ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗ୍ୟତା ବଣ୍ଟନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଓଡ଼ିଶାରେ ଫନି ପରଠାରୁ ଆବାସ ଯୋଜନାରେ ଗୋଟିଏ ବି କାର୍ୟ୍ୟାଦେଶ ଦିଆଯାଇନି।
ଆଜି ସୁଦ୍ଧା ତାଲିକା ଚୂଡାନ୍ତ ହୋଇନି । ବିଜୁ ବାବୁଙ୍କ ଜୟନ୍ତୀରେ ସରକାର ମିଛ କହୁଛନ୍ତି । ରାଜ୍ୟ ସରକାର ୨୫ ଲକ୍ଷ ଘର କରିଥିବା କହୁଛନ୍ତି, ହେଲେ ୨୧ ଲକ୍ଷ ଘର ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀ କାର୍ଡ ଦେବାକୁ ବିଜେଡି କିଏ ବୋଲି ବିଜେପି ପ୍ରଶ୍ନ କରିଛି ? ଏନେଇ ବିଜେପିର ସମସ୍ତ ସାଂସଦ, ବିରୋଧୀ ଦଳ ନେତା, ଉପନେତା ଏବଂ କିଛି ବିଜେପି ବିଧାୟକ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଫେରାଦ ହୋଇଛନ୍ତି ।
Comments are closed, but trackbacks and pingbacks are open.