ଓଡ଼ିଶାରେ ମମତା ବାନାର୍ଜୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାତିରେ ଓଡ଼ିଶା ଗସ୍ତରେ ଆସିଛନ୍ତି । ମମତା ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ବୁଧବାର ସକାଳେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ମମତା ଆସନ୍ତା ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ସେ ଆସନ୍ତା ୨୮ରେ ଲୋକସେବା ଭବନର କନଭେନସନ ସେଣ୍ଟରରେ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ସେ ଯୋଗଦାନ କରିବେ ।
ମମତା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ୱାଗତ କରିଥିଲେ । ମମତାଙ୍କ ସହ ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ଅରୂପ ବିଶ୍ୱାସ ମଧ୍ୟ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons