ଓକିଲଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ: ପରବର୍ତ୍ତୀ ଶୁଣାଣି ୪ରେ

Get real time updates directly on you device, subscribe now.

କଟକ: ଓକିଲଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ହାଇକୋର୍ଟରେ ଆଜିର ଶୁଣାଣି ଶେଷ ହୋଇଛି । ଆସନ୍ତା ନଭେମ୍ବର ୪ରେ ହେବ ପରବର୍ତ୍ତୀ ଶୁଣାଣି । ଅଦାଲତ ଅବମାନନା ପ୍ରସଙ୍ଗରେ ୧୪ ଜଣିଆ ବିଚାରପତିଙ୍କୁ ନେଇ ହାଇକୋର୍ଟ ଫୁଲ୍ ବେଞ୍ଚରେ ହୋଇଥିଲା ଶୁଣାଣି। ଶୁଣାଣି ସମୟରେ ହାଜର ହୋଇ ପକ୍ଷ ରଖିବାକୁ ଅଧିକ ୪ ସପ୍ତାହର ସମୟ ମାଗିଥିଲେ ହାଇକୋର୍ଟ ବାର୍ ସମେତ ଅନ୍ୟ ପ୍ରତିପକ୍ଷ ।
ହାଇକୋର୍ଟ ବାର ସାଧାରଣ ପରିଷଦରେ ଆଜି ବସିବ ରାଜ୍ୟର ବିଭିନ୍ନ ବାର ଆସୋସିଏସନର ବୈଠକ। ଏଥିରେ ବାର ଆସୋସିଏସନର ପରବର୍ତ୍ତୀ କାର୍ୟ୍ୟପନ୍ଥା ସ୍ଥିର ହେବ। ମାସ ମାସ ଧରି ଲାଗିରହିଥିବା ଓକିଲଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ଯୋଗୁ ବିଚାର ପ୍ରକ୍ରିୟାରେ ସମସ୍ୟା ଉପୁଜୁଥିବାରୁ ଏଥିରେ ହସ୍ତକ୍ଷେପ କରିଥିଲେ ହାଇକୋର୍ଟ । ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଗତ ୧୫ ତାରିଖରେ ଶୁଣାଣି କରିଥିଲେ ହାଇକୋର୍ଟର ଫୁଲ୍ ବେଞ୍ଚ। ଏ ନେଇ ବିଭିନ୍ନ ବାର୍ ଆସୋସିଏସନ୍‌କୁ ନୋଟିସ୍ ଦେଇଥିଲେ। ହାଇକୋର୍ଟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଆାଇନ ସଚିବଙ୍କୁ ମଧ୍ୟ ନୋଟିସ ଜାରି ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons