ଓଡ଼ିଶାରେ ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ପେଟ୍ରେଶଲ ଓ ଡିଜେଲ ଉପରେ ଭାଟ୍ ବଢ଼ାଇଲେ ରାଜ୍ୟ ସରକାର । କରୋନା ବିପତ୍ତି ମଧ୍ୟରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବୃଦ୍ଧି କରିଛନ୍ତି । ଡିଜେଲ ଉପରେ ଭାଟ୍ ୨୬% ରୁ ୨୮ % କୁ ବଢ଼ିଥିବା ବେଳେ ପେଟ୍ରୋଲ ଉପରେ ଏହା ୨୬ରୁ ୩୨% ବଢ଼ିଛି । ଏହି ବର୍ଦ୍ଧିତ ଦର ମଧ୍ୟ ରାତ୍ରୀରୁ ଲାଗୁ ହେବ । ଦର ବଢ଼ିବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୩ଟା ୧୧ ପଇସା ଓ ଡିଜେଲ ଦର ୧ ଟଙ୍କା ୦୩ ପଇସା ଅଧିକ ମହଙ୍ଗା ହେବ । ଏବେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୧.୬୯ ପଇସା ଓ ଡିଜେଲ ୬୭.୭୩ ଟଙ୍କା ହେବ । ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଥିଲେ । କରୋନା ବିପତ୍ତି ଯୋଗୁ ଲୋକମାନେ ଦୁର୍ଦ୍ଧଶାରେ ଚଳୁଥିବା ବେଳେ ତୈଳଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons