ଓଡ଼ିଆଙ୍କୁ ରିଲିଫ୍ ଦେଲା ଓଡ଼ିଆ ବ୍ୟାଙ୍କର୍ସ କ୍ଲବ

Get real time updates directly on you device, subscribe now.

କୋଲକାତା,(ବି.ବି.ନୁ୍ୟଜ୍): କରୋନା ପାଇଁ ପ୍ରଥମ ଲକଡାଉନ୍ ବେଳେ ରାଜ୍ୟ ସରକାର ଯେପରି ସକି୍ରୟ ଭାବେ ରିଲିଫ୍ ଯୋଗାଇଥିଲେ ଏବେ ସେ ଅବସ୍ଥା ବଦଳି ଯାଇଛି । ଦ୍ୱିତୀୟ ଦଫା ଲକଡାଉନ ପରଠାରୁ ଖୋଦ୍ ଏ ରାଜ୍ୟର ଗ୍ରାମାଞ୍ଚଳରେ ଖାଦ୍ୟ ପାଇଁ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଭଳି ପରିସ୍ଥିତିରେ ହାୱଡ଼ା ଜିଲ୍ଲା ଶିଳ୍ପାଞ୍ଚଳ ସୂତାକଳ, ଝୋଟକଳ, ବାସନ ଶିଳ୍ପ ଆଦିରେ ପ୍ରାୟ ଦୁଇରୁ ତିନି ହଜାର ଓଡ଼ିଆ କାର୍ଯ୍ୟ କରୁଛନ୍ତି । ଲକ୍ଡାଉନ ପରେ ମାତ୍ର ଥରଟିଏ ସରକାରୀ ସାହାଯ୍ୟ ମିିଳିଥିବା ବେଳେ ଏବେ ସେମାନେ ଭୋକ ଉପାସରେ ରହିଛନ୍ତି । ଏମାନଙ୍କୁ ସହାୟତା କରିବା ପାଇଁ ଆଜି ପ୍ରଶାସନିକ ଅନୁମତି ନେଇ ଆଗେଇ ଆସିଛି ଓଡ଼ିଆ ବ୍ୟାଙ୍କର୍ସ କ୍ଲବ୍ । କ୍ଲବ ତରଫରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଜିଏମ୍ ଭଗବାନ ଚାନ୍ଦ, ବିଶ୍ୱଜିତ ମହାନ୍ତି, ସାହିତି୍ୟକ ଅଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ କୋଲକାତାର ସମାଜସେବୀ ରତ୍ନାକର ନାଥ, ବିଜୟ କର ସହ ଅନ୍ୟମାନେ ୨ଶହ ପ୍ୟାକେଟ୍ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ଯାହାକି ଏହି ଅସହାୟମାନେ ଏକ ସପ୍ତାହ ଚଳିବା ପାଇଁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ତୁରନ୍ତ ଏହି ଓଡ଼ିଆମାନଙ୍କୁ ସରକାରୀ ସ୍ତରରେ ଖାଦ୍ୟ ଯୋଗାଇ ଦେବାକୁ ଅଧିକାରୀମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons