ଓଡ଼ିଶାରେ କେବେ ପଙ୍ଗପାଳ ଆକ୍ରମଣ ହୋଇନି: କୃଷିମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଓଡ଼ିଶାରେ କେବେ ପଙ୍ଗପାଳ ଆକ୍ରମଣ ହୋଇନି ଓ ଚଳିତ ବର୍ଷ ଯେପରି ନହେବ ସେଥିପାଇଁ ପ୍ରାର୍ଥନା କରିବା ତଥା ସତର୍କ ରହିବା ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏହାସହିତ ଖରିଫ ଚାଷର ଗୁରୁତ୍ୱକୁ ଦୃଷ୍ଟିରେ ରଖି କୃଷି ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହାକୁମା ଛାଡ଼ି ନଯିବା ପାଇଁ ସେ ନିଦେ୍ର୍ଧଶ ଦେବା ସହ ପ୍ରତି ପଞ୍ଚାୟତରେ ହ୍ୱାଟଅପ୍ ଗ୍ରୁପ୍ ଗଠନ କରି ଏଥିରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରି ସୁବିଧାରେ ସାର ଓ ବିହନ ଯୋଗାଇବାକୁ ପରାମର୍ଶ ଦେଇଛନ୍ତି । ଆଜି ପୂର୍ବାହ୍ନରେ କୃଷି ଭବନରେ ବରିÂ ଅଧିକାରୀମାନଙ୍କ ସହ ବିହନ ଓ ସାର ଯୋଗାଣ ସମେତ ପଙ୍ଗପାଳ ଆକ୍ରମଣ ଆଶଙ୍କା ସଂପର୍କରେ ମନ୍ତ୍ରୀ ଶ୍ରୀ ସାହୁ ବିଚାର ବିମର୍ଶ କରିଥିଲେ । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ପୂର୍ବ ଆଫ୍ରିକାରୁ ପଙ୍ଗପାଳ ଦଳ ଆସିଛନ୍ତି । ସେହି ଦଳ ଏବେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି । ଏହି ପଙ୍ଗପାଳ ଦଳ ଓଡ଼ିଶା ଆସିବା ନେଇ ଆଶଙ୍କା କରାଯାଉଛି । ତେବେ ଓଡ଼ିଶାରେ କେବେ ପଙ୍ଗପାଳ ଆକ୍ରମଣ ହୋଇନାହିଁ । ଚାଷୀମାନେ ଭୟ କରନ୍ତୁ ନାହିଁ । ଫସଲ ରକ୍ଷା ପାଇଁ ଓୟୁଏଟି ପରାମର୍ଶ ମାନନ୍ତୁ । ପ୍ରତିରୋଧ ପାଇଁ କୃଷି ବିଭାଗ ଓ ଓୟୁଏଟି ପଦକ୍ଷେପ ନେଉଛନ୍ତି । ଚାଷୀମାନେ ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି । ସେହିପରି ଖରିଫ ଚାଷକୁ ପ୍ରାଥମିକତା ପ୍ରଦାନ କରି କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ କୃଷି ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଜୁନ୍ ୧ରୁ ୧୦ ତାରିଖ ମଧ୍ୟରେ ସମସ୍ତ ନୋଡାଲ ଅଧିକାରୀ ସେମାନଙ୍କ ଦାୟିତ୍ୱରେ ଥିବା ଜିଲ୍ଲା ପରିଦର୍ଶନ କରି ତୃଣମୂଳସ୍ତରରେ ଚାଷ କାର୍ଯ୍ୟରେ ଉପୁଜିଥିବା ସମସ୍ୟା ସମାଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ କହିଚନ୍ତି । ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ନୋଡାଲ ଅଧିକାରୀମାନଙ୍କୁ ମନ୍ତ୍ରୀ ନିଦେ୍ର୍ଧଶ ଦେବା ସହ ସୋସିଆଲ ମିଡିଆର ବହୁଳ ଉପଯୋଗ କରି ଚାଷୀମାନଙ୍କୁ ସିଧାସଳଖ ସୂଚନା ପ୍ରଦାନ ଓ ପରାମର୍ଶ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons