ଓଡ଼ିଆଙ୍କ ପାଖରେ ପହଞ୍ଚôଲେ ଓଡ଼ିଆ

Get real time updates directly on you device, subscribe now.

କୋଲକାତା,(ବି.ବି.ନୁ୍ୟଜ୍): ପଶ୍ଚିମବଙ୍ଗର ଓଡ଼ିଆ ବହୁଳ ଅଞ୍ଚଳରେ ଏବେ ଖାଦ୍ୟାଭାବ ଦେଖାଦେଇଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଜି ସରକାର ପୁଲ ଅଞ୍ଚଳରେ ୧୦୦ ଜଣ ଓଡ଼ିଆ ପରିବାରଙ୍କୁ ସାଉଥ ସିଟି ଲାୟନ୍ସ କ୍ଲବ୍ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ମହେଶତାଲା, ସରକାର ପୁଲ ଅଞ୍ଚଳରେ ବହୁ ଓଡ଼ିଆ ବସବାସ କରନ୍ତି । ଆଡ୍ଭୋକେଟ୍ ଲାୟନ୍ସ ପତିତପାବନ ବିଶ୍ୱାଳ, ଜିଏସ୍ଟି କୋ-ଅର୍ଡିନେଟର ଲାୟନ୍ସ କ୍ଲବ୍ର ମଧୁସ୍ମିତା ବିଶ୍ୱାଳ, ଲାୟନ୍ସ ସେମାନାଥ ପାଲ, ଲାୟନ୍ସ କନକ ବୁଗର ଏହି ଓଡ଼ିଆମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ଅଜୟ ବେହେରା, ଗଣେଶ ଦାସ, ସଂଗ୍ରାମ ପରିଡ଼ା ଖାଦ୍ୟ ସାମଗ୍ରୀ ବଣ୍ଟନରେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons