ଓଡ଼ଗାଁ ବ୍ଲକର କୁରାଳ ଗ୍ରାମ ପଞ୍ଚାୟତରେ ୪୮ ଘଣ୍ଟା ସଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ ଝିଲ୍ଲୀ ପ୍ରଧାନ

Get real time updates directly on you device, subscribe now.

ଓଡ଼ଗାଁ, (ପବିତ୍ର କୁମାର ଦାସ):ନୟାଗଡ ଜିଲ୍ଲାର ଓଡଗାଁ ବ୍ଳକ ଅନ୍ତର୍ଗତ କୁରାଳ ଗ୍ରାମ ପଞ୍ଚାୟତକୁ ଗତ ତା-୨୨.୦୫.୨୦୨୦ ରିଖ ସଂଧ୍ୟା ୬ଟା ଠାରୁ ତା-୨୪.୦୫.୨୦୨୦ ରିଖ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଅର୍ଥାତ ୪୮ ଘଣ୍ଟା ପର୍ୟ୍ୟନ୍ତ ସର୍ଟ ଡାଉନ୍ ଘୋଷଣା କୁରାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ପ୍ରଧାନ ଘୋଷଣା କରିଛନ୍ତି । ଏହି ସର୍ଟ ଡାଉନ୍ କୁରାଳ ଗ୍ରାମ ପଞ୍ଚାୟତର ସମସ୍ତ ପଲ୍ଲୀ ଗ୍ରାମ ଗୁଡିକ ଦଣ୍ଡୋର,ଲିଙ୍ଗରାଜ ପ୍ରସାଦ,ନାଉରିଆ,ହନୁମନ୍ତିଆ,ନାଥିଆପଲ୍ଲୀ,କୁରାଳ ବଜାର ସମେତ ସ୍ଥାନମାନଙ୍କରେ ଏକ ପ୍ରକାର କର୍ଫ୍ୟୁ ଜାରୀ କରିଛନ୍ତି ।କାରଣ ବର୍ତ୍ତମାନ କରୋନା ସଂକ୍ରମିତ ଚିହ୍ନଟ ବଢିବାରେ ଲାଗିଛି ।ଆଗକୁ ବାହାରୁ ଆସୁଥିବା ପଶ୍ଚିମବଙ୍ଗ,ବମ୍ବେ,ସୁରାଟ୍,ଦିଲ୍ଲୀ,ହାଇଦ୍ରାବାଦ,ବାଙ୍ଗାଲୋର,,କର୍ଣ୍ଣାଟକ,ଭଳି ପ୍ରବାସୀ ଓଡିଆମାନେ ଏହି ଗ୍ରାମ ପଞ୍ଚାୟତକୁ ଆସୁଥିବା ନେଇ ଏକାନ୍ତ ଜରୁରୀ ମନେକରି ୪୮ ଘଣ୍ଟା ପାଇଁ ସର୍ଟ ଡାଉନ୍ ଘୋଷଣା କରିଛନ୍ତି ।ପରିଶେଷରେ ଓଡଗାଁ ଆଦର୍ଶ ଥାନାର ଭାରପ୍ରାପ୍ତ ଅଧୀକାରୀଙ୍କୁ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇପାରିବ ସେଥିପ୍ରତି ଦୃଷ୍ଟି ନଜର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons