ଓଡ଼ିଆ ପ୍ରବାସୀଙ୍କ ପାଇଁ ଖର୍ଚ୍ଚ ହେବ ୧୭ ହଜାର କୋଟି

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ ନେଇ ଚିନ୍ତା ବଢ଼ୁଥିବା ବେଳେ ସେମାନଙ୍କ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର । ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛନ୍ତି । ସେଥିପାଇଁ ୧୭ ହଜାର କୋଟି ବ୍ୟୟ ଅଟକଳ କରିଛନ୍ତିରାଜ୍ୟ ସରକାର । ଏହି ଅର୍ଥ ଜୁନ୍ ୨୦୨୦ ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଖର୍ଚ୍ଚ ହେବ । ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବା ପାଇଁ ଯୋଜନା କରାଯାଇଛି । ଆଜି ବସିଥିବା କ୍ୟାବିନେଟ ବୈଂକରେ ଏନେଇ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ କହିଥିଲେ- ଗ୍ରାମାଞ୍ଚଳରେ କୃଷି ପାଇଁ ୨ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ୨୪ ଲକ୍ଷ ୫୬ ହଜାର ଚାଷୀ ଉପକୃତ ହେବେ । ୪ହଜାର ପାନଚାଷୀଙ୍କ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ । ୧୦ ହଜାର ଚାଷୀ ଓ ୫ ହଜାର ଏସ୍ଏଚ୍ଜିକୁ ଛତୁ ଚାଷ ପାଇଁ ସହାୟତା ମିଳିବ । ୩ ହଜାର ଚାଷୀଙ୍କୁ ଫୁଲ ଚାଷ ପାଇଁ ସାହାର୍ଯ୍ୟ କରାଯିବ । ମତ୍ସ୍ୟ ଚାଷରେ ଖର୍ଚ୍ଚ ହେବ ୧୧୧.୪୭ କୋଟି ଟଙ୍କା । ସ୍କିଲ୍ ଡେଭଲମେଣ୍ଟ ବାବଦରେ ଖର୍ଚ୍ଚ ହେବ ୧୪୦ କୋଯି । ୪୦ ହଜାର ପ୍ରବାସୀଙ୍କୁ ପଞ୍ଚାୟିତିରାଜ ବିଭାଗ ଟ୍ରେନିଂ ଦେବ । ରାଜ୍ୟ ସରକାରଙ୍କ ଏହି ପ୍ରବାସୀଙ୍କୁ ଜୀବନ ଓ ଜୀବିକାକୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବ ବୋଲି ଆଶା କରାଯାଉଛି । ତେବେ ପରବର୍ତ୍ତୀ ସମୟରେ ଜଣାପଡିବ ରାଜ୍ୟ ସରକାରଙ୍କ ଏହି ଯୋଜନା କେତେଦୂର ପ୍ରବାସୀଙ୍କ ପାଖରେ ପହଞ୍ଚୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons