ଭୁବନେଶ୍ୱର : ରାଜ୍ୟରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ । ଓଡିଶାରେ ଆଉ ଏକ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ତୃତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ଟ୍ୱିଟ୍ ଯୋଗେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆଜି ଟେଷ୍ଟ ହୋଇଥିବା ନମୂନା ମଧ୍ୟରେ ଗୋଟିଏ ପଜିଟିଭ୍ ବାହାରିଛି । ଆକ୍ରାନ୍ତ ଜଣକ ଭୁବନେଶ୍ୱରର ବୋଲି ଜଣା ପଡିଛି । ଏହା ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।ରାଜଧାନୀରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ପରେ ରାଜଧାନୀବାସୀଙ୍କ ଚିନ୍ତା ସାମାନ୍ୟ ବଢିଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ରୋଗୀ କେମିତି ସଂକ୍ରମିତ ହୋଇଥିଲେ, ସେ କାହା କାହା ସହ ମିଶିଥିଲେ, ସେ ବିଦେଶରୁ ଆସିଥିଲେ କି ନାହିଁ ଏନେଇ ଅଧିକ ଯାଞ୍ଚ କରାଯାଉଛି । ପୂର୍ବରୁ ମଧ୍ୟ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମସ୍ତେ ଭୁବନେଶ୍ୱରରେ ଆଇସୋଲେସନରେ ଅଛନ୍ତି । ପୂର୍ବ ୨ ରୋଗୀଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।
Comments are closed, but trackbacks and pingbacks are open.