ଓଡ଼ିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁ ଗୁରୁତର ଅସୁସ୍ଥ : କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି

Get real time updates directly on you device, subscribe now.

ଭୁବନେଶ୍ବର: ଓଡିଆ ଆଲବମ୍ କୁଇନ ତଥା ଅଭିନେତ୍ରୀ ଦୀପା ସାହୁ କ୍ୟାନସରରେ ପୀଡ଼ିତ ଅଛନ୍ତି । ଆଜି ଦୀପାଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଅଭିନେତ୍ରୀ ଦୀପା ସାହୁ ବର୍ଷେ ଧରି ଜରାୟୁ କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା । ଆଜି ଅଧିକ ଗୁରୁତର ହୋଇପଡିବାରୁ ଦୀପାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ବିଜେପି ନେତା ଏବଂ ଅଭିନେତା ଅଖିଳ ପଟ୍ଟନାୟକ ଏବଂ ସାମାଜିକ କର୍ମୀ ପ୍ରଶାନ୍ତ ନାୟକଙ୍କ ସହାୟତାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେ କେତେକ ସମ୍ବଲପୁରୀ ଆଲବମରେ କାମ କରିଥିଲେ। ସେ କେତେକ ହିଟ୍ ଓଡ଼ିଆ ଆଲବମ୍ ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ’,‘ହାୟ ହାୟ ତୋ ମଲ୍ଲୀଫୁଲ ଗଜରା’,‘ଏକଡା ଏକଡ଼ା ରା’ ରେ ଅଭିନୟ କରିଥିଲେ। ସେ ଓଡ଼ିଆ ଫିଲ୍ମ ‘ନାରୀ ଆଖିରେ ନିଆଁ’ ରେ ଅଭିନୟ କରିଥିବାବେ​ଳେ କେତେକ ଟେଲିଫିଲ୍ମରେ କାମ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons