ଓଡ଼ିଆରେ ରାନୁ ମଣ୍ଡଳ

Get real time updates directly on you device, subscribe now.

ଶୀର୍ଷକ ପଢ଼ି ଭାବୁଥିବେ ଚମକି ଯାଇଥିବେ । ଭାବୁଥିବେ ଓଡ଼ିଆରେ କିଏ ଜଣେ ରାନୁ ମଣ୍ଡଳ ବାହାରିଲେ । ସେ ବାହାରିନାହାନ୍ତି ତାଙ୍କର ପ୍ରସ୍ତୁତି ଚାଲିଛି । ଖୁବ୍ଶୀଘ୍ର ବାହାରିବେ । ମାନେ ଷ୍ଟେସନ୍ରେ ଗୀତ ଗାଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ରାତି ରାତି ଷ୍ଟାର୍ ପାଲଟିଯାଇଥିଲେ ରାନୁ ମଣ୍ଡଳ । ଏବେ ତାଙ୍କ କାହାଣୀକୁ ନେଇ ଜଣେ ଗାୟିକାର ସଂଘର୍ଷମୟ ଜୀବନ କାହାଣୀକୁ ଚଳଚ୍ଚିତ୍ରରେ ଚିତ୍ରିତ କରିବାକୁ ଯାଉଛି ଏଲ୍ଏ ପ୍ରଡକ୍ସନ୍ । ପ୍ରଯୋଜନା ସଂସ୍ଥା ପକ୍ଷରୁ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଗାୟିକା ନା ନାୟିକା’ । ନିକଟରେ ମହୁରତ୍ ସରିଛି । ଏହାର ମୁଖ୍ୟ ଭୂମିକାରେ ଓମ୍ ଥିଲାବେଳେ ତାଙ୍କ ସାଥୀ ବନିଛନ୍ତି ରଜ କୁଇନ୍ର ରନର୍ସଅପ୍ ଐଶ୍ୱର୍ଯ୍ୟା । ସେ ଚଳଚ୍ଚିତ୍ରରେ ଜଣେ ଟିଭି ଆଙ୍କର ଭୂମିକାରେ ନଜର ଆସିବେ । ଏମାନଙ୍କ ବ୍ୟତୀତ ଅଶ୍ରୁମୋଚନ ମହାନ୍ତି, ଚୌଧୁରୀ ବିକାଶ ଦାସ, ଭୂପତି ତ୍ରିପାଠୀ, କାଳିଚରଣ, ଦେବି ବାରିକ, ନିରଞ୍ଜନ ଆଚାର୍ଯ୍ୟ, ଅର୍ଜୁନ, ବାପି, ଜ୍ୟୋତ୍ସ୍ନାରାଣୀ, କୁସୁମ ତ୍ରିପାଠୀ, ମିତା ଚକ୍ରବର୍ତ୍ତୀ ପ୍ରମୁଖ ଅଭିନୟ କରୁଛନ୍ତି । ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ଲିଜାରାଣୀ ସେଠୀ ଓ ଅମ୍ରିତାଂଶ । କାହାଣୀ ଜ୍ୟୋତ୍ସ୍ନାରାଣୀ ରଚନା କରିଥିଲା ବେଳେ ସଂଳାପ ଲେଖିଛନ୍ତି ଶଶୀ ମିଶ୍ର । ଗୀତ ଲେଖିଛନ୍ତି ମୋହିତ ଚକ୍ରବର୍ତ୍ତୀ ଓ ଯତୀନ୍ଦ୍ର ପ୍ରଧାନ । ଗୀତକୁ ସଙ୍ଗୀତରେ ସଜାଇବାର ଦାୟିତ୍ୱ ନେଇଛନ୍ତି ଶାନ୍ତିରାଜ ଖୋସଲା । କ୍ୟାମେରା ପରିଚାଳନା କରୁଛନ୍ତି ଦେବବ୍ରତ ନାଥ । ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିଦେ୍ର୍ଧଶନା ଭାର ସମ୍ଭାଳିଛନ୍ତି ଯୁବ ନିଦେ୍ର୍ଧଶକ ଜ୍ଞାନରଞ୍ଜନ ସାଥୁଆ । ପୂର୍ବରୁ ଶ୍ରୀ ସାଥୁଆ ଅନେକ ସିନେମା ଓ ଧାରାବାହିକରେ ମୁଖ୍ୟ ସହ ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରି ସାରିଛନ୍ତି । ଅନେକ କ୍ଷୁଦ୍ର ଚଳଚ୍ଚିତ୍ର କରି ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ଏହି ଚଳଚ୍ଚିତ୍ରଟି ତାଙ୍କୁ ସଫଳତା ଦେବ ବୋଲି ସେ ବହୁତ ଆଶା ରଖିଛନ୍ତି । ସେ କହିଛନ୍ତି, ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ କାହାଣୀ ରାନୁ ମଣ୍ଡଳଙ୍କ ଉପରେ ଆଧାରିତ ନଥିଲେ ବି କିଛିଟା ସାମଞ୍ଜସ୍ୟ ରହିପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons