥିବା ନିଜର ଠିକଣା ବିଷୟରେ ଚାଇଲ୍ଡ ଲାଇନ୍ ଯାଞ୍ଚ କରୁଛି । ଏନେଇ ପୁରୀ ଜିଲ୍ଳା ଚାଇଲ୍ଡ ଲାଇନ୍କୁ ସୂଚନା ଦିଆଯାଇଛି । ଶିଶୁ ଦୁଇ ଜଣଙ୍କର ବାପା ଜଣେ ରିକ୍ସା ଚାଳକ ବୋଲି ସୂଚନା ମିଳିଛି । ତେଣୁ ଏବେ ପୁରୀ ଚାଇଲ୍ଡ ଲାଇନ୍ର ରିପୋର୍ଟକୁ ଅପେକ୍ଷା କରାଯାଇଛି । ଜଣେ ଜନ୍ମଦାତ୍ରୀ ମା’ କେମିତି ଏତେ ନିÂୁର ହୋଇପାରେ, ତାହା ସା%ାରଣରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons