ଓଡ଼ିଶାରେ ମାଓ ପତିଆରା କମିଛି: ଡିଜିପି

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ଓଡ଼ିଶାରେ ମାଓବାଦୀଙ୍କ ପତିଆରା କମିଛି । ଗଞ୍ଜେଇ ବିରୋଧୀ ଅଭିଯାନରେ ପୁଲିସ୍କୁ ମିଳିଛି ବଡ଼ ସଫଳତା । ଆଜି କୋରାପୁଟ ଗସ୍ତରେ ଆସି ଏହା କହିଛନ୍ତି ପୁଲିସ୍ ମହାନିଦେ୍ର୍ଧଶକ ଅଭୟ ।
ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ଡିଜିପି ମାଓ ଦମନ, ଗଞ୍ଜେଇ ବିରୋଧୀ ଅଭିଯାନ, ଆଇନଶୃଙ୍ଖଳା ଏବଂ କୋଭିଡ-୧୯ ସ୍ଥିତି ଉପରେ ଆଲୋଚନା କରିଛନ୍ତି । ସେ କହିଛନ୍ତି, ମାଓଦମନ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ପୂର୍ବାପେକ୍ଷା ବହୁତ ଭଲ ରହିଛି । ପୁଲିସକୁ କୌଣସି କ୍ଷତି ପହଞ୍ଚି ନାହିଁ । କେନ୍ଦ୍ରୀୟ ଫୋର୍ସ ସହିତ ଓଡ଼ିଶା ପୁଲିସ ସମନ୍ୱୟ ରକ୍ଷା କରି ମାଓଦମନ କାର୍ଯ୍ୟରେ ସଫଳ ହୋଇଛି । ମାଓବାଦୀଙ୍କ ପତିଆରା କମିଛି । କୋଭିଡ୍ରେ ଯେଉଁ ପୁଲିସ କର୍ମଚାରୀ ସଂକ୍ରମିତ ହୋଇଥିଲେ, ସେମାନଙ୍କ ମନୋବଳ ଭଲ ରହିଛି । ବହୁ ପୁଲିସ କର୍ମଚାରୀ ଖୁବ୍ଶୀଘ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି । ନିଶା କାରବାର ବିରୋଧରେ ଯେଉଁ ଅଭିଯାନ ଚାଲିଛି, ତା ଉପରେ ଜିଲ୍ଲା ପୁଲିସ ବହୁତ ଭଲ କାମ କରିଛି । ଏହି ଅବସରରେ ସେ ଏସ୍ପି ଓ ତାଙ୍କ ଟିମ୍ର ସଦସ୍ୟମାନଙ୍କୁ ପ୍ରଶଂସା କରିଛନ୍ତି ।
ଅଭୟ କହିଛନ୍ତି, ଗତବର୍ଷଠାରୁ ଗଞ୍ଜେଇ ବିରୋଧରେ ଅଧିକ କଡ଼ା ଅଭିଯାନ ଚାଲିଛି । ୪୦ ହଜାର କେଜି ଗଞ୍ଜେଇ ଜବତ କରାଯାଇଛି । ୬୦ ଲକ୍ଷ ଟଙ୍କା ଜବତ ହୋଇଛି ଏବଂ ୮୩ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଛି । ବହୁ ଗାଡ଼ି ଜବତ କରାଯିବା ସହିତ ଅନେକ ମାମଲା ରୁଜୁ ହୋଇଛି । ଗତ ୧୦ ବର୍ଷରେ ଏଭଳି ସଫଳତା କେବେ ମିଳିନଥିଲା । ବୈଠକରେ ଆଇଜି (ଅପରେଶନ) ଅମିତାଭ ଠାକୁର, ଏସ୍ଓଜି ମୁଖ୍ୟ ଅନିରୁଦ୍ଧ ସିଂ, ଗୁଇନ୍ଦା ନିଦେ୍ର୍ଧଶକ ଆର.କେ ଶର୍ମା, କୋରାପୁଟ ଏସ୍ପି ମୁକେଶ କୁମାର ଭାମୁ, ବିଏସ୍ଏଫ ଡିଆଇଜି ପି.କେ. ମିଶ୍ର, ରାୟଗଡ଼ା, ନବରଙ୍ଗପୁର,ବୈପାରୀଗୁଡ଼ା ଓ ଲକ୍ଷ୍ମୀପୁର ବିଏସଏଫ କମାଣ୍ଡାଣ୍ଟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଡିଜିପି କୋଭିଡ୍ରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା କରୋନା ଯୋଦ୍ଧା ତଥା ପୁଲିସ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons