ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ଭାରତ ସରକାରଙ୍କ ସବୁ ବିଭାଗ ପ୍ରସ୍ତୁତ: ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାରେ ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ଭାରତ ସରକାରଙ୍କ ସମସ୍ତ ବିଭାଗ ସତର୍କ ଓ ପ୍ରସ୍ତୁତ ଅଛନ୍ତି । ଜରୁରୀ ପରିସ୍ଥିତିର ମୁକାବିଲା କରିବାକୁ ଓଡ଼ିଶାରେ ଏନ୍ଡିଆରଏଫ୍ ପକ୍ଷରୁ ୫୨ ଟିମ୍ ମୁତୟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ, କେନ୍ଦ୍ର ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍ଥାସମୂହ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ । ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା(ଏନଡିଏମଏ), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ), ଭାରତୀୟ ପାଣିପାଗ ବିଭାଗ, ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା, ପେଟ୍ରୋଲିୟମ ଏବଂ ଗ୍ୟାସ ମନ୍ତ୍ରଣାଳୟ, ପୂର୍ବତଟର ଉଦ୍ୟୋଗ ସମୂହ, ବ୍ୟବସାୟୀ ସଂଘର ପ୍ରତିନିଧି ଯଥା ଏଫସିସିଆଇ ଏବଂ ଆସୋଚାମ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।
ଏ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ଓଡ଼ିଶାରେ ୫୨ ଟିମ୍ ସମେତ ୫ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୯୯ ଟିମ ଏନଡିଆରଏଫ ଦ୍ୱାରା ମୁତୟନ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ମୟୂରଭଞ୍ଜ ଏବଂ ଯାଜପୁରରେ ଏହି ଟିମ ନିୟୋଜିତ କରାଯାଇଛି । ବାତ୍ୟା ଯୋଗୁ ହେବାକୁ ଥିବା ସ୍ଥିତିର ମୁକାବିଲା କରିବା ପାଇଁ ତୈଳ, ଗ୍ୟାସ ଏବଂ ଇସ୍ପାତ୍ ଶିଳ୍ପ ପ୍ରସ୍ତୁତ ଅଛି । ପେଟ୍ରୋଲିୟମ ଉତ୍ପାଦ, ଅତ୍ୟାବଶ୍ୟକ ସାମଗ୍ରୀ, କୋଭିଡ-୧୯ ପରିଚାଳନା ପାଇଁ ଅକ୍ସିଜେନ ନିରନ୍ତର ଯୋଗାଣ ସୁନିଶ୍ଚିତ କରିବାକୁ ସମସ୍ତ ଶିଳ୍ପ ପ୍ରତିÂାନ ପ୍ରସ୍ତୁତ ଅଛନ୍ତି । ଅrିଜେନ ଯୋଗାଣରେ କୌଣସି ସମସ୍ୟା ରହିବ ନାହିଁ । ବାତ୍ୟା ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଇସ୍ପାତ୍ ଶିଳ୍ପ ହସ୍ପିଟାଲଗୁଡ଼ିକୁ ମେଡିକାଲ ଅrିଜେନ୍ ଯୋଗାଇବ ଏବଂ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇଛନ୍ତି । ସରକାରୀ, ବେସରକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥା ସମୂହ ତଥା ପୂର୍ବତଟରେ ଥିବା ସବୁ ଷ୍ଟକହୋଲ୍ଡର ବାତ୍ୟା ମୁକାବିଲା କରିବା ସହ ଯେପରି କ୍ଷୟକ୍ଷତି କମ ହେବ ତାହାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ଅଛନ୍ତି । ଆସନ୍ତା ୨ରୁ ୩ ଦିନ ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ପୂର୍ବତଟରେ ଥିବା ସମସ୍ତ ବଡ଼ ଶିଳ୍ପାନୁÂାନ ତଥା ଭାରତ ସରକାରଙ୍କ ତୈଳ ଓ ଗ୍ୟାସ ମନ୍ତ୍ରଣାଳୟ ଏବଂ ଇସ୍ପାତ୍ ମନ୍ତ୍ରଣାଳୟରେ ଥିବା ଶିଳ୍ପସଂସ୍ଥାରେ ସ୍ୱଳ୍ପ ମାନବସମ୍ବଳରେ କାର୍ଯ୍ୟ କରିବାକୁ ପଦକ୍ଷେପ ନିଆଯାଇଛି । ସମୁଦ୍ରରେ ଥିବା ସମସ୍ତ ଆସେଟ୍ ସୁରକ୍ଷିତ ରଖିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons